Advertisment

ପାକିସ୍ତାନ ପ୍ରଧାନମନ୍ତ୍ରୀ ରେସ : ୩ ନୂଆ ଚେହେରାକୁ ନେଇ ଚର୍ଚ୍ଚା ଜୋର

ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପରାମର୍ଶ ପରେ ପାକିସ୍ତାନ ପାର୍ଲାମେଣ୍ଟକୁ ଭାଙ୍ଗି ଦିଆଯାଇଛି। ମାତ୍ର ୩ ମାସ ପରେ ପାକିସ୍ତାନରେ ହେବ ସାନି ନିର୍ବାଚନ। ଏବେଠୁ ପ୍ରଧାନମନ୍ତ୍ରୀ ହେବାକୁ ଗୋଡ କାଢିଲେଣି ଏହି ୩ ନେତା..

ଅଦ୍ୟତନ ହୋଇଛି
pak

pak

Advertisment

ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ଭୋଟ୍‌କୁ ଖାରଜ କଲେ ଉପ-ବାଚସ୍ପତି। ଏହାର କିଛି ସମୟ ପରେ ପାର୍ଲାମେଣ୍ଟ୍‌ ଭଙ୍ଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଲେ। ଶେଷରେ ଇମ୍ରାନଙ୍କ ପରାମର୍ଶ ମାନି ପାକିସ୍ତାନ ପାର୍ଲାମେଣ୍ଟ୍ ଭଙ୍ଗ କରାଯାଇଛି। ଏବେ ୩ ମାସ ପରେ ହେବ ସାନି ନିର୍ବାଚନ। କିଏ ହେବ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ। ହେଲେ ଏହାରି ଭିରେ ଚର୍ଚ୍ଚାରେ ରହିଛି ୩ ନାଁ ।

Advertisment

ଶାହବାଜ ସରିଫ

ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଆଶାୟୀଙ୍କ ମଧ୍ୟରେ ଏକ ନମ୍ବରରେ ଅଛନ୍ତି ଶାହବାଜ ସରିଫ। ପଞ୍ଜାବ ପ୍ରଦେଶର ସେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ। ପାକିସ୍ତାନ ମୁସଲିମ ଲିଗ ନୱାଜର ସହ-ଚେୟାରମ୍ୟାନ୍ ତଥା ସଂସଦର ବିରୋଧୀ ଦଳର ନେତା ହେଉଛନ୍ତି ଶାହବାଜ। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କର ସେ ସାନ ଭାଇ। ଦୀର୍ଘ ଅଢ଼େଇ ଦଶନ୍ଧିରୁ ଅଧିକ ସମୟ ହେବ ଶାହବାଜ ରାଜନୀତିରେ ରହି ଆସିଛନ୍ତି। ଏହା ସହ ପଞ୍ଜାବ ପ୍ରଦେଶରେ ସେ ତିନି ଥର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କରିଛନ୍ତି।

ମରିୟମ ନୱାଜ

ଦ୍ୱିତୀୟ ଆଶାୟୀ ତାଲିକାରେ ରହିଛି ନୱାଜ ସରିଫଙ୍କ ଝିଅ ମରିୟମ ନୱାଜଙ୍କ ନାଁ। ୨୦୧୨ ମସିହାରେ ଶାହାବାଜ ସରିଫଙ୍କ ଅନୁମତି ନେଇ ରାଜନୀତିରେ ପ୍ରବେଶ କରିଥିଲେ ମରିୟମ। କିଛି ଦିନ ହେବ ଇମ୍ରାନ ଖାନଙ୍କ ନେତୃତ୍ୱରେ ଚାଲିଥିବା ପିଟିଆଇ ସରକାରଙ୍କୁ ସେ ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ଟାର୍ଗେଟ କରି ଆସୁଛନ୍ତି।

Advertisment

ବିଲାୱାଲ ଭୁଟ୍ଟୋ

ପାକିସ୍ତାନ ପ୍ରଧାନମନ୍ତ୍ରୀ ରେସରେ ତୃତୀୟ ସ୍ଥାନରେ ଅଛନ୍ତି ବିଲାୱାଲ ଭୁଟ୍ଟୋ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ପୁଅ ହେଉଛନ୍ତି ବିଲାୱାଲ। ଏହା ସହ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟିର ସେ ଚେୟାରମ୍ୟାନ୍ ଅଛନ୍ତି।

ଇମ୍ରାନଙ୍କ ପରାମର୍ଶରେ ପାକିସ୍ତାନ ପାର୍ଲାମେଣ୍ଟ୍ ଭାଙ୍ଗି ଯିବା ପରେ ଏବେ କାମଚଳା ସରକାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ କରିବା ପାଇଁ ରାଷ୍ଟ୍ରପତି ଆରିଫ୍‌ ଅଲ୍‌ୱିଙ୍କୁ ଦାବି ଜଣାଇଛନ୍ତି ଇମ୍ରାନ୍‌ ଖାଁ ।

Advertisment
Pakistan Prime Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ