Parliament monsoon session
ଆଜି ଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ୨୩ ଦିନର ଏହି ମୌସୁମୀ ଅଧିବେଶନରେ ୧୭ଟି କାର୍ଯ୍ୟ ଦିବସ ରହିଛି । ଏହି ସମୟ ଭିତରେ ୨୧ଟି ନୂଆ ବିଲ୍ ଓ ୭ଟି ପୁରୁଣା ବିଲ୍ ପାସ୍ କରାଇବାକୁ କେନ୍ଦ୍ର ସରକାରଙ୍କ ଯୋଜନା ରହିଛି । ଏଥିରେ ରହିଛି ୟୁନିଫର୍ମ ସିଭିଲ କୋଡ, ଡିଜିଟାଲ ଡାଟା ପ୍ରୋଟେକସନ ବିଲ ଓ ମେଡିଏସନ ବିଲ୍ ପରି ଗୁରୁତ୍ୱପୂର୍ଣ୍ଣ ବିଧେୟକ ।
ଅଧିବେଶନ ସୁରୁଖୁରୁରେ ଚଳାଇବାକୁ ଗତକାଲି ସର୍ବଦଳୀୟ ବୈଠକ ଡାକିଥିଲେ ସରକାର । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଦଳର ପ୍ରତିନିଧି ଯୋଗ ଦେଇଥିଲେ । ବୈଠକରେ ସବୁ ଦଳଙ୍କ ସହଯୋଗ ଲୋଡ଼ିଥିଲେ ସରକାର । ସର୍ବଦଳୀୟ ବୈଠକରେ କଂଗ୍ରେସ, ବିଜେଡି, ୱାଇଏସ୍ଆର କଂଗ୍ରେସ, ବିଆରଏସ୍ ସମେତ ଅନ୍ୟ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ । ସେପଟେ ମଣିପୁର ଓ ଦରଦାମ ପ୍ରସଙ୍ଗରେ ଘେରିବେ ବିରୋଧୀ ।
ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ମୌସୁମୀ ଅଧିବେଶନ ବିଭିନ୍ନ ପ୍ରସଙ୍ଗରେ ସରଗରମ ରହିବ । ଅଗଷ୍ଟ ୧୧ରେ ମୌସୁମୀ ଅଧିବେଶନ ଶେଷ ହେବ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ପୁରୁଣା ପାର୍ଲାମେଣ୍ଟ ବିଲଡିଂରେ ଚାଲିବ। ଏହାପରେ ସଂସଦର ପରବର୍ତ୍ତୀ ଅଧା ଅଧିବେଶନକୁ ନୂଆ ବିଲଡିଂକୁ ସ୍ଥାନାନ୍ତର କରାଯିବ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689823305.jpg)