Advertisment

Impact of India's Action Against Pakistan: ପହଲଗାମର ପରିଣତି ୱାଟର ଷ୍ଟ୍ରାଇକ: କ’ଣ ଏହି ସିନ୍ଧୁ ଜଳ ଚୁକ୍ତିନାମା, ପାକିସ୍ତାନକୁ କେମିତି ଲାଗିବ ଝଟ୍‌କା ?

ଭାରତ ଯଦି ଏହି ଚୁକ୍ତିନାମାକୁ ରଦ୍ଦ କରେ ତେବେ ନା ପାଣିର କୌଣସି ସୂଚନା ପାକିସ୍ତାନକୁ ଦିଆଯିବ ନା ଚୁକ୍ତିନାମା ଅନୁସାରେ କଥା ରଖିବାର ଚାପ ଭାରତ ଉପରେ ପଡିବ । ଭାରତର ଏହି ଘୋଷଣା ପରେ ବଡ ଧକ୍କା ଲାଗିବ ପାକିସ୍ତାନର ସବୁଠାରୁ ବଡ ରାଜ୍ୟ ପଞ୍ଜାବକୁ । ପଞ୍ଜାବ ସମ୍ପୂର୍ଣ୍ଣ ଭାବେ ଏକ କୃଷି ଉପରେ ନିର୍ଭର କରୁଥିବା ରାଜ୍ୟ । ପାକିସ୍ତାନର ଭାତହାଣ୍ଡି । ଏହି ନିଷ୍ପତ୍ତି ପଞ୍ଜାବରେ ହାହାକାର ସୃଷ୍ଟି କରିବା ସହ ପାକିସ୍ତାନର ଧରାଶାୟୀ ଅର୍ଥ ବ୍ୟବସ୍ଥାକୁ ଆହୁରି ଶୋଚନୀୟ କରିଦେବ ।

ଅଦ୍ୟତନ ହୋଇଛି
ସିନ୍ଧୁ ଜଳନୀତି

ସିନ୍ଧୁ ଜଳନୀତି

Advertisment

ପାକିସ୍ତାନକୁ ଭାରି ପଡିବ ପହଲଗାମ ଆତଙ୍କବାଦୀ ଆକ୍ରମଣ । ଆକ୍ରମଣର କଡା ଜବାବ ଦେବ ଭାରତ । ସାଉଦୀ ଆରବ ଗସ୍ତକୁ କାଣ୍ଟଛାଣ୍ଟ କରି ଫେରି ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୃହମନ୍ତ୍ରୀ ଅମିତ ଶାହ ବି ଘଟଣାସ୍ଥଳକୁ ଯାଇ ତଦାରଖ କରି ଫେରିଛନ୍ତି । ଧର୍ମ ପଚାରି ନିରୀହ ଲୋକଙ୍କୁ ଧର୍ମାନ୍ଧ ଆତଙ୍କୀମାନେ ଯେପରି ହତ୍ୟା କଲେ, ତାହା ସାରା ଦେଶରେ ପ୍ରତିଶୋଧର ନିଆଁ ଜଳେଇ ଦେଇଛି । ଗତକାଲି କ୍ୟବିନେଟ ଅନ ସିକ୍ୟୋରିଟି ବା CCSରେ ୫ଟି ବଡ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଭାରତ । କହିବାକୁ ଗଲେ ପାକିସ୍ତାନ ଉପରେ କୂଟନୀତିକ ଷ୍ଟ୍ରାଇକ ଆରମ୍ଭ କରି ଦେଇଛି । ଏ ଷ୍ଟ୍ରାଇକ ପାକିସ୍ତାନର କମର ଭାଙ୍ଗିବା ପାଇଁ ଯଥେଷ୍ଟ ହେବ ।

Advertisment

କେବେ ଓ କିଏ କରିଥିଲେ ସିନ୍ଧୁ ଜଳ ଚୁକ୍ତିନାମା

କୂଟନୀତିକ ଷ୍ଟ୍ରାଇକର ସବୁଠାରୁ ବଡ ନିଷ୍ପତ୍ତି ହେଉଛି ୱାଟର ଷ୍ଟ୍ରାଇକ । ପାକିସ୍ତାନ ସହ ହୋଇଥିବା ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରିଦେବ ଭାରତ । ଆତଙ୍କବାଦ ଶେଷ ନ ହେବା ପର୍ଯ୍ୟନ୍ତ ଏହି ଚୁକ୍ତିକୁ ରଦ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି ଭାରତ । ନଦୀଜଳ ଆବଣ୍ଟନକୁ ନେଇ ଭାରତ-ପାକିସ୍ତାନ ୧୯୬୦ ସିନ୍ଧୁଜଳ ଚୁକ୍ତି ସ୍ୱାକ୍ଷର କରିଥିଲେ । ଏହି ଚୁକ୍ତି ସ୍ୱାକ୍ଷରରେ ମଧ୍ୟସ୍ଥତା କରିଥିଲା ବିଶ୍ୱବ୍ୟାଙ୍କ । ୧୯୬୦ ନଭେମ୍ବର ୯ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଏବଂ ପାକିସ୍ତାନ ରାଷ୍ଟ୍ରପତି ଆୟୁବ ଖାନ ଏହି ଚୁକ୍ତିରେ ଏହି ସ୍ୱାକ୍ଷର କରିଥିଲେ ।

ଏହି ଚୁକ୍ତିନାମା ପରେ କାଶ୍ମୀରକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ବଢିବାକୁ ଲାଗିଲା । ପାକିସ୍ତାନର ଲାଇଫ ଲାଇନ ହେଉଛି ସିନ୍ଧୁ ନଦୀ । ଏହି ନଦୀ ଭାରତ ଦେଇ ପାକିସ୍ତାନକୁ ଯାଇଛି । ଏହି ଚୁକ୍ତିନାମା ହୋଇ ନ ଥିଲେ ହୁଏତ ପାକିସ୍ତାନରେ ପାଣି ପାଇଁ ଆଜି ହାହାକାର ପଡ଼ୁଥାନ୍ତା । କିନ୍ତୁ ଆଜିଯାଏ ସେପରି ପରିସ୍ଥିତି ଆସିବାକୁ ଦେଇନି ଭାରତ । ତଥାପି ଏସବୁ ଜାଣି ବି ସୁଧୁରି ନ ଥିଲା ପାକିସ୍ତାନ । ଏହା ଭିତରେ ଭାରତ ଏକାଧିକ ପାକ ପ୍ରେରିତ ଆତଙ୍କବାଦୀ ଆକ୍ରମଣକୁ ସାମ୍ନା କରିଛି । ହେଲେ ଏଥର ଧୈର୍ଯ୍ୟର ସବୁ ବନ୍ଧ ଭାଙ୍ଗି ଦେଇଛି ପାକିସ୍ତାନ । ତେଣୁ ଭାରତ ଏହି ଚୁକ୍ତିକୁ ରଦ୍ଧ କରି ପାକିସ୍ତାନ ଅଣ୍ଟା ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି ।

Advertisment

ଭାରତ ଯଦି ଏହି ଚୁକ୍ତିନାମାକୁ ରଦ୍ଦ କରେ ତେବେ ନା ପାଣିର କୌଣସି ସୂଚନା ପାକିସ୍ତାନକୁ ଦିଆଯିବ ନା ଚୁକ୍ତିନାମା ଅନୁସାରେ କଥା ରଖିବାର ଚାପ ଭାରତ ଉପରେ ପଡିବ । ଭାରତର ଏହି ଘୋଷଣା ପରେ ବଡ ଧକ୍କା ଲାଗିବ ପାକିସ୍ତାନର ସବୁଠାରୁ ବଡ ରାଜ୍ୟ ପଞ୍ଜାବକୁ । ପଞ୍ଜାବ ସମ୍ପୂର୍ଣ୍ଣ ଭାବେ ଏକ କୃଷି ଉପରେ ନିର୍ଭର କରୁଥିବା ରାଜ୍ୟ । ପାକିସ୍ତାନର ଭାତହାଣ୍ଡି । ଏହି ନିଷ୍ପତ୍ତି ପଞ୍ଜାବରେ ହାହାକାର ସୃଷ୍ଟି କରିବା ସହ ପାକିସ୍ତାନର ଧରାଶାୟୀ ଅର୍ଥ ବ୍ୟବସ୍ଥାକୁ ଆହୁରି ଶୋଚନୀୟ କରିଦେବ ।

ଚୁକ୍ତି ରଦ୍ଦ ହେଲେ କ’ଣ ପଡ଼ିବ ପ୍ରଭାବ ?

ସିନ୍ଧୁ ଜଳ ବୁଝାମଣାର ଲକ୍ଷ୍ୟ ହେଉଛି, ସିନ୍ଧୁ ନଦୀ ଏବଂ ଏହାର ସହାୟକ ନଦୀର ପାଣି ଆବଣ୍ଟନ ସୁଚାରୁ ଭାବେ କରିବା । ଏହି ଚୁକ୍ତି ଅନୁସାରେ, ୬ଟି ନଦୀକୁ ଦୁଇଟି ଭାଗରେ ବିଭକ୍ତ କରି ଦିଆ ଯାଇଥିଲା । ପ୍ରଥମ ଭାଗରେ ପୂର୍ବ ନଦୀ ଯେଉଁଥିରେ ରହିଛି ବ୍ୟାସ, ରାବୀ ଏବଂ ସତଲୁଜ । ଏହି ନଦୀର ପାଣି କେବଳ ଭାରତକୁ ମିଳିବ । ଏହି ତିନି ନଦୀର ପାଣି ସମ୍ପୂର୍ଣ୍ଣ ଭାବେ ଉପଯୋଗ କରିବାର ଅଧିକାର କେବଳ ଭାରତର ରହିଛି ।

Advertisment

ପାକିସ୍ତାନ ଭାଗରେ ପଡ଼ିଥିଲା ସିନ୍ଧୁ, ଚିନାବ ଏବଂ ଝେଲମ ନଦୀ । ଏହାର ପାଣି ମୁଖ୍ୟତଃ ପାକିସ୍ତାନକୁ ମିଳିଥିଲା । ଏହି ତିନି ନଦୀର ପାଣି ପାକିସ୍ତାନର ଜଳକଷ୍ଟ ଦୂର କରିଥିଲା । ଚାଷ, ମତ୍ସ୍ୟ ପାଳନ ସମେତ ପାନୀୟ ଜଳ, ହାଇଡ୍ରୋ ପାୱାର, ଉଦ୍ୟୋଗିକ ଉପଯୋଗ, ନୌବାହନ ଓ ପରିବହନ ପାଇଁ ପାକିସ୍ତାନ ଏହି ତିନି ନଦୀ ଉପରେ ନିର୍ଭରଶୀଳ ଥିଲା । କହିବାକୁ ଗଲେ ପାକିସ୍ତାନର ଅର୍ଥ ବ୍ୟବସ୍ଥା କୃଷି ପ୍ରଧାନ ଅଟେ ଏବଂ ସିନ୍ଧୁ ବେସିନ ଏହାର ଜୀବନ ରେଖା ଅଟେ । ଏହି ନଦୀର ପାଣି ମୁଖ୍ୟତଃ ପଞ୍ଜାବ ଓ ସିନ୍ଧ ପ୍ରାନ୍ତରେ ଜଳସେଚନ ପାଇଁ ବ୍ୟବହାର କରା ଯାଇଥାଏ । ଏହି ତିନି ନଦୀ ନ ଥିଲେ ହୁଏତ ଆଜି ପାକିସ୍ତାନରେ ହେଉଥିବା ଗହମ, ଚାଉଳ, କପା, ମକା ଆଦି ଫସଲ ନ ଥାନ୍ତା । ଯଦି ଆଗକୁ ଭାରତ ଏହି ସନ୍ଧି ଅମାନ୍ୟ କରିଦିଏ ତେବେ ପାକିସ୍ତାନର ଅର୍ଥ ବ୍ୟବସ୍ଥା ଆହୁରି ଭୁଶୁଡି ଯିବ ଏଥିରେ ସନ୍ଦେହ ନାହିଁ ।

ପିଇବା ପାଣି ଏବଂ ବିଜୁଳି ଉତ୍ପାଦନ ପାଇଁ ଛଟପଟ ହେବ ପାକିସ୍ତାନ

ପାକିସ୍ତାନର ଲାହୋର, କରାଚୀ ଏବଂ ଇସଲାମବାଦ ପରି ବଡ ବହ ସହର ଏବଂ ଗାଁରେ ଏହି ନଦୀଗୁଡିକ ପାଇଁ ପାନୀୟ ଜଳ ସଙ୍କଟ ଦୂର ହୋଇ ପାରିଛି । ଏହି ସବୁ ନଦୀ ଉପରେ ପାକିସ୍ତାନ ଏକାଧିକ ବନ୍ଧ ଏବଂ ଜଳବିଦଦ୍ୟୁତ ପରିଯୋଜନା କରିଛି । ଝେଲମ ନଦୀ ଉପରେ ମଙ୍ଗଳା ଡ୍ୟାମ, ସିନ୍ଧୁ ନଦୀ ଉପରେ ତରବେଲା ଡ୍ୟାମ କରିଛି । ଏହି ଡ୍ୟାମ ଯୋଗୁ ପାକିସ୍ତାନ ହାଇଡ୍ରୋପାୱାର ୟୁନିଟ ସ୍ଥାପନ କରି ବିଜୁଳି ଉତ୍ପାଦନ କରୁଛି । ଏହା ବ୍ୟତୀତ ଫ୍ୟାକ୍ଟ୍ରି, ଉଦ୍ୟୋଗିକ କ୍ଷେତ୍ରରେ ଏହି ନଦୀର ପାଣିକୁ କୁଲିଂ, ପ୍ରସେସିଂ ଆଦିରେ ବ୍ୟବହାର କରେ ପାକିସ୍ତାନ । ତେଣୁ ଭାରତ ଏହି ଚୁକ୍ତିନାମା ରଦ୍ଦ କଲେ ପାକିସ୍ତାନର ଅବସ୍ଥା କ’ଣ ହେବ ତାହା ସହଜରେ ଅନୁମେୟ ।

କ’ଣ ଏହି ସିନ୍ଧୁ ଜଳନୀତି ?

ସିନ୍ଧୁ ଜଳ ବୁଝାମଣା ସ୍ୱାକ୍ଷର ସମୟରେ ୬ଟି ନଦୀକୁ ଦୁଇ ଭାଗ କରି ଭାରତ-ପାକିସ୍ତାନ ମଧ୍ୟରେ ବାଣ୍ଟି ଦିଆ ଯାଇଥିଲା । ହେଲେ ପାକିସ୍ତାନ ଭାଗରେ ପଡିଥିବା ୩ଟି ନଦୀ ଭାରତ ଦେଇ ପାକିସ୍ତାନରେ ପହଞ୍ଚିଛି । ଚୁକ୍ତିନାମା ଅନୁସାରେ, ଏହି ତିନି ନଦୀର ଜଳକୁ ଭାରତ ଜଳସେଚନ, ପରିବହନ ଏବଂ ବିଦ୍ୟୁତ ଉତ୍ପାଦନ ପାଇଁ ବ୍ୟବହାର କରିବା ପାଇଁ ଅନୁମତି ମିଳିଛି । ତେବେ ଏହି ତିନି ନଦୀର ୮୦ ଭାଗ ପାଣି ପାକିସ୍ତାନ ବ୍ୟବହାର କରିବ । ଅନ୍ୟପକ୍ଷେ ମାତ୍ର ୨୦ ଭାଗ ପାଣି ବ୍ୟବହାର କରିବା ପାଇଁ ଭାରତକୁ ଅନୁମତି ମିଳିଛି । । ତେବେ ଏହି ନଦୀ ଉପରେ ପ୍ରକଳ୍ପ ନିର୍ମାଣ ନେଇ ଭାରତ ଉପରେ କଟକଣା ଜାରି କରାଯାଇଥିଲା । ଯାହା ବି ହେଉ, ଏହି ସନ୍ଧି ପାକିସ୍ତାନକୁ ସବୁବେଳେ ଭୟଭୀତ କରୁଥଲା । କାରଣ ଯଦି ଯୁଦ୍ଧ ହୁଏ ଏବଂ ଭାରତ ପାଣି ବନ୍ଦ କରିଦିଏ ତେବେ ପାକିସ୍ତାନ ମରୁଡି ଏବଂ ଦୁର୍ଭିକ୍ଷକୁ ସାମ୍ନା କରିପାରେ । କିନ୍ତୁ ଆଜିଯାଏ ସେପରି କିଛି ପଦକ୍ଷେପ ଭାରତ ନେଇ ନ ଥିଲା ।

ବିବାଦ ଦେଖା ଦେଲେ କିଏ କରିବ ସମାଧାନ ?

ଝେଲମ, ଚେନ୍ନାବ, ସିନ୍ଧୁ ନଦୀ ଉପରେ ପାକିସ୍ତାନର ଅଧିକାର ରହିଛି । ଇଣ୍ଟରନାଶନାଲ ୱାଟର ଟ୍ରାନ୍ସପୋର୍ଟ ବା IWTର ଆନେକ୍ସ ‘C’ ଅନୁସାରେ ଭାରତ ଏହି ନଦୀର ପାଣି କିଛି ମାତ୍ରାରେ କୃଷି ପାଇଁ ବ୍ୟବହାର କରିପାରିବ । ଅନ୍ୟପକ୍ଷେ ଆନେକ୍ସ ‘D’ ଅନୁସାରେ ଭାରତ ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ‘ରନ ଅଫ ୱାଟର’ ନିର୍ମାଣ କରି ପାରିବ । ଅର୍ଥାତ ଅଳ୍ପ ଜଳ ସଂରକ୍ଷଣ କରି ବା ବିଲକୁଲ ସଂରକ୍ଷଣ ନ କରି ଏହି ନଦୀ ଉପରେ ଭାରତ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ ନିର୍ମାଣ କରିପାରିବ । ଯଦି ଏହାକୁ ନେଇ କୌଣସି ଅସହମତି ପ୍ରକାଶ ପାଏ ବା ପ୍ରଶ୍ନ ଥାଏ କିମ୍ବା ଦୁଇ ଦେଶ ମଧ୍ୟରେ ଜଳ ଆବଣ୍ଟନକୁ ନେଇ ମତପାର୍ଥକ୍ୟ ଦେଖାଦିଏ ତେବେ ସମାଧାନ ପାଇଁ ଯେ କୌଣସି ପକ୍ଷ ନିରପେକ୍ଷ ବିଶେଷଜ୍ଞ କମିଟି ଗଠନ ପାଇଁ ୱାର୍ଲଡ ବ୍ୟାଙ୍କ ସହମତି ନେଇ ପାରିବ ।

ସଂକ୍ଷେପରେ ସିନ୍ଧୁ ଜଳ ଚୁକ୍ତିନାମା

-ସିନ୍ଧୁ ଜଳ ସନ୍ଧି ଅନୁସାରେ ପଶ୍ଚିମ ନଦୀ ଉପରେ ଭାରତ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରିପାରିବ

-ହେଲେ ଏମିତି ପ୍ରକଳ୍ପ ନିର୍ମାଣ କରିବ ଯେମିତି ଜଳକୁ ସଂରକ୍ଷିତ କରିବାକୁ ପଡିବନି ଏବଂ ଡିଜାଇନ ଏମିତି ହେବ ଯେମିତି ପାକିସ୍ତାନକୁ ପାଣି ମିଳିପାରିବ

-ଭାରତ ଏହି ପଶ୍ଚିମୀ ନଦୀ ଉପରେ କିଶନଗଙ୍ଗା ଏବଂ ରାତଲ ବନ୍ଧ ତିଆରି କରିଛି ଯାହାକୁ ନେଇ ପାକିସ୍ତାନ ବିରୋଧ କରି ଆସୁଛି ।

-ଏହି ବନ୍ଧର ଡିଜାଇନ ଏବଂ ରିଜର୍ଭରକୁ ବିରୋଧ କରିଆସୁଛି ପାକିସ୍ତାନ ।

-ବିବାଦର ସମାଧାନ ପାଇଁ ସ୍ଥାୟୀ ସିନ୍ଧୁ ଜଳ ଆୟୋଗ ଗଠନ

-ସିନ୍ଧୁ ଜଳ ଆୟୋଗ ଅତିକମରେ ବର୍ଷକେ ଥରେ ବୈଠକ ହେବା ଜରୁରୀ

ତଥାପି ଧୈର୍ଯ୍ୟର ସହ ସମାଧାନକୁ ଅପେକ୍ଷା କରିଥିଲା ଭାରତ

କାଶ୍ମୀର ବିବାଦକୁ ନେଇ ଭାରତ-ପାକିସ୍ତାନ ସମ୍ପର୍କ ତିକ୍ତତାର ଚରମ ସୀମାରେ ପହଞ୍ଚିଥିଲେ ହେଁ ୧୯୬୦ ପରଠାରୁ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ମାନି ଆସୁଛି । ଏହି ଚୁକ୍ତି ଅନୁସାରେ ଭାରତକୁ ସିନ୍ଧୁ ନଦୀର କେବଳ ୨୦ ପ୍ରତିଶତ ଜଳ ଉପଯୋଗ କରିବାକୁ ପଡୁଥିଲେ ହେଁ ଭାରତ ଚୁକ୍ତି ଉଲ୍ଲଘଂନ କରି ନ ଥିଲା । ଏହି ଚୁକ୍ତି ଯେଉଁ ସମୟରେ ହୋଇଥିଲା ସେତେବେଳେ ଭାରତ- ପାକିସ୍ତାନ ମଧ୍ୟରେ କୌଣସି ଯୁଦ୍ଧ ପରିସ୍ଥିତି ଦେଖା ଦେଇ ନ ଥିଲା । ୧୯୬୫ ପରେ ପାକିସ୍ତାନ ଲଗାତାର ଭାରତ ସହ ହିଂସା ଆଚରଣ କରି ଆସୁଛି । ୧୯୬୫ରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା ଯେଉଁଥିରେ ପାକିସ୍ତାନକୁ ପରାଜୟ ସମ୍ମୁଖୀନ ହେବାକୁ ପଡିଥିଲା । ପୁଣି ୧୯୭୧ରେ ପାକିସ୍ତାନ ଭାରତ ସହ ଯୁଦ୍ଧ କଲା । ଯେଉଁଥିରେ ପାକିସ୍ତାନକୁ ତାର ଏକ ଅଂଶ ହରାଇବାକୁ ପଡିଥିଲା ଯାହା ଆଜି ବାଂଲାଦେଶ ନାମରେ ପରିଚିତ । ସେବେଠାରୁ ଆଜିଯାଏ ପାକିସ୍ତାନ ଆତଙ୍କବାଦ ଏବଂ ସେନାକୁ ଭାରତ ବିରୋଧରେ ବ୍ୟବହାର କରି ଆସୁଛି । ଏସବୁ ସତ୍ତ୍ୱେ ଭାରତ ଏହି ନଦୀର ପାଣିକୁ କେବେ ବି ଅଟକାଇ ନ ଥିଲା ।

ଏବେ ପାକିସ୍ତାନକୁ ଲାଗିବ ଅସଲ ଝଟକା

ଏବେ ପହଲଗାମ ଆତଙ୍କୀ ଆକ୍ରମଣ ଘଟଣା ପରେ ଭାରତର ଧୈର୍ଯ୍ୟଚ୍ୟୂତି ଘଟିଛି । ଏବେ ସିନ୍ଧୁଜଳ ଚୁକ୍ତିନାମା ଉପରକୁ ଆସିଛି ଭାରତ । ପାକିସ୍ତାନକୁ ସିଧା ସିଧା ଚେତାବନୀ ଦେଇଛି ଭାରତ, ଯେତେଦିନ ଯାଏ ଆତଙ୍କବାଦର ହାତ ପାକିସ୍ତାନ ନ ଛାଡ଼ିଛି ସେତେଦିନ ଯାଏ ସିନ୍ଧୁ ଜଳ ଚୁକ୍ତିନାମାକୁ ଅମାନ୍ୟ କରାଯିବ । ଏବେ ପାକିସ୍ତାନକୁ ଲାଗିବ ଅସଲ ଝଟକା । ଭାଙ୍ଗିଯିବ କମର ।

କହିବାକୁ ଗଲେ ପାକିସ୍ତାନ ଦେଇ ସିନ୍ଧୁ, ଚେନାବ, ବୋଲନ, ହାରୋ, କାବୁଲ, ଝେଲମ, ପୁଞ୍ଝ, କୁନ୍ହାର ନଦୀ ପ୍ରବାହିତ ହେଉଛି । ଏସବୁ ବ୍ୟତୀତ ଆହୁରି ଅନେକ ନଦୀ ବି ପାକିସ୍ତାନ ଦେଇ ପ୍ରବାହିତ ହେଉଛି । ତେବେ ପ୍ରମୁଖ ନଦୀ ହେଉଛି ସିନ୍ଧୁ । ସିନ୍ଧୁ ନଦୀର ଉତ୍ପତି ତିବ୍ବତର ମାନସରୋବର ନିକଟ ସିନ-କା-ବାବ ଜଳଧାରାରୁ ହୋଇଛି । ଏହିଠାରୁ ବାହାରି ସିନ୍ଧୁ ତିବ୍ବତ ଏବଂ କାଶ୍ମୀର ଦେଇ ପ୍ରବାହିତ ହୋଇଛି । ନଙ୍ଗା ପର୍ବତର ଉତ୍ତର ଭାଗରୁ ବୁଲି ଏହି ନଦୀ ଦକ୍ଷିଣ-ପଶ୍ଚିମରେ ପାକିସ୍ତାନ ଦେଇ ଯାଇଛି । ଏହି ନଦୀର ଅଧିକାଂଶ ଭାଗ ପାକିସ୍ତାନକୁ ହିଁ ମିଳିଛି । ଚାଷସମେତ ପାକିସ୍ତାନର ପାନୀୟ ଜଳ ସଙ୍କଟ ସିନ୍ଧୁ ନଦୀ ଦୂର କରିଥାଏ । ଏହା ବ୍ୟତୀତ ଏହି ନଦୀ ଉପରେ ପାକିସ୍ତାନ ଅନେକ ଜଳ ବିଦ୍ୟୁତ ପ୍ରକଳ୍ପ କରିଛି । ଏପରିକି ଏହି ନଦୀକୁ ପାକିସ୍ତାନର ଜାତୀୟ ନଦୀର ମାନ୍ୟତା ଦିଆ ଯାଇଛି ।

ତେଣୁ ଥରେ ଭାବନ୍ତୁ, ଭାରତ ଯଦି ଏହି ନଦୀର ପାଣିକୁ ରୋକିଦେବ ତେବେ ପାକିସ୍ତାନର ଅବସ୍ଥା କ’ଣ ହେବ ? ବୁନ୍ଦାଏ ପାଣି ପାଇଁ ପାକିସ୍ତାନରେ ହାହାକାର ପଡିଯବ ।

India Pakistan Agreement India Pakistan News Indus Waters Treaty India Pakistan Pahalgam Terrorist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ