Advertisment

ନିର୍ବାଚନ ଡ୍ୟୁଟି ପାଇଁ ଆସିଥିବା ସାଥୀଙ୍କ ଉପରକୁ ଆଖି ପିଛୁଳାକେ ଫାୟାରିଂ କଲେ ଯବାନ, ୨ ମୃତ

ଯେଉଁ ଯବାନଙ୍କ ମଧ୍ୟରେ ପ୍ରଥମେ ସଂଘର୍ଷ ଘଟି ପରେ ଫାୟାରିଂ ହୋଇଥିଲା ସେମାନେ ନିର୍ବାଚନ ଡ୍ୟୁଟି ପାଇଁ ଆସିଥିଲେ। ତେବେ କୌଣସି କାରଣକୁ ନେଇ ଯବାନ ସେମାନଙ୍କର ସାଥୀଙ୍କ ଉପରକୁ AK 47ରୁ ଫାୟାରିଂ କରିଥିଲେ।

ଅଦ୍ୟତନ ହୋଇଛି
Paramilitary Jawan Deployed On Poll Duty Shoots 2 Colleagues Dead

Paramilitary Jawan Deployed On Poll Duty Shoots 2 Colleagues Dead

Advertisment

ଗୁଜରାଟର ପୋରବନ୍ଦରରେ ଭାରତୀୟ ରିଜର୍ଭ ବାଟାଲିୟନ (IRB)ର ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟି ଫାୟାରିଂ ହୋଇଥିବା ସୂଚନା ମିଳିଛି। ପୋଲିସ୍‌ ସୂଚନା ଅନୁସାରେ, ସଂଘର୍ଷ ପରେ ଯବାନଙ୍କ ମଧ୍ୟରେ ଫାୟାରିଂ ହୋଇଥିଲା। ଫଳରେ ୨ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୨ ଯବାନ ଗୁରୁତର ଆହତ ହୋଇଛନ୍ତି। ପ୍ରକୃତରେ କେଉଁ କାରଣକୁ ନେଇ ଯବାନଙ୍କ ମଧ୍ୟରେ ଏହି ସଂଘର୍ଷ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଏହାସହ ଆହତ ଯାବନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଛି। ଘଟଣାକୁ ନେଇ ପୋଲିସ୍‌ ତଦନ୍ତ ଚଳାଇଛି।

Advertisment

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଯେଉଁ ଯବାନଙ୍କ ମଧ୍ୟରେ ପ୍ରଥମେ ସଂଘର୍ଷ ଘଟି ପରେ ଫାୟାରିଂ ହୋଇଥିଲା ସେମାନେ ନିର୍ବାଚନ ଡ୍ୟୁଟି ପାଇଁ ଆସିଥିଲେ। ତେବେ କୌଣସି କାରଣକୁ ନେଇ ଯବାନ ସେମାନଙ୍କର ସାଥୀଙ୍କ ଉପରକୁ AK 47ରୁ ଫାୟାରିଂ କରିଥିଲେ। ଯେଉଁ ସମୟରେ ଏହି ଫାୟାରିଂ ହୋଇଥିଲା ସେହି ସମୟରେ କୌଣସି ବି ଯବାନ ଡ୍ୟୁଟିରେ ନଥିଲେ। ଘଟଣାକୁ ନେଇ ପୋଲିସ୍‌ ମୃତ ଯବାନଙ୍କ ସାଥୀ ଓ ଅନ୍ୟ ଗ୍ରୁପ୍‌ର ଯବାନଙ୍କ ସାଥୀଙ୍କୁ ପଚରାଉଚରା ଚଳାଇଛି।

ସୂଚନା ଅନୁସାରେ, କୌଣସି କଥାକୁ ନେଇ ସନ୍ଧ୍ୟାରେ ଯବାନଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ପରେ ଏହା ସଂଘର୍ଷରେ ପରିଣତ ହୋଇଥିଲା। ଏହାପରେ ଜଣେ ଯବାନ ନିଜ AK-47 ରାଇଫଲ୍‌ରୁ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ। ଏଥିରେ ୨ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଯବାନ ଭାରତୀୟ ରିଜର୍ଭ ବାଟାଲିୟନର(ମଣିପୁର) ବୋଲି ଜଣାପଡ଼ିଛି। ଯାହାଙ୍କୁ ସେଣ୍ଟ୍ରାଲ୍‌ ଆର୍ମଡ୍‌ ପୋଲିସ୍‌ ଫୋର୍ସଙ୍କ ସହ ଗୁଜରାଟରେ ମୁତୟନ କରାଯାଇଥିଲା।  ତେବେ କେଉଁ କାରଣ ପାଇଁ ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିଲା, ସେନେଇ ଛାନ୍‌ଭିନ୍‌ ଚାଲିଛି।  

Advertisment

ସୂଚନାଥାଉ କି, ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ମାସରେ ମତଦାନ ହେବ। ପୋରବନ୍ଦର ଜିଲ୍ଲାରେ ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବାବେଳେ ଡିସେମ୍ବର ୫ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଟିସେମ୍ବର ୮ରେ ଫଳାଫଳ ପ୍ରକାଶ ପାଇବ। 

Firing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ