Advertisment

କୁନି ଝିଅକୁ ରାସ୍ତା ଉପରେ ଝୁଣି ଦେଲେ କୁକୁର, ଭାଇରାଲ ହେଉଛି ଭିଡ଼ିଓ

କୁକୁର କାମୁଡ଼ାରେ ଶିଶୁଟି ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛି।

DOG

DOG

Advertisment

ଭୋପାଳ: ଭୟଙ୍କର, ଛାତି ଥରାଇ ଦେବାପରି ଦୃଶ୍ୟ। ଭୋପାଳର ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ମୋବାଇଲରୁ ମୋବାଇକୁ ଘୂରି ବୁଲୁଛି। ସିସିଟିଭିରେ ରେକର୍ଡ଼ ହୋଇଥିବା ଭିଡ଼ିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି କି ରାସ୍ତା ଉପରେ ଏକ ଛୋଟିଆ ଝିଅ(୪ ବର୍ଷ) ଯାଉଥିବା ସମୟରେ ହଠାତ୍‌ ୪ ରୁ ୫ କୁକୁର ତା ପଛରେ ଗୋଡ଼ାଉଛନ୍ତି। ଆଉ କୁନି ଝିଅ ପଡ଼ିଯିବା ପରେ କୁକୁର ଗୁଡ଼ିକ ତା’ ଉପରେ ଡେଉଁଛନ୍ତି ଆଉ ତାକୁ କାମୁଡ଼ି ଝୁଣି ପକାଉଛନ୍ତି। କୁକୁର କାମୁଡ଼ାରେ କ୍ଷତାକ୍ତ ହୋଇଯିବା ସହ ବଂଚାଇବା ପାଇଁ ଜୋରସୋରରେ ଚିତ୍କାର କରୁଛି କୁନି ଝିଅ।

Advertisment

ଆଉ ଏତିକି ବେଳେ ପାଖରେ ଥିବା ଜଣେ ବ୍ୟକ୍ତି ଧାଇଁ ଆସିବା ସହ କୁକୁର ଗୁଡ଼ିକୁ ଗୋଡ଼ାଉଛନ୍ତି। ଆଉ କୁକୁର ଗୁଡ଼ିକ ମଧ୍ୟ ପଳାଇଯାଉଛନ୍ତି। ସୂଚନା ଅନୁସାରେ କୁକୁର କାମୁଡ଼ାରେ ଶିଶୁଟି ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। କୁକୁର ଆକ୍ରମଣରେ ତା’ର ମୁଣ୍ଡ ଓ ବେକ ଏବଂ ହାତରେ ଗଭୀର ଆଘାତ ଲାଗିଛି। କୁହାଯାଉଛି କି ଝିଅର ଅବସ୍ଥା ଏବେ ଗୁରୁତର ଅଛି। ଖବର ପାଇ ପ୍ରଶାସନିକ ଅଧିକାରୀମାନେ ସେଠାରେ ପହଞ୍ଚିବା ସହ କେଉଁ ଅବସ୍ଥାରେ ଏହି ଘଟଣା ଘଟିଲା ତାହାର ଅନୁଧ୍ୟାନ କରିବା ସହ ନାବାଳିକାର ସମସ୍ତ ଚିକିତ୍ସା କେମିତି ସୁଚାରୁ ରୂପେ ହେବ ସେନେଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି।

ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗତ କିଛିଦିନ ହେବ କୁକୁରମାନେ ଏଠାରେ ଉତ୍ପାତ ହେଉଛନ୍ତି। ଏମିତିକି ଅନେକ ଲୋକଙ୍କ ଆକ୍ରମଣ ମଧ୍ୟ କଲେଣି। ଆଉ ଏବେ ଏହି କୁନି ଝିଅକୁ ଗୁରୁତର ଆହତ ମଧ୍ୟ କରିଛନ୍ତି। ହେଲେ ସିସିଟିଭିରେ କଏଦ ହୋଇଥିବା ଏହି ଭିଡ଼ିଓ ଏତେ ଭୟଙ୍କର ଯେ ତାହାକୁ ଦେଖାଇବା ସମ୍ଭବ ନୁହେଁ।

Advertisment
Viral Video Dog Bhopal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ