Advertisment

ତୃତୀୟ ଲହର ଛାନିଆ: ମାସକ ଭିତରେ ହେବ ୨୫ ଲକ୍ଷ ବାହାଘର ! ଖର୍ଚ୍ଚ ହେବ ୩ ଲକ୍ଷ କୋଟି !!

ନଭେମ୍ବର ମାସରେ ୧୪,୨୮, ୨୯ ,୩୦ ଓ ଡିସେମ୍ବରରେ ୧, ୬, ୭, ୮, ୯, ୧୧, ୧୨, ୧୩ରେ ବିବାହ ଯୋଗ ଥିବା କହିଛନ୍ତି CAIT ର ଆଧ୍ୟାତ୍ମିକ ଏବଂ ବୈଦିକ ଜ୍ଞାନ କମିଟିର ସଭାପତି ଆଚାର୍ଯ୍ୟ ଦୁର୍ଗେଶ ତର

ଅଦ୍ୟତନ ହୋଇଛି
marriage

marriage

Advertisment

ନୂଆଦିଲ୍ଲୀ : ବିବାହ ଋତୁରେ ଜମିବ ବେପାର । ବଜାରରେ ଉଡ଼ିବ ଟଙ୍କା । ଭଲ ବ୍ୟବସାୟ ହେବ । ହୋଟେଲ, ଲନ୍, ଫାର୍ମ ହାଉସ୍ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଅର୍କେଷ୍ଟ୍ରା, ଘୋଡାବାଲା ଭଲ ଦୁଇ ପଇସା ଅଧିକ ରୋଜଗାର କରିବେ । ଦୀପାବଳିରେ ଭଲ ବ୍ୟବସାୟ ପରେ ଦିଲ୍ଲୀ ସମେତ ଦେଶର ବ୍ୟବସାୟୀମାନେ ବିବାହ ଋତୁ ପାଇଁ ଅଧିକ ଉତ୍ସାହିତ ଅଛନ୍ତି । 14 ନଭେମ୍ବର ୨୦୨୧ ପରଠାରୁ ଭଲ ବ୍ୟବସାୟ ହେଉଛି । ୧୩ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଏକ ମାସ ମଧ୍ୟରେ ସାରା ଦେଶରେ ପ୍ରାୟ ୨୫ ଲକ୍ଷ ବିବାହ ଅନୁଷ୍ଠିତ ହେବ । ଏହା ସହିତ ବିବାହ ଋତୁରେ ୩ ଲକ୍ଷ କୋଟିରୁ ଅଧିକ ବ୍ୟବସାୟ ହେବ ବୋଲି ଆକଳନ କରାଯାଉଛି । ଏହି ସମୟ ମଧ୍ୟରେ କେବଳ ରାଜଧାନୀ ଦିଲ୍ଲୀରେ ୧.୫ ଲକ୍ଷରୁ ଅଧିକ ବିବାହ ହେବ ବୋଲି ଦାବି କରିଛି କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) । ଏହା ସହିତ ଦିଲ୍ଲୀରେ ପ୍ରାୟ ୫୦ ହଜାର କୋଟି ବ୍ୟବସାୟ ଆଶା କରାଯାଉଛି ।

Advertisment

ନଭେମ୍ବର ମାସରେ ୧୪,୨୮, ୨୯ ,୩୦ ଓ ଡିସେମ୍ବରରେ ୧, ୬, ୭, ୮, ୯, ୧୧, ୧୨, ୧୩ ରେ ବିବାହ ଯୋଗ ଥିବା କହିଛନ୍ତି CAIT ର ଆଧ୍ୟାତ୍ମିକ ଏବଂ ବୈଦିକ ଜ୍ଞାନ କମିଟିର ସଭାପତି ଆଚାର୍ଯ୍ୟ ଦୁର୍ଗେଶ ତର । ଏହା ପରେ କିଛି ଦିନ ବନ୍ଦ ରହିବ ବିବାହ କାର୍ଯ୍ୟ । ଆଉ ତା’ପରେ ୧୪ ଜାନୁୟାରୀ ୨୦୨୦ରୁ ପୁଣି ଆରମ୍ଭ ହେବ ମାଙ୍ଗଳିକ କାମ । ସେହିପରି ବିବାହ ଋତୁରେ ଭଲ ବ୍ୟବସାୟର ଆଶାକୁ ଦୃଷ୍ଟିରେ ରଖି ସାରା ଦେଶରେ ବ୍ୟବସାୟୀମାନେ ପ୍ରସ୍ତୁତି ଚଳାଇଥିବା କହିଛନ୍ତି ଏହାର ଜାତୀୟ ସଭାପତି ବିସି ଭାରତୀ ଏବଂ ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ । ପ୍ରତ୍ୟେକ ବିବାହର ପ୍ରାୟ ୨୦ ପ୍ରତିଶତ ଖର୍ଚ୍ଚ କନ୍ୟା ପକ୍ଷ ଲୋକ କରୁଥିବା ବେଳେ ୮୦ ପ୍ରତିଶତ ଖର୍ଚ୍ଚ ତୃତୀୟ ଏଜେନ୍ସିକୁ ଯାଇଥାଏ।

ବିବାହ ଋତୁ ପୂର୍ବରୁ ଘର, ରଙ୍ଗ, ଅଳଙ୍କାର, ପୋଷାକ, ଲେହଙ୍ଗା, ଚୁନରୀ, ବିବାହ କାର୍ଡ, ଡ୍ରାଇ ଫ୍ରୁଟ୍ସ, ମିଠା, ଫଳ, ପୂଜା ସାମଗ୍ରୀ, ଖାଦ୍ୟ ସାମଗ୍ରୀ, ସାଜସଜ୍ଜା ପ୍ରସ୍ତୁତି, ବୈଦ୍ୟୁତିକ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ଏବଂ ଉପହାର ସାମଗ୍ରୀ ବହୁ ପରିମାଣରେ କିଣାକିଣି କରାଯାଏ । CAIT ପକ୍ଷରୁ କୁହାଯାଇଛି ଦିଲ୍ଲୀ ସମେତ ସମଗ୍ର ଦେଶରେ ଭୋଜି ହଲ୍, ହୋଟେଲ, ଲନ୍, ଫାର୍ମ ହାଉସ୍ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି । ଆଉ ଏହି ସମୟରେ ତମ୍ବୁ, ସାଜସଜ୍ଜା, ଫୁଲ ସଜ୍ଜା, କ୍ରୋକେରି, କ୍ୟାଟରିଂ ସେବା, ଟ୍ରାଭେଲ୍ ସର୍ଭିସ୍, କ୍ୟାବ ସର୍ଭିସ୍ କୁ ଖୁବ୍ ବ୍ୟବସାୟ ମିଳେ । କେବଳ ଏତିକି ନୁହେଁ ପନିପରିବା ବିକ୍ରେତା, ଫଟୋଗ୍ରାଫର, ଭିଡିଓଗ୍ରାଫର୍, ବ୍ୟାଣ୍ଡବାଜା , ଅର୍କେଷ୍ଟ୍ରା, ଘୋଡାବାଲାଙ୍କୁ ମଧ୍ୟ କାମ ମିଳେ ।

Advertisment

ଏକ ମାସର ବିବାହ ଋତୁରେ ସାରା ଦେଶରେ ପ୍ରାୟ ୨୫ ଲକ୍ଷ ବିବାହ ଅନୁଷ୍ଠିତ ହେବ । ସେଥିମଧ୍ୟରୁ ୫ ଲକ୍ଷ ବିବାହରେ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଛି CAIT । ଏଥି ସହିତ ୫ ଲକ୍ଷ ବିବାହରେ ୫ ଲକ୍ଷ ଟଙ୍କା , ୧୦ ଲକ୍ଷ ବିବାହରେ ୧୦ ଲକ୍ଷ ଟଙ୍କା, ୪ ଲକ୍ଷ ବିବାହରେ ୨୫ ଲକ୍ଷ ଟଙ୍କା, ୫୦ ହଜାର ବିବାହରେ ପ୍ରାୟ ୫୦ ଲକ୍ଷ ଟଙ୍କା ଏବଂ ଆଉ ୫୦ ହଜାର ବିବାହରେ ୧ କୋଟି କିମ୍ବା ଅଧିକ ଖର୍ଚ୍ଚ ହେବ । ମୋଟ ଉପରେ ଏହି ଏକ ମାସର ବିବାହ ଋତୁରେ ପ୍ରାୟ ୩ ଲକ୍ଷ କୋଟି ଟଙ୍କା କାରବାର ହେବାର ସମ୍ଭାବନା ରହିଛି ।

Indian Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ