Advertisment

ଭାରତ ବରକୁ ପାକିସ୍ତାନ କନିଆଁ; ମିଳିଲାନି ଭିସା, ଭିଡିଓକଲିଂରେ ହେଲା ବାହାଘର

କରାଚିର ଅମେନା ତାଙ୍କ ବିବାହ ପାଇଁ ଭିସା ଆବେଦନ କରିଥିଲେ । ହେଲେ ତାଙ୍କୁ ଭିସା ମିଳିନଥିଲା । ଫଳରେ ସେ ତାଙ୍କ ପ୍ରେମିକ ଅରବାଜ ଖାନଙ୍କ ସହ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଉଭୟଙ୍କ ବିବାହ ବୁଧବାର ଦିନ ଅନ୍‌ଲାନ୍‌ରେ ହୋଇଥିଲା ।

Pakistan Woman Virtually Marries Jodhpur Man After Failing To Get Indian Visa

Pakistan Woman Virtually Marries Jodhpur Man After Failing To Get Indian Visa

Advertisment

କନ୍ୟାଙ୍କୁ ମିଳିଲାନି ଭିସା, ଭାରତୀୟ ଯୁବକଙ୍କୁ ଭିଡିଓକଲିଂରେ ବିବାହ କଲେ ପାକିସ୍ତାନ ମହିଳା । ଜଣେ ପାକିସ୍ତାନୀ ମହିଳା ଭିସା ନପାଇବାରୁ ଯୋଧପୁରର ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି । ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ଆରମ୍ଭ ହେଲାଣି । ନିକଟରେ ପାକିସ୍ତାନର ସୀମା ହାଇଦରଙ୍କ ପ୍ରେମ କାହାଣୀ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ପୁଣି ଆଉ ଏକ ଘଟଣା ସାମ୍ନାକୁ ଆସିଛି ।

Advertisment

ସୂଚନା ମୁତାବକ କରାଚିର ଅମେନା ତାଙ୍କ ବିବାହ ପାଇଁ ଭିସା ଆବେଦନ କରିଥିଲେ । ହେଲେ ତାଙ୍କୁ ଭିସା ମିଳିନଥିଲା । ଫଳରେ ସେ ତାଙ୍କ ପ୍ରେମିକ ଅରବାଜ ଖାନଙ୍କ ସହ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଉଭୟଙ୍କ ବିବାହ ବୁଧବାର ଦିନ ଅନ୍‌ଲାନ୍‌ରେ ହୋଇଥିଲା ।

ଅରବାଜ ତାଙ୍କ ପ୍ରେମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଅମେନା ଭିସା ପାଇଁ ପୁଣି ଥରେ ଆବେଦନ କରିବେ । ମୁଁ ପାକିସ୍ତାନରେ ବିବାହ କରିନାହିଁ । କାରଣ ଏହି ବିବାହକୁ ଭାରତରେ ମାନ୍ୟତା ମିଳିବ ନାହିଁ । ଭାରତରେ ପହଞ୍ଚିବା ପରେ ଆମକୁ ପୁନର୍ବାର ବିବାହ କରିବାକୁ ପଡିବ ।

Advertisment

ଅରବାଜ ଖାନ ହେଉଛନ୍ତି ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ । ସେ ବୁଧବାର ଦିନ ତାଙ୍କ ବନ୍ଧୁ ଓ ପରିବାର ସହ ଯୋଧପୁରର ଓସୱାଲ ସମାଜ ଭବନରେ ପହଞ୍ଚିଥିଲେ । ସେଠାରେ ଅରବାଜ ଓ ଅମେନାଙ୍କ ରୀତିନୀତି ଅନୁସାରେ ଭିଡିଓ ମାଧ୍ୟମରେ ନିକା ହୋଇଥିଲା । ପରିବାର ଓ ଅତିଥି ସଦସ୍ୟମାନେ ଉଭୟଙ୍କୁ ଆଶୀର୍ବାଦ କରିବା ସହ ସୁଖମୟ ଜୀବନ କାମନା କରିଥିଲେ ।

ଅମେନା ମଧ୍ୟ ଏହି ସମ୍ପର୍କକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆମ ସମ୍ପର୍କକୁ ନେଇ ପୂର୍ବରୁ ସମ୍ପର୍କୀୟମାନେ ଆଲୋଚନା କରୁଥିଲେ । ପରେ ଆମ ପରିବାର ପକ୍ଷରୁ ବିବାହର ବ୍ୟବସ୍ଥା କରାଯାଇଥିଲା । ସେ ଆହୁରି କହିଛନ୍ତି କି, ନିକା ଅନଲାଇନରେ କରିବାର କାରଣ ହେଉଛି ଆଜିକାଲି ଭାରତ ଓ ପାକିସ୍ଥାନ ମଧ୍ୟରେ ସମ୍ପର୍କ ସେମିତି ଭଲନାହିଁ । ଆଶା କରୁଛି ଶୀଘ୍ର ଭିସା ମିଳିବ, ଭାରତରେ ବହାଘର ହେବ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ