Advertisment

Hostage Liberation: ପାକିସ୍ତାନରେ ଟ୍ରେନ ହାଇଜାକ୍: ମୁକ୍ତ ହେଲେ ୧୦୪ ପଣବନ୍ଦୀ

ଗତକାଲି ଜାଫର ଏକ୍ସପ୍ରେସ ଟ୍ରେନରୁ ଅପହରଣ କରିଥିଲେ ଆତଙ୍କବାଦୀ। ଟ୍ରେନଟି  କୋଏଟାରୁ ପେଶାୱର ଯାଉଥିବା ବେଳେ ବେଲୁଚି ଲିବରେସନ ଆର୍ମିର ଆତଙ୍କବାଦୀ ହାଇଜାକ୍ କରିଥିଲେ। ଟ୍ରେନକୁ ଟନେଲ ନମ୍ବର ୮ ପାଖରେ ବାଲୋଚ ଲିବରେସନ ଆର୍ମିର ଅସ୍ତ୍ରଶସ୍ତ୍ରଧାରୀ ଆତଙ୍କୀ ଅଟକାଇଥିଲେ।

ଅଦ୍ୟତନ ହୋଇଛି
Train Hijacked

Train Hijacked

Advertisment

ପାକିସ୍ତାନ ଟ୍ରେନ ହାଇଜାକ୍ ଘଟଣାରେ ବଡ଼ ଅପଡେଟ୍ । ହାଇଜାକ୍ ହୋଇଥିବା ଜାଫର ଏକ୍ସପ୍ରେସରୁ ୧୦୪ ଜଣ ପଣବନ୍ଦୀଙ୍କୁ ମୁକୁଳା ଯାଇଥିବା ସୂଚନା ମିଳିଛି। ମୁକୁଳିଥିବା ପଣବନ୍ଦୀଙ୍କ ମଧ୍ୟରୁ ୩୧ ମହିଳା ଓ ୧୫ ଶିଶୁ ଅଛନ୍ତି ।

Advertisment

ଗତକାଲି ଜାଫର ଏକ୍ସପ୍ରେସ ଟ୍ରେନରୁ ଅପହରଣ କରିଥିଲେ ଆତଙ୍କବାଦୀ। ଟ୍ରେନଟି  କୋଏଟାରୁ ପେଶାୱର ଯାଉଥିବା ବେଳେ ବେଲୁଚି ଲିବରେସନ ଆର୍ମିର ଆତଙ୍କବାଦୀ ହାଇଜାକ୍ କରିଥିଲେ। ଟ୍ରେନକୁ ଟନେଲ ନମ୍ବର ୮ ପାଖରେ ବାଲୋଚ ଲିବରେସନ ଆର୍ମିର ଅସ୍ତ୍ରଶସ୍ତ୍ରଧାରୀ ଆତଙ୍କୀ ଅଟକାଇଥିଲେ।

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ଟ୍ରେନ ଅପହରଣ କଲେ ଆତଙ୍କବାଦୀ, ୪୦୦ ଯାତ୍ରୀ ପଣବନ୍ଦୀ

ପାହାଡ ଘେରା ଏହି ଅଞ୍ଚଳରେ  ଆକ୍ରମଣ କରି ତୁରନ୍ତ ଯାତ୍ରୀଙ୍କୁ ନିଜ କବଜାକୁ ନେଇଥିଲେ। ଏହାପରେ ରାତି ତମାମ ପାକ୍ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳି  ବିନିମୟ ବେଳେ ୧୭ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହ  ୧୦୪ ଜଣ ପଣବନ୍ଦୀଙ୍କୁ ମୁକୁଳା ଯାଇଥିବା ଜଣାଯାଇଛି।

Advertisment

 ବନ୍ଧକଙ୍କୁ ଛାଡିବାକୁ ପାକକୁ ୪୮ ଘଣ୍ଟାର  ଅଲଟିମେଟମ ଦେଇଥିଲା ବଲୁଚ ଲିବରେସନ ଆର୍ମି। ନହେଲେ ବନ୍ଧକଙ୍କୁ ମାରିଦେବାକୁ ଧମକ ଦେଇଥିଲା ବଲୁଚ ଲିବରେସନ ଆର୍ମି। ଅନ୍ୟପକ୍ଷରେ ବେଲୁଚି ଲିବରେସନ ଆର୍ମି ୩୦ ପାକ୍ ଯବାନଙ୍କୁ ହତ୍ୟା କରିଥିବା ଦାବି କରିଛି।

 ଅଧିକ ପଢ଼ନ୍ତୁ: WhatsAppରେ କରନ୍ତୁ ଏମିତି; ଆପଣଙ୍କୁ କେହି କୌଣସି ଗ୍ରୁପ୍‌ରେ ଆଡ୍ କରିପାରିବେ ନାହିଁ

Advertisment
Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ