Advertisment

ଜୋଜିଲା ଟନେଲ୍ : ଗ୍ରାଉଣ୍ଡ ଜିରୋରେ ଓଟିଭି ଟିମ୍

ଶ୍ରୀନଗରରୁ ଲେହକୁ ଫିଟିବ ବାର ମାସିଆ ରାସ୍ତା। ଖୁବ୍ ଶୀଘ୍ର ଯାତାୟତା ଯୋଗ୍ୟ ହେବ ଜୋଜିଲା ଟନେଲ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରି ଆଜି ଜେଡ୍-ମୋଡ୍ ଓ ଜୋଜିଲା ମୁଖ୍ୟ ଟନେଲ ନିର୍ମାଣ ଅଗ୍ରଗତିର ସମୀକ୍ଷା କରିଛନ୍ତି

ଅଦ୍ୟତନ ହୋଇଛି
Jammu

Jammu

Advertisment

ଜାମ୍ମୁ: ଶ୍ରୀନଗରରୁ ଲେହକୁ ଫିଟିବ ବାର ମାସିଆ ରାସ୍ତା। ଖୁବ୍ ଶୀଘ୍ର ଯାତାୟତା ଯୋଗ୍ୟ ହେବ ଜୋଜିଲା ଟନେଲ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରି ଆଜି ଜେଡ୍-ମୋଡ୍ ଓ ଜୋଜିଲା ମୁଖ୍ୟ ଟନେଲ ନିର୍ମାଣ ଅଗ୍ରଗତିର ସମୀକ୍ଷା କରିଛନ୍ତି। ୨୦୨୩ରେ କାମ ସରିବାକୁ ଥିବା ବେଳେ ଆସନ୍ତାବର୍ଷ ମଧ୍ୟଭାଗ ସୁଦ୍ଧା ଟନେଲ ଯାଆସ ଯୋଗ୍ୟ ହେବ ବୋଲି କହିଛନ୍ତି। ଜୋଜିଲା ଟନେଲ ସଂପୂର୍ଣ୍ଣ ହେଲେ ଏଲଏସିକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଓ ସୈନ୍ୟ ପ୍ରେରଣ ସହଜ ହେବ। ତାସହିତ ଶ୍ରୀନଗର ସହ ସୋନମାର୍ଗ ଯୋଡି ହେଉଥିବାରୁ ପର୍ଯ୍ୟଟନ କ୍ଷେତ୍ର ପାଇଁ ବି ନୂଆ ସମ୍ଭାବନା ସୃଷ୍ଟି କରିବ। ତେବେ ଆଜି ଓଟିଭି ଟିମ୍ ଗ୍ରାଉଣ୍ଡ ଜିରୋକୁ ଯାଇ ଏହାର ଅନୁଧ୍ୟାନ କରିଥିଲା।

Advertisment

ସଡ଼କ ପଥରେ ଶ୍ରୀନଗରକୁ ଲେହ ସହ ବର୍ଷସାରା ଯୋଡ଼ିବାର କେନ୍ଦ୍ରର ବଡ଼ ପ୍ରୟାସ। ସୀମାରେ ସାମରିକ ଭିତ୍ତିଭୂମିକୁ ସୁଦୃଢ଼ କରିବାର ଚାଲିଛି ଚେଷ୍ଟା। ଯୁଦ୍ଧକାଳୀନ ଭିତ୍ତିରେ ତିଆରି ଚାଲିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଟନେଲ୍। ଜେଡ୍ ମୋଡ୍ ଓ ଜୋଜିଲାକୁ ନେଇ ସାରା ଦେଶରେ ଏବେ ଚାଲିଛି ଚର୍ଚ୍ଚା। ହେଲେ କେତେ ଆଗେଇ ଲାଣି ନିର୍ମାଣ କାମ ସେନେଇ ଗ୍ରାଉଣ୍ଡ ଜିରୋକୁ ଯାଇ ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ଭୂପୃଷ୍ଠ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରି। ଆଜି ପ୍ରଥମେ ଜେଡ୍ ମୋଡ୍ ଓ ପରେ ଟ୍ୱିନ୍ ଟ୍ୟୁବ୍ ଟନେଲ୍ ଦେଇ ଜୋଜିଲା ଟନେଲ୍ କାମର ଅଗ୍ରଗତି ବୁଲି ଦେଖିଛନ୍ତି।

Advertisment

୬.୫ କିଲୋମିଟର ଜେଡ୍-ମୋଡ୍ ଟନେଲ ଶ୍ରୀନଗରୁ ସୋନମାର୍ଗକୁ ସଂଯୋଗ କରିବ। ସେହିପରି ୧୪.୫ କିଲୋମିଟର ଦୀର୍ଘ ଜୋଜିଲା ମୁଖ୍ୟ ଟନେଲ ଶ୍ରୀନଗରକୁ ଦ୍ରାସ ଓ କାର୍ଗିଲ ସେର ଦେଇ ଲେହ ସହ ସଂଯୋଗ କରିବ। ୨୦୨୩ ଡିସେମ୍ବର ସୁଦ୍ଧା ଟନେଲ ନିର୍ମାଣ କାମ ଶେଷ କରିବାକୁ ଟାର୍ଗେଟ ଥିବା ବେଳେ ଆସନ୍ତା ବର୍ଷ ପ୍ରଥମ ଭାଗ ସୁଦ୍ଧା ଏହାକୁ ଯାତାୟତ କ୍ଷମ କରାଯାଇପାରିବ ବୋଲି କହିଛନ୍ତି ଗଡକରି।

ଭୀଷଣ ତୁଷାରପାତ ଯୋଗୁଁ ପ୍ରତିବର୍ଷ ନଭେମ୍ବରରୁ ଏପ୍ରିଲ୍ ପ୍ରାୟ ୬ ମାସ ଧରି ମୂଳ ଭୂଖଣ୍ଡରୁ ବିଚ୍ଛିନ୍ନ ହୋଇଯାଏ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ। ଆକାଶମାର୍ଗରୁ ଛାଡିଦେଲେ ବନ୍ଦ ହୋଇଯାଏ ପୂରା ରାସ୍ତା। ସାମରିକ ଦୃଷ୍ଟିକୋଣରୁ ଅତି ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଥିବା ଏହି ଭୂଖଣ୍ଡକୁ ଯାତାୟତ। ତେବେ ଜୋଜିଲା ଟନେଲ ଦ୍ୱାରା ଦେଶର ଅନ୍ୟ ଭାଗ ସହ ସବୁ ଦିନିଆ ରାସ୍ତାରେ ଜୋଡି ହୋଇଯିବ ଲଦାଖ।

Advertisment

ଏଲଏସିରେ ଚୀନର ଷଡ଼ଯନ୍ତ୍ର ଭାରତ ଚିନ୍ତା ବଢାଇଥିବା ବେଳେ ସେନା ପାଇଁ ସୃଷ୍ଟି ହୋଇଛି ବଡ଼ ଚ୍ୟାଲେଞ୍ଜ। ସ୍ଥିତି ମୁକାବିଲା ଲାଗି ସେନାକୁ ପ୍ରତି ମୁହୂର୍ତ୍ତରେ ବ୍ୟାଟଲ ରେଡି ରହିବାକୁ ପଡୁଛି। ତେଣୁ ପ୍ରତିକୁଳ ପରିସ୍ଥିତିରେ ଯବାନଙ୍କ ଲାଗି ଯୁଦ୍ଧସ୍ତ୍ର ଓ ଖାଦ୍ୟସାମଗ୍ରୀ ଓ ଅନ୍ୟାନ୍ୟ ସରଞ୍ଜାମ ଯେଭଳି ବିନା ବାଧାରେ ପହଞ୍ଚାଇ ହେବ। ସେଥିଲାଗି ଜମ୍ମୁ ଓ କାଶ୍ମୀର ସମେତ ଅରୁଣାଚଳ ପ୍ରଦେଶ ଓ ଉତ୍ତର ପୂର୍ବାଞ୍ଚଳର ଅନ୍ୟ ରାଜ୍ୟରେ ସଡକ, ପୋଲ ସମେତ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି।

Z-Morh Tunnel Union Minister Nitin Gadkari Zojila Tunnel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ