Advertisment

ସାଇନାଙ୍କ ପ୍ରତି ଆପତ୍ତିଜନକ କମେଣ୍ଟ ଦେଇ ଫସିଲେ ସାଉଥ୍‌ ଷ୍ଟାର ସିଦ୍ଧାର୍ଥ

ବ୍ୟାଡ୍‌ମିଣ୍ଟନ୍ ଖେଳାଳି ସାଇନା ନେହୱାଲ୍‌ଙ୍କ ପ୍ରତି ଅଶୋଭନୀୟ ଟ୍ୱିଟ୍ କରି ଫସିଛନ୍ତି ସାଉଥ୍‌ ଷ୍ଟାର ସିଦ୍ଧାର୍ଥ। ସିଦ୍ଧାର୍ଥଙ୍କ ବିରୋଧରେ ମାମଲା ରୁଜୁ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଖୋଦ୍ ମହିଳା କମିଶନର ରେଖା ଶର୍ମା ନିବେଦନ କରିଛନ୍ତି।

ଅଦ୍ୟତନ ହୋଇଛି
Actor Siddharth & Badminton Star Saina Nehwal

Actor Siddharth & Badminton Star Saina Nehwal

Advertisment

ମୁମ୍ବାଇ: ବିବାଦ ଘେରରେ ରଙ୍ଗ ଦେ୍ ବସନ୍ତି ଫେମ୍ ତଥା ସାଉଥ୍‌ ଷ୍ଟାର ସିଦ୍ଧାର୍ଥ। ବ୍ୟାଡ୍‌ମିଣ୍ଟନ୍ ଖେଳାଳି ସାଇନା ନେହୱାଲ୍‌ଙ୍କ ପ୍ରତି ଅଶୋଭନୀୟ ଟ୍ୱିଟ୍ କରି ଫସିଛନ୍ତି ସାଉଥ୍‌ ଷ୍ଟାର ସିଦ୍ଧାର୍ଥ। ପରିସ୍ଥିତି ଏପରି ହୋଇଛି ଯେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଜାତୀୟ ମହିଳା କମିଶନ ମହାରାଷ୍ଟ୍ର ଓ ତାମିଲନାଡୁ ଡିଜିପିଙ୍କୁ ଚିଠି ଲେଖିଛନ୍ତି। ସିଦ୍ଧାର୍ଥଙ୍କ ବିରୋଧରେ ମାମଲା ରୁଜୁ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଖୋଦ୍ ମହିଳା କମିଶନର ରେଖା ଶର୍ମା ନିବେଦନ କରିଛନ୍ତି। ଏହାସହ ସିର୍ଦ୍ଧାଥଙ୍କ ଏହି ଟ୍ୱିଟକୁ ହଟାଇବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପାଇଁ ଟ୍ୱିଟରକୁ କୁହାଯାଇଛି। 

Advertisment

ସୂଚନାଥାଉ କି, ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ସମ୍ପର୍କରେ ସାଇନା ନେହୱାଲ୍‌ ଟ୍ୱିଟରରେ ମତ ରଖିଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ସାଇନା ଚିନ୍ତା ପ୍ରକଟ କରିଥିଲେ। ଯଦି ଖୋଦ୍‌ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି, ତା’ହେଲେ ସେହି ଦେଶ କେବେବି ନିଜକୁ ସୁରକ୍ଷିତ କହିପାରିବ ନାହିଁ। ପଞ୍ଜାବ ଘଟଣାକୁ ନେଇ ସାଇନା କଡ଼ା ଭାଷାରେ ନିନ୍ଦା କରିଥିଲେ।

Advertisment

ତେବେ ସାଇନାଙ୍କ ଏହି ଟ୍ୱିଟ୍‌ ଉପରେ ସାଉଥ୍‌ ଷ୍ଟାର ସିଦ୍ଧାର୍ଥ ଟ୍ୱିଟ୍‌ କରିଥିଲେ। ଯେଉଁଥିରେ ସେ ଦ୍ୱିଅର୍ଥ ବୋଧକ ଶବ୍ଦ ବ୍ୟବହାର କରିଥିଲେ ଓ ଲେଖିଥିଲେ- Shame on you #Rihanna। ସିଦ୍ଧାର୍ଥଙ୍କ ଏହି ଟ୍ୱିଟ୍‌କୁ ନେଇ ଲୋକମାନେ ଆପତ୍ତି ଉଠାଇବା ସହ ଜାତୀୟ ମହିଳା କମିଶନରେ ଅଭିଯୋଗ କରିଥିଲେ। ଯାହାକୁ ନେଇ ଏବେ ତମ୍ବିତୋଫାନ ହୋଇଛି। ବିବାଦ ପରେ ସିଦ୍ଧାର୍ଥ ଘଟଣାକୁ ନେଇ ସଫେଇ ଦେଇଛନ୍ତି। କଥାକୁ ଅନ୍ୟ ଅର୍ଥରେ ନିଆଯାଉଛି। କାହାକୁ ଅପମାନ କରିବା ପାଇଁ ସେ ଚେଷ୍ଟା କରି ନାହାନ୍ତି ବୋଲି ସିଦ୍ଧାର୍ଥ କହିଛନ୍ତି। 

Advertisment

ଅନ୍ୟପକ୍ଷେ, ପୁରା ଘଟଣାକୁ ନେଇ ସାଇନାଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ‘ମୁଁ ଜାଣନି ସେ(ସିଦ୍ଧାର୍ଥ) କ’ଣ ବାର୍ତ୍ତା ଦେବାକୁ ଚାହୁଁଥିଲେ। ଜଣେ ଭଲ ଅଭିନେତା ଭାବେ ମୁଁ ତାଙ୍କ କାର୍ଯ୍ୟକୁ ପସନ୍ଦ କରୁଛି, ହେଲେ ଏହା ଠିକ୍‌ ନଥିଲା। ଯଦି ସେ କିଛି କହିବାକୁ ଚାହୁଁଥିଲେ, ତା’ହେଲେ ସଠିକ୍‌ ଶବ୍ଦ ବ୍ୟବହାର କରିପାରିଥାନ୍ତେ। ଯଦି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କୌଣସି ପ୍ରସଙ୍ଗ ନୁହେଁ, ତା’ହେଲେ ଦେଶରେ କ’ଣ ସୁରକ୍ଷିତ ?’

ଘଟଣାକୁ ନେଇ ମହିଳା କମିଶନ ସିଦ୍ଧାର୍ଥଙ୍କୁ ନୋଟିସ୍‌ ପଠାଇଛି। ଏହାସହ ଆଇଟି ଆକ୍ଟ ଅଧିନରେ ତାଙ୍କ ବିରୋଧରେ FIR ରୁଜୁ କରିବା ଲାଗି କୁହାଯାଇଛି। ଜାତୀୟ ମହିଳା କମିଶନ ମୁମ୍ବାଇ ପୋଲିସ୍‌ ଓ ଟ୍ୱିଟରକୁ ମାମଲାର ରିପୋର୍ଟ ମଧ୍ୟ ମାଗିଛି। ଗତ କିଛିଦିନ ହେଲା ସିଦ୍ଧାର୍ଥଙ୍କ ଅନେକ ରାଜନୈତିକ ବୟାନ ଓ ଟ୍ୱିଟ୍‌ ବିବାଦ ଘେରକୁ ଆସିଛି। ଯାହାକୁ  ନେଇ ସେ ଚର୍ଚ୍ଚାରେ ରହି ଆସିଛନ୍ତି।

Actor Siddharth Saina Nehwal Tweet
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ