Advertisment

ପାର୍ଲାମେଣ୍ଟ ସୁରକ୍ଷା ତ୍ରୁଟି ପ୍ରସଙ୍ଗ...୬ ଅଭିଯୁକ୍ତଙ୍କ ନାଁରେ ଓ୍ବାରେଣ୍ଟ ଜାରି ପାଇଁ ନିର୍ଦ୍ଦେଶ

ପାର୍ଲାମେଣ୍ଟ ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ୬ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ। ସବୁ ଅଭିଯୁକ୍ତଙ୍କ ନାଁରେ ଜାରି ଦେବ ୱାରେଣ୍ଟ।

ଅଦ୍ୟତନ ହୋଇଛି
Parliament security breach

Parliament security breach

Advertisment

ପାର୍ଲାମେଣ୍ଟ ସୁରକ୍ଷା ତ୍ରୁଟିରେ ସଂପୃକ୍ତ ସମସ୍ତ ୬ ଜଣଙ୍କ ନାଁରେ ଓ୍ବାରେଣ୍ଟ ଜାରି ପାଇଁ ନିର୍ଦ୍ଦେଶ। ଏଥିସହ ସମସ୍ତ ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ। ସୁରକ୍ଷାରେ ତ୍ରୁଟି ନେଇ ପୂର୍ବରୁ ସର୍ବୋଚ୍ଚ କୋର୍ଟରେ ହୋଇଥିଲା ଅପିଲ। ସମସ୍ତ ୬ ଅଭିଯୁକ୍ତ ହେଲେ ନୀଲମ୍ ଆଜାଦ୍, ମନୋରଞ୍ଜନ ଡି, ସାଗର ଶର୍ମା, ଲଳିତ ଝା, ଅମୋଲ୍ ସିନ୍ଦେ ଓ ମହେଶ କୁମାୱାତ୍।

Advertisment

ଅଭିଯୁକ୍ତଙ୍କର ନ୍ୟାୟିକ ହେପାଜତ ଶେଷ ହେବା ପରେ ଶନିବାର ସମସ୍ତଙ୍କୁ ପଟିଆଲା ହାଉସ କୋର୍ଟରେ ହାଜର କରିବାର ଥିଲା। ମାତ୍ର ଆବଶ୍ୟକ ପୋଲିସ୍ ଫୋର୍ସ ନ ଥିବାରୁ ଅଭିଯୁକ୍ତଙ୍କୁ ଶନିବାର କୋର୍ଟରେ ହାଜର କରାଯାଇପାର ନଥିଲା। ତେବେ ଜାନୁଆରୀ ୩୧ରେ ସମସ୍ତ ୬ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ତେବେ ୧୮ଜାନୁଆରୀରେ ନୀଲମ୍ ଆଜାଦର ଜାମିନ ନାମଞ୍ଜୁର କରାଯାଇଥିଲା।

ଗତବର୍ଷ ଡିସମ୍ୱର ୧୩ରେ ସଂସଦ ଭିତରରେ କିଛି ଯୁବକ ଯୁବତୀ ଆତଙ୍କ ଖେଳାଇଥିଲେ । ସଂସଦରେ ସୁରକ୍ଷା ଭଙ୍ଗ କରିବା ମାମଲାରେ ୬ଜଣଙ୍କୁ ପୋଲିସ ଗିରଫ କରିଥିଲା । ଏମାନଙ୍କ ମଧ୍ୟରୁ ୨ ଜଣ ସଂସଦ ଭିତରେ ହଳଦିଆ ରଙ୍ଗର ଧୂଆଁ ସ୍ପ୍ରେ କରିଥିବା ବେଳେ ଅନ୍ୟ ୨ ଜଣ ବାହାରେ ଏହାକୁ ବିକ୍ଷୋଭ କରିଥିଲେ। ଲକ୍ଷ୍ନୌ ସାଗର ଶର୍ମା ଏବଂ ମହୀଶୂରର ଡି ମନୋରଂଜନ ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ଭିତରେ ପ୍ରବେଶ କରିବା ସହ ଧୂଆଁ ସ୍ପ୍ରେ କରିଥିଲେ।

Advertisment

ତେବେ ଅଭିଯୁକ୍ତଙ୍କ ଏଭଳି କାଣ୍ଡ ସଂସଦ ଭିତରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି କରିଥିଲା । ତେବେ ଏଭଳି କାଣ୍ଡ ଘଟାଇବାର କିଛି ସମୟ ମଧ୍ୟରେ ସଂସଦର ସିକ୍ୟୁରିଟି, ୱାର୍ଡ ଷ୍ଟାଫ ଏବଂ ସାଂସଦଙ୍କ ଦ୍ୱାରା ଧରା ପଡ଼ିଥିଲେ । ସେପଟେ ଅନ୍ୟ ଦୁଇ ଜଣ ନୀଲମ ଏବଂ ଅମୋଲ୍ ସଂସଦ ଭିତରକୁ ପ୍ରବେଶ ପାଇଁ ଭିଜିଟର୍ସ ପାସ୍ ପାଇ ନଥିଲେ । ଏମାନେ ସଂସଦ ବାହାରେ ସ୍ମୋକ ବମ୍ ସହିତ ସ୍ଲୋଗାନ୍ ଦେଇଥିବା ବେଳେ ଗିରଫ ହୋଇଥିଲେ ।

Patiala House Court Accused
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ