Advertisment

ମୋଦିଙ୍କ କାଶ୍ମୀର ଗସ୍ତକୁ ନେଇ ବିବ୍ରତ ପାକିସ୍ତାନ

ପ୍ରଧାନମନ୍ତ୍ରୀଙ୍କ କାଶ୍ମୀର ଗସ୍ତରେ ଆପତ୍ତି ଆଣିଲା ପାକିସ୍ତାନ । ଚେନ୍ନାବ ନଦୀ ଉପରେ ରାଟେଲ ଏବଂ କୁୱାର ଜଳ ବିଦ୍ୟୁତ୍ ପ୍ରକଳ୍ପର ମୂଳଦୁଆ ପକାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ କାଶ୍ମୀର ଗସ୍ତ ଦ୍ୱାରା ଅସୁବିଧାର ସମ୍ମୁଖୀନ ହୋଇଛି ପାକିସ୍ତାନ ।

ଅଦ୍ୟତନ ହୋଇଛି
Pakistan objects to PM Modi's visit to Kashmir

Pakistan objects to PM Modi's visit to Kashmir

Advertisment

ପ୍ରଧାନମନ୍ତ୍ରୀଙ୍କ କାଶ୍ମୀର ଗସ୍ତରେ ଆପତ୍ତି ଆଣିଲା ପାକିସ୍ତାନ । ଚେନ୍ନାବ ନଦୀ ଉପରେ ରାଟେଲ ଏବଂ କୁୱାର ଜଳ ବିଦ୍ୟୁତ୍ ପ୍ରକଳ୍ପର ମୂଳଦୁଆ ପକାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ କାଶ୍ମୀର ଗସ୍ତ ଦ୍ୱାରା ଅସୁବିଧାର ସମ୍ମୁଖୀନ ହୋଇଛି ପାକିସ୍ତାନ । ଏହି ପ୍ରକଳ୍ପ ଦ୍ୱାରା ଭାରତ ପାକିସ୍ତାନ ମଧ୍ୟରେ ହୋଇଥିବା ଇଣ୍ଡସ ୱାଟର ଚୁକ୍ତି (Indus Waters Treaty)ର ନିୟମ ଉଲ୍ଲଂଘନ ହେଉଛି ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଛି ।

Advertisment

୨୦୧୯ ଅଗଷ୍ଟ ମାସରେ ଧାରା ୩୭୦ ରଦ୍ଦ ହେବା ପରେ ମୋଦି ପ୍ରଥମ ଥର ପାଇଁ ଜମ୍ମୁ କାଶ୍ମୀର ଗସ୍ତରେ ଯାଇଥିବାବେଳେ ସେ ୫୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା କିଶଟୱାରରେ ୮୫୦ ମେଗାୱାଟ ରାଟେଲ ଏବଂ କୁୱାର ଜଳ ବିଦ୍ୟୁତ୍ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି। ଏହାସହ ସମାନ ନଦୀରେ ୪୫୦୦ କୋଟି ଟଙ୍କା ବ୍ୟୟରେ ୫୪୦ ମେଗାୱାଟର ଏକ ଜଳ ବିଦ୍ୟୁତ୍ ପ୍ରକଳ୍ପ ମଧ୍ୟ ନିର୍ମାଣ ହେବା ନେଇ ମଧ୍ୟ ଘୋଷଣା କରିଛନ୍ତି ।

ମୋଦିଙ୍କ କାଶ୍ମୀର ଗସ୍ତକୁ ନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ‘କାଶ୍ମୀର ଉପତ୍ୟକାରେ ସବୁ ଠିକ୍ ଅଛି ବୋଲି ଦର୍ଶାଇବାକୁ ଯାଇ ମୋଦି ଆଉ ଏକ ମିଥ୍ୟା ଯୋଜନା କରିଛନ୍ତି ’ ଏନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଏକ ବିବୃତ୍ତିରେ କହିଛନ୍ତି ଯେ, ‘କାଶ୍ମୀରର ପ୍ରକୃତ ପ୍ରସଙ୍ଗରୁ ଦୂରେଇ ରହିବା ପାଇଁ ୨୦୧୯ ଅଗଷ୍ଟ ୫ ତାରିଖ ପରଠାରୁ ଆନ୍ତର୍ଜାତୀୟ ସମୁଦାୟ ଭାରତ ପକ୍ଷରୁ ଏହିପରି ଅନେକ ପ୍ରୟାସ କରାଯାଇଛି ।’
ଏହାସହ ସେ କହିଛନ୍ତି, ‘ରାଟେଲ ଏବଂ କୁୱାର ଜଳ ବିଦ୍ୟୁତ୍ ପ୍ରକଳ୍ପର ଡିଜାଇନ୍‌ରେ ପାକିସ୍ତାନ୍‌ ଆପତ୍ତି ଆଣିଛି । ପ୍ରକଳ୍ପ ଗୁଡିକ ନିର୍ମାଣ ପାଇଁ ଭାରତ ପକ୍ଷରୁ ପାକିସ୍ତାନକୁ କୈଣସି ସୂଚନା ଦିଆଯାଇନାହିଁ । ଯାହା ଦ୍ୱାରା ପାକିସ୍ତାନ ଓ ଭାରତ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଇଣ୍ଡସ ୱାଟର ଚୁକ୍ତି (Indus Waters Treaty , IWT) କୁ ସିଧାସଳଖ ଉଲ୍ଲଂଘନ କରି ମୋଦି ଏହି ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି’ ।

Advertisment

ସୂଚନା ଅନୁସାରେ,୧୯୬୦ ମସିହାରେ ସିନ୍ଧୁ ନଦୀ ପାଣିର ଭାଗବାଣ୍ଟ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା । ଏହି ଚୁକ୍ତି ଅନୁସାରେ, ପୂର୍ବ ଭାଗରେ ଥିବା ନଦୀଗୁଡିକ ତଥା ସତଲୁଜ, ବ୍ୟାସ ଓ ରାବି ନଦୀକୁ ପାଣିକୁ ଭାରତକୁ ଦିଆଯାଇଥିବାବେଳେ ପଶ୍ଚିମ ଭାଗରେ ଥିବା ନଦୀ ତଥା ସିନ୍ଧୁ ଝେଲମ ଓ ଚିନାବ ନଦୀର ପାଣିକୁ ପାକିସ୍ତାନକୁ ଦିଆଯାଇଥିଲା । ଏହା ବ୍ୟତୀତ ଭାରତକୁ ନଦୀର ବ୍ୟବହାର ପାଇଁ ଅନୁମତି ଦିଆଯାଇଛି ।

Pakistan India-Pakistan PM Modi Kashmir Visit Pakistan On PM Modi Indus Waters Treaty India Pakistan Diplomacy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ