Advertisment

ଚଳନ୍ତା ଟ୍ରେନ୍‌ ବାହାରେ ଝୁଲିକି ରହିଲା ଚୋର, ୧୦ କି.ମି. ଯିବା ପରେ...

ଟ୍ରେନ୍‌ରୁ ଉକ୍ତ ଯୁବକ ଯାତ୍ରୀଙ୍କ ଠାରୁ ମୋବାଇଲ୍ ଚୋରି କରିବାକୁ ଚେଷ୍ଟା କରୁଥିଲେ। ଜଣେ ମହିଳା ଯାତ୍ରୀଙ୍କ ପାଖରୁ ଯୁବକ ଜଣକ ମୋବାଇଲ୍ ଝାମ୍ପି ନେଇ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। ହେଲେ ଏହି ସମୟରେ ଅନ୍ୟ ଯାତ୍ରୀ ତାଙ୍କ ହାତକୁ ଧରି ଦେଇଥିଲେ।

ଅଦ୍ୟତନ ହୋଇଛି
Viral Video

Passengers catch mobile thief, hold him hanging outside moving train

Advertisment

ଚଳନ୍ତା ଟ୍ରେନ୍‌ରେ ଝୁଲିକି ରହିଲେ ଯୁବକ। ପ୍ରାୟ ୧୦ କିଲୋମିଟର ଯାଏ ଝୁଲି ରହିବା ପରେ ଯୁବକ ଜଣକ ଟ୍ରେନ୍‌ରୁ ଓହ୍ଲାଇ ଥିଲେ। ଏହା ଶୁଣିଲା ପରେ, ଦେହ ଥରି ଯାଉଥିବ। କିନ୍ତୁ ଏଭଳି କିଛି ଘଟଣା ବିହାର ବେଗୁସରାଇରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। 

Advertisment

ଯୁବକ ଜଣକ ଟ୍ରେନ୍‌ର ବାହାର ଝରକା ପଟେ ଝୁଲି ରହିଥିବା ବେଳେ, ତାଙ୍କର ଦୁଇ ହାତକୁ ଝରକା ବାଟେ ଅନ୍ୟ କିଛି ଯାତ୍ରୀ ଧରିକି ରଖିଥିଲେ। ଏହି ସମୟରେ ସମ୍ପୃକ୍ତ ଯୁବକ ନେହୁରା ହୋଇ କହୁଥିଲେ, ‘ହାତ ମୋର ଭାଙ୍ଗି ଯିବ, ଧିରେ ଧରନ୍ତୁ...’। ଯାହା ଭାଇରାଲ୍‌ ଭିଡିଓ ରେ ଦେଖିବାକୁ ମିଳିଛି।

ଅଭିଯୋଗ ଅନୁସାରେ, ବିହାରର ବେଗୁସରାଇରୁ ଯାଉଥିବା ଟ୍ରେନ୍‌ରୁ ଉକ୍ତ ଯୁବକ ଯାତ୍ରୀଙ୍କ ଠାରୁ ମୋବାଇଲ୍ ଚୋରି କରିବାକୁ ଚେଷ୍ଟା କରୁଥିଲେ। ଝରକା ପାଖ ସିଟ୍‌ରେ ବସିଥିବା ଜଣେ ଜଣେ ମହିଳା ଯାତ୍ରୀଙ୍କ ପାଖରୁ ଯୁବକ ଜଣକ ମୋବାଇଲ୍ ଝାମ୍ପି ନେଇ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। ହେଲେ ଏହି ସମୟରେ ଅନ୍ୟ ଯାତ୍ରୀ ତାଙ୍କ ହାତକୁ ଧରି ଦେଇଥିଲେ। ଠିକ୍ ସେହି ସମୟରେ ଟ୍ରେନ୍ ଷ୍ଟେସନ୍‌ରୁ ଛାଡ଼ି ଦେଇଥିଲା।

Advertisment

କୌଣସି ଅଘଟଣ ଘଟିବା ଆଶଙ୍କାରେ ଲୋକେ ଯୁବକଙ୍କ ହାତକୁ ସେମିତି ଜାବୁଡ଼ି ଧରିଥିଲେ। ପ୍ରାୟ ୧୦ କିଲୋମିଟର ଯିବା ପରେ ଷ୍ଟେସନ୍‌ରେ ଟ୍ରେନ୍‌ ଅଟକି ଥିଲା। ଯେଉଁଠି ଯୁବକଙ୍କୁ ଛାଡ଼ିଥିଲେ ଲୋକେ। ତେବେ ଏହି ଘଟଣାରେ ପୋଲିସ୍ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସେ ସମ୍ପର୍କରେ ଏବେ ଯାଏ କୌଣସି ସୂଚନା ମିଳିପାରିନି।

Viral Video Mobile Thief
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ