Advertisment

କୋଭିସିଲ୍ଡକୁ ଆମେରିକାର ଗ୍ରୀନ୍ ସିଗନାଲ୍ : ୨ଟି ଯାକ ଡୋଜ୍ ନେଇଥିବା ଯାତ୍ରୀ ଯାଇପାରିବେ US

ରାଷ୍ଟ୍ରପତି ବାଇଡେନଙ୍କ ନୂତନ ନୀତି ଭାରତ ଭଳି ଦେଶର ଲୋକଙ୍କୁ ଯାତ୍ରା ପ୍ରତିବନ୍ଧକରୁ ମୁକ୍ତି ମିଳିଛି । ଭାରତ ୩୩ଟି ରାଷ୍ଟ୍ର ମଧ୍ୟରେ ଅଛି, ଯାହାର ସମସ୍ତ ସମ୍ପୂର୍ଣ୍ଣ ଟିକାକୃତ ଯାତ୍ରୀଙ୍କୁ ଅନୁମତି ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅନୁମୋଦିତ ଟିକା ତାଲିକାରେ ଭାରତର ପ୍ରଭାବଶାଳୀ ଟିକା ହେଉଛି କୋଭିସିଲ୍ଡ ।

ଅଦ୍ୟତନ ହୋଇଛି
america

america

Advertisment

ନୂଆଦିଲ୍ଲୀ : ଭାରତ ପ୍ରସ୍ତୁତ କରୋନା ଭ୍ୟାକସିନ୍ କୋଭିସିଲ୍ଡକୁ ଅନୁମତି ଦେଇଛି ଆମେରିକା । ଦୁଇଟି ଯାକ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ଦେଶରେ ପ୍ରବେଶ ନେଇ ଆଉ ଅସୁବିଧା ନାହିଁ ବୋଲି ହ୍ୱାଇଟ୍ ହାଉସ୍ ସ୍ପଷ୍ଟ କରିଛି । ବିଦେଶରୁ ଆସୁଥିବା ଯାତ୍ରୀ ମାନଙ୍କୁ ନେଇ ଆମେରିକା ଏକ ନୂଆପରିବର୍ତ୍ତନ କରିଛି । ଆମେରିକା ଏକ ନୂତନ ଅନ୍ତର୍ଜାତୀୟ ଭ୍ରମଣ ବ୍ୟବସ୍ଥା ଘୋଷଣା କରିବା ସହ କେବଳ ଟିକା ନେଇଥିବା ଲୋକେ ନଭେମ୍ବରରୁ ଆମେରିକାରେ ପ୍ରବେଶ କରିପାରିବେ ।

Advertisment

ରାଷ୍ଟ୍ରପତି ବାଇଡେନଙ୍କ ନୂତନ ନୀତି ଭାରତ ଭଳି ଦେଶର ଲୋକଙ୍କୁ ଯାତ୍ରା ପ୍ରତିବନ୍ଧକରୁ ମୁକ୍ତି ମିଳିଛି । ଭାରତ ୩୩ଟି ରାଷ୍ଟ୍ର ମଧ୍ୟରେ ଅଛି, ଯାହାର ସମସ୍ତ ସମ୍ପୂର୍ଣ୍ଣ ଟିକାକୃତ ଯାତ୍ରୀଙ୍କୁ ଅନୁମତି ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅନୁମୋଦିତ ଟିକା ତାଲିକାରେ ଭାରତର ପ୍ରଭାବଶାଳୀ ଟିକା ହେଉଛି କୋଭିସିଲ୍ଡ । ତେଣୁ ଭାରତ ସମେତ ଆମେରିକା, ଫ୍ରାନ୍ସ, ଇଟାଲୀ, ସ୍ପେନ୍, ସ୍ୱିଜରଲ୍ୟାଣ୍ଡ, ଗ୍ରୀସ୍, ବ୍ରିଟେନ, ଆୟରଲାଣ୍ଡ, ଦକ୍ଷିଣ ଆଫ୍ରିକା, ଇରାନ, ବ୍ରାଜିଲ ସମେତ ଦେଶର ସମ୍ପୂର୍ଣ୍ଣ ଟିକା ନେଇଥିବା ଯାତ୍ରୀଙ୍କୁ ଆସନ୍ତା ନଭେମ୍ବରରୁ ବିମାନ ଯାତ୍ରା ପାଇଁ ଅନୁମତି ମିଳିବ ବୋଲି କହିଛି ହ୍ୱାଇଟ୍ ହାଉସ୍ ।

Advertisment

ତେବେ ବିଦେଶୀ ନାଗରିକଙ୍କୁ ଯାତ୍ରା ପୂର୍ବରୁ ଟିକାକରଣର ପ୍ରମାଣପତ୍ର ଦେବାକୁ ପଡିବ ଏବଂ ପହଞ୍ଚିବା ପରେ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ପଡିବ ନାହିଁ । ସେପଟେ କୋଭିସିଲ୍ଡ ଟିକାକୁ ବ୍ରିଟେନ ସରକାର ସ୍ୱୀକୃତି ପ୍ରଦାଦ କରିନାହାନ୍ତି, ଫଳରେ ଭାରତ ଖପ୍ପା ହୋଇଯାଇଛି । ସ୍ୱୀକୃତି ନଦେବା ପ୍ରସଙ୍ଗରେ ଭାରତ କାର୍ଯ୍ୟା ନୁଷ୍ଠାନ ନେବାକୁ ଚେତାବନୀ ଦେଇଛି । ବ୍ରିଟେନ ଯଦି ତା ଘୋଷଣା ନ ବଦଳାଏ ତେବେ ଯେଶାକୁ ତେଶା ନୀତି ଗ୍ରହଣ କରାଯିବ ବୋଲି କହିଛନ୍ତି ଭାରତୀୟ ବୈଦେଶିକ ସଚିବ ।

Covishield Travel To US
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ