Advertisment

ମୋଦିଙ୍କ ପରୀକ୍ଷା ଟିପ୍ସ; ଏମିତି ପଢ଼ିଲେ ପରୀକ୍ଷାରେ ରହିବ ବଢ଼ିଆ ନମ୍ବର

ବୋର୍ଡ ପରୀକ୍ଷାର୍ଥୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁମନ୍ତ୍ର। ମୋବାଇଲରେ ରିଲ୍ସ ଦେଖି ଖରାପ କରନି ନିଦ। ଘରେ ତିଆରି କରଯାଉ 'ନୋ ଗ୍ୟାଜେଟ୍ ଜୋନ୍'।

Pariksha Pe Charcha

Pariksha Pe Charcha

Advertisment

ପରୀକ୍ଷା ବେଳେ କେମିତି ଚାପ ମୁକ୍ତ ହେବେ ଛାତ୍ରଛାତ୍ରୀ ? ଶିକ୍ଷକ ଓ ଅଭିଭାବକ ଏଥିପ୍ରତି କିପରି ଯତ୍ନବାନ ହେବେ? ଏସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଜି ‘ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ସଂଶୟ ଦୂର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ ଭାରତ ମଣ୍ଡପମରେ ଆୟୋଜିତ ପରୀକ୍ଷା ପେ ଚର୍ଚ୍ଚାର ସପ୍ତମ ସଂସ୍କରଣ ଦେଶବ୍ୟାପୀ ପରୀକ୍ଷାର୍ଥୀଙ୍କ ମନରେ ଭରିଛି ଉତ୍ସାହ ଓ ଆତ୍ମବିଶ୍ୱାସ। ଏଥିରେ କିଛି ଓଡ଼ିଆ ଛାତ୍ରଛାତ୍ରୀ ମଧ୍ୟ ଭାଗ ନେଇ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀଙ୍କ ସହ।

Advertisment

ବୋର୍ଡ ପରୀକ୍ଷାର୍ଥୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁମନ୍ତ୍ର। ମୋବାଇଲରେ ରିଲ୍ସ ଦେଖି ଖରାପ କରନି ନିଦ। ଘରେ ତିଆରି କରଯାଉ 'ନୋ ଗ୍ୟାଜେଟ୍ ଜୋନ୍'। ପରିବାରର ସମସ୍ତେ ଜାଣନ୍ତୁ ମୋବାଇଲର ପାସୱାର୍ଡ। କେବଳ ପରୀକ୍ଷାର୍ଥୀ ନୁହନ୍ତି, ଶିକ୍ଷକ ଓ ଅଭିଭାବକଙ୍କୁ ବି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ମୋଦି କହିଛନ୍ତି, ପିଲାର ରିପୋର୍ଟ କାର୍ଡକୁ ଭିଜିଟିଂ କାର୍ଡ ନଭାବନ୍ତୁ ଅଭିଭାବକ। ପିଲାକୁ ଅନ୍ୟ ପିଲାଙ୍କ ସହ ତୁଳନା ନକରନ୍ତୁ ଶିକ୍ଷକ ଓ ବାପାମା'। ଆଜି ଦିଲ୍ଲୀସ୍ଥିତ ଭାରତ ମଣ୍ଡପମରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ହୋଇଥିଲା ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ। କେବଳ ଅଡିଟୋରିଅମରେ ନୁହେଁ, ଭର୍ଚୁଆଲ ମୋଡରେ ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ ସାରା ଦେଶର ଅଗଣିତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ। ମୋଦିଙ୍କ ଫୋକସରେ ଥିଲା- ମୋବାଇଲ୍ ଓ ସୋସିଆଲ ମିଡିଆ, ପରୀକ୍ଷା ଚାପରୁ ମୁକ୍ତି, ସକାରାତ୍ମକତା ଓ ସୁସ୍ଥ ଜୀବନଚର୍ଯ୍ୟା ଇତ୍ୟାଦି।

Advertisment

ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ପଚାରିଥିଲେ ମନଖୋଲା ପ୍ରଶ୍ନ। ଆଉ ପ୍ରଧାନମନ୍ତ୍ରୀ ମୋଦି ବି ମଜାଦାର ଢଙ୍ଗରେ ସବୁ ପ୍ରଶ୍ନର ଗୋଟି ଗୋଟି କରି ରଖିଥିଲେ ସାରଗର୍ଭକ ଉତ୍ତର। ପିଲାମାନଙ୍କୁ ଚାପ ଓ ଚାଲେଞ୍ଜକୁ ନଡରି ତାର ସାମ୍ନା କରିବାକୁ ପରାମର୍ଶ ଦେଇଛନ୍ତି ମୋଦି। ଏଥିସହ ଟେକନୋଲୋଜିକୁ ବୋଝ ନଭାବି ଏହାର ସଠିକ ଉପଯୋଗ କରିବାକୁ ସେ ଟିପ୍ସ ଦେଇଛନ୍ତି।

ଭାରତ ମଣ୍ଡପମରେ ଅନୁଷ୍ଠିତ ପରୀକ୍ଷା ପେ' ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଥିଲେ ଜଣେ ଓଡ଼ିଆ ଝିଅ। ଜୟ ଜଗନ୍ନାଥ କହି ନିଜ ପ୍ରଶ୍ନ ଆରମ୍ଭ କରିଥିଲେ, କଟକ ଜିଲ୍ଲା ବାଙ୍କୀ ଜୋକିଲଦଳ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ରାଜଲକ୍ଷ୍ମୀ ଆଚାର୍ଯ୍ୟ। ତାଙ୍କ ପ୍ରଶ୍ନ ଥିଲା- ପରୀକ୍ଷା ବେଳେ ଏତେ ଚାପ ସତ୍ତ୍ୱେ ଶାନ୍ତ ରହିବା କିପରି। ହସି ହସି ଏହାର ଉତ୍ତର ରଖି, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପିଲାଙ୍କଠୁ ଅଭିଭାବକ ମାନେ ଏଥିପ୍ରତି ଅଧିକ ସତର୍କ ହେବା ଜରୁରୀ।

Advertisment

ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ପୂର୍ବରୁ ଭାରତ ମଣ୍ଡପମରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକଳ୍ପ ଓ ମଡେଲ୍ ଆଦି ଦେଖିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏଥିରେ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ ଖୋର୍ଦ୍ଧା ଓ ଯାଜପୁର ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ରାଜଶ୍ରୀ ସ୍ୱାଇଁ ଓ ଜ୍ଞାନ ରଞ୍ଜନ ମିଶ୍ର।

PM Modi Pariksha Pe Charcha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ