Uttarkashi
ହଠାତ୍ ବଦଳିଗଲା ପାଗ, ହିମସ୍ଖଳନରେ ୨୮ ପର୍ବତାରୋହୀ ବରଫ ତଳେ ଫସିଥିବା ଆଶଙ୍କା । ଉତ୍ତରାଖଣ୍ଡର ଉତ୍ତରକାଶୀ ଅଞ୍ଚଳର ଦାଣ୍ଡା-୨ ପର୍ବତର ଦ୍ରୌପଦୀ ଗିରିଶୃଙ୍ଗରେ ହିମସ୍ଖଳନ ହେବା ଯୋଗୁଁ ପ୍ରାୟ ୨୮ ଜଣ ଟ୍ରେନି ପର୍ବତାରୋହୀ ଫସି ରହିଥିବା ଆଶଙ୍କା କରାଯାଉଛି । ଏବେ ସୁଦ୍ଧା ୮ଜଣଙ୍କୁ ଉଦ୍ଧାରା କରାଯାଇଛି । ଅନ୍ୟ ଲୋକଙ୍କୁ ଉଦ୍ଧାର କରିବା ଲାଗି ଅଭିଯାନ ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ।
ଘଟଣାସ୍ଥଳକୁ ଉତ୍ତରାଖଣ୍ଡର ହିମାଳୟ ପାଦତଳେ ଥିବା ଗରଓ୍ୱାଲ ବେସରୁ ଉଦ୍ଧାରକାରୀ ଦଳ ଯାତ୍ରା କରିଛନ୍ତି ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଟିମ୍, ଏନଡିଆରଏଫ୍ ଓ ଆଇଟିବିପିର ଯବାନମାନେ ଡେରାଡୁନର ଶସ୍ତ୍ରଧାର ହେଲିପ୍ୟାଡରୁ ଯାତ୍ରା କରିଛନ୍ତି । ଏହାସହ ସେନାର ମଧ୍ୟ ସାହାଯ୍ୟ ନିଆଯାଇଛି । ଉଦ୍ଧାରକାରୀ ଦଳ ସ୍ୱତନ୍ତ୍ର ହେଲକପ୍ଟରରେ ଯାତ୍ରା କରିଛନ୍ତି ।
ତେବେ ଏହି ଅଘଟଣରେ କିଛି ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଖବର ରହିଛି। ହେଲେ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Uttarkashi_1664874934.jpg)