Advertisment

ହାତକୁ ଦି ହାତ ହେଲେ OYO ମାଲିକ, ରିସେପସନ୍‌ ପାର୍ଟିରେ ଯୋଗଦେଲେ ପେଟିଏମ୍‌ ସିଇଓଙ୍କ ସମେତ ପ୍ରମୁଖ ବ୍ୟକ୍ତି

OYO ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲଙ୍କ ୱେଡିଂ ରିସେପସନ୍‌ରେ ସଫ୍ଟବ୍ୟାଙ୍କ ମୁଖ୍ୟ ମାସୋୟୋଶି ସନ୍‌ଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ। ଗତକାଲି ଦିଲ୍ଲୀରେ ରିସେପସନ୍‌ ପାର୍ଟି ଆୟୋଜିତ ହୋଇଥିଲା।

ଅଦ୍ୟତନ ହୋଇଛି
OYO Founder Ritesh Agarwal Marriage

OYO Founder Ritesh Agarwal Gets Married

Advertisment

OYO ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲଙ୍କ ୱେଡିଂ ରିସେପସନ୍‌ରେ ସଫ୍ଟବ୍ୟାଙ୍କ ମୁଖ୍ୟ ମାସୋୟୋଶି ସନ୍‌ଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ। ଗତକାଲି ଦିଲ୍ଲୀରେ ରିସେପସନ୍‌ ପାର୍ଟି ଆୟୋଜିତ ହୋଇଥିଲା। ଗତକାଲି ଗୀତାଂଶା ସୁଦ୍‌ଙ୍କୁ ରିତେଶ ବିବାହ କରିଥିଲେ। ବିବାହ କାର୍ଯ୍ୟକ୍ରମରେ ବହୁ କର୍ପୋରେଟ୍‌ ଲିଡର୍ସଙ୍କ ସମେତ ପେଟିଏମ୍‌(Paytm) ସିଇଓ ବିଜୟ ଶେଖର ଶର୍ମା ଓ ଲେନ୍ସକାର୍ଟ ମାଲିକ ପୀୟୁଷ ବଂଶଲ ପ୍ରମୁଖ ଯୋଗ ଦେଇଥିଲେ।

Advertisment

କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ସୋସିଆଲ୍‌ ମିଡିଆରେ ରିତେଶ ଓ ଗୀତାଂଶାଙ୍କ ସହ ଫଟୋ ଶେୟାର କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗତ ମାସରେ ରିତେଶ, ତାଙ୍କ ମା’ ଓ ପତ୍ନୀ ଗୀତାଂଶାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବାସଭବନକୁ ଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଆମନ୍ତ୍ରଣ କରିଥିଲେ। 

Advertisment

ରିତେଶ ଅଗ୍ରୱାଲ, ଦେଶର ସର୍ବକନିଷ୍ଠ କୋଟିପତିମାନଙ୍କ ମଧ୍ୟରୁ ଅନ୍ୟତମ। ମାତ୍ର ୧୯ ‍ବର୍ଷ ବୟସରେ ସେ OYO ପ୍ରତିଷ୍ଠା କରିଥିଲେ। ପକେଟ୍‌କୁ ସୁହାଇଲା ଭଳି ହୋଟେଲ୍‌ରେ ରୁମ୍‌ ଖୋଜୁଥିବା ଟୁରିଷ୍ଟଙ୍କୁ OYO ଶସ୍ତାରେ ରୁମ୍‌ ପ୍ରଦାନ କରିଥାଏ। ବର୍ତ୍ତମାନ ୮୦ଟି ଦେଶର ୮୦୦ରୁ ଅଧିକ ସହରରେ OYO ଅପରେଟ୍‌ କରୁଥିବା ଜଣାପଡ଼ିଛି।

Advertisment

୨୦୨୦ ମସିହାରେ ହ୍ୟୁମାନ୍ସ ଅଫ୍‌ ବମ୍ବେକୁ ସାକ୍ଷାତକାର ବେଳେ ରିତେଶ ଅଗ୍ରୱାଲ ତାଙ୍କ ଜୀବନ ଯାତ୍ରା ସମ୍ପର୍କରେ କହିଥିଲେ। ସେ କହିଥିଲେ ‘ବଡ଼ ସ୍ୱପ୍ନ ନେଇ ଏକ ଛୋଟ ସହରର ବାଳକ ମୁଁ। ଓଡ଼ିଶା ର ରାୟଗଡ଼ା ରେ ଏକ ମଧ୍ୟବିତ୍ତ ପରିବାରରେ ମୋର ଲାଳନପାଳନ ହୋଇଥିଲା। ହେଲେ ସବୁବେଳେ ଜଣେ ଭଲ ଉଦ୍ୟୋଗପତି ହେବା ମୋର ସ୍ୱପ୍ନ ଥିଲା’।

Oyo Hotels OYO Ritesh Agarwal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ