Advertisment

ମାନିଲେନି ନିୟମ, ସିଲ୍‌ ହେଲା ୬୦ରୁ ଅଧିକ ଥିଏଟର

ସିନେମା ହଲ୍ ଉପରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦର ଚଡ଼କ। ୬୦ରୁ ଅଧିକ ଥିଏଟର ସିଲ୍‌ ହୋଇଥିବା ସୂଚନା ମିଳିଛି। ସରକାରଙ୍କ ଦର ଚାଟ୍‌କୁ ଖିଲାପ କରିବା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Cinema Hall Sealed

Cinema Hall Sealed

Advertisment

ହାଇଦ୍ରାବାଦ: ସିନେମା ହଲ୍ ଉପରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦର ଚଡ଼କ। ଆନ୍ଧ୍ରପ୍ରଦେଶରେ ୬୦ରୁ ଅଧିକ ଥିଏଟର ସିଲ୍‌ ହୋଇଥିବା ସୂଚନା ମିଳିଛି। ସରକାରଙ୍କ ଦର ଚାଟ୍‌କୁ ଖିଲାପ କରିବା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେବଳ କ୍ରିଷ୍ଣା ଜିଲ୍ଲାର ୧୨ଟି ବଡ଼ ଥିଏଟରକୁ ପ୍ରଶାସନ ସିଲ୍ କରିଛି।  

Advertisment

ଆନ୍ଧ୍ର ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ  ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ବି ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ଅଭିନେତା ନାନି ଆନ୍ଧ୍ର ସରକାରଙ୍କ ଏଭଳି ପଦକ୍ଷେପକୁ ସିନେମା ଇଣ୍ଡଷ୍ଟ୍ରି ପାଇଁ ଅସମ୍ମାନ ବୋଲି କହିଛନ୍ତି। ଏହାସହ ଅନେକ ପ୍ରଯୋଜକ ଓ ନିର୍ଦ୍ଦେଶକ ବି ଆନ୍ଧ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି।

ସୂଚନାଥାଉ କି, ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟରେ ସିନେମା ହଲ୍ ଗୁଡ଼ିକ ପାଇଁ ଟିକେଟ୍ ଚାଟ୍ ପ୍ରସ୍ତୁତ କରିଛନ୍ତି। ମହାନଗର ନିଗମରେ ସିନେମା ହଲ୍ ଗୁଡ଼ିକରେ ଟିକେଟ୍ ଦର ସର୍ବାଧିକ ୨୫୦ ଟଙ୍କା ରଖାଯାଇଛି। ସେହିପରି ପୌରପାଳିକାରେ ସର୍ବାଧିକ ୧୫୦ ଟଙ୍କା ଓ ପଞ୍ଚାୟତ, ଏନ୍ଏସି ଅଞ୍ଚଳରେ ଟିକେଟ୍ ଦର ୧୨୦ ଏବଂ ନନ୍ ଏସି ଥିଏଟର ହେଲେ ୮୦ ଟଙ୍କା ସର୍ବାଧିକ ଦର ରଖାଯାଇଛି। ଏହାକୁ ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଥିଏଟରର ଲାଇସେନ୍ସ ବି ରଦ୍ଧ କରିବାକୁ ନିର୍ଦ୍ଦେଶ ରହିଛି।

Advertisment

ତେବେ କରୋନା କଟକଣା ଯୋଗୁ ଦକ୍ଷିଣ ଭାରତର ଏକାଧିକ ହାଇ ବଜେଟ୍ ସିନେମା ରିଲିଜ୍ ହୋଇପାରିନି। ଏହାସହ ୫୦% ଦର୍ଶକଙ୍କୁ ନେଇ ସିନେମା ପ୍ରଦର୍ଶିତ ହେଉଥିବାରୁ ଥିଏଟର୍ କିପରି ଚାଲିବ ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। 

Andhra Pradesh Cinema Halls Theatres
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ