Advertisment

୪୧ ବର୍ଷ ମରୁଡ଼ି ପରେ ପଦକ ପାଇଲା ଭାରତୀୟ ହକି ଦଳ, ଜାଣନ୍ତୁ କେତେ ସଂଘର୍ଷ ପୂର୍ଣ୍ଣ ଥିଲା ମ୍ୟାଚ୍‌?

ରୋହିଦାସଙ୍କୁ ଭୁରି ଭୁରି ପ୍ରଶଂସା କରି ପୂର୍ବତନ ହକି ଅଲିମ୍ପିଆନ୍ ଆଶିଷ ବଲାଲ ତାଙ୍କୁ ସାଇଲେଣ୍ଟ ହିରୋ ଭାବେ ବର୍ଣ୍ଣନା କରିଛନ୍ତି। ଚଳିତ ଅଲିମ୍ପିକ୍ସରେ ସେ ଏକାକୀ ୧୫ଟି ପେନାଲ୍ଟି କର୍ଣ୍ଣରକୁ ରୋକିବାରେ ସମର୍ଥ ହୋଇଥିବା କହିଛନ୍ତି। ସେହିପରି ପୂର୍ବତନ ହକି ଅଲିମ୍ପିଆନ ପି ସୁବୟା ମଧ୍ୟ ଗୋଲକିପର ଶ୍ରୀଜେଶ ଏବଂ ରୋହିଦାସଙ୍କୁ ଏହି ମ୍ୟାଚର ରିଆଲ ହିରୋ ବୋଲି କହିଛନ୍ତି।

ଅଦ୍ୟତନ ହୋଇଛି
୪୧ ବର୍ଷ ମରୁଡ଼ି ପରେ ପଦକ ପାଇଲା ଭାରତୀୟ ହକି ଦଳ, ଜାଣନ୍ତୁ କେତେ ସଂଘର୍ଷ ପୂର୍ଣ୍ଣ ଥିଲା ମ୍ୟାଚ୍‌?

indian-mens-hockey-team

Advertisment

ନୂଆଦିଲ୍ଲୀ: ଚାରି ଦଶନ୍ଧିର ଅପେକ୍ଷାର ହୋଇଥିଲା ଅନ୍ତ। ଜାତୀୟ କ୍ରୀଡା ହକିରେ ଫେରିଥିଲା ଗୌରବମୟ ଦିନ। ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ଜିତିଥିଲା ପଦକ। ୧୯୮୦ ଅଲିମ୍ପିକ୍ସରେ ଶେଷ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳ ଗତ ଗୁରୁବାର ଦିନ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିଲା । ଶକ୍ତିଶାଳୀ ଜର୍ମାନୀକୁ ୫-୪ରେ ପରାସ୍ତ କରି ଇତିହାସ ରଚିଥିଲା ଭାରତୀୟ ଟିମ୍।

Advertisment

ଟୋକିଓର ଓଇ ହକି ଷ୍ଟାଡିୟମରେ ଏଇ ହୁଟର ଆୱାଜ ସହ ଭାରତୀୟ ହକି ଫେରିପାଇଛି ଏହାର ହୃତଗୌରବ। ଅଲିମ୍ପିକ ହକିରେ ଦୀର୍ଘ ୪୧ ବର୍ଷର ପଦକ ମରୁଡିରେ ଅନ୍ତ ଘଟାଇ ମନପ୍ରୀତଙ୍କ ଟିମ୍ ରଚିଛି ଇତିହାସ। ଜର୍ମାନୀକୁ ୫-୪ରେ ପରାସ୍ତ କରି ବ୍ରୋଞ୍ଜ ପଦକ ବିଜୟୀ ହୋଇଛି ଭାରତୀୟ ଟିମ୍। ୧୯୮୦ ମସ୍କୋ ଅଲିମ୍ପିକ୍ ବିଜୟ ପରେ ଏହା ହେଉଛି ଅଲିମ୍ପିକ୍ ହକିରେ ଭାରତର ପ୍ରଥମ ପଦକ ବିଜୟ । ଆଜି ମ୍ୟାଚର ଚାରୋଟି ଯାକ କ୍ୱାର୍ଟର ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା। ଖେଳ ଆରମ୍ଭ ହେବାର ଦ୍ୱିତୀୟ ମିନିଟରେ ଜର୍ମାନୀ ଗୋଲ୍ ଦେଇ ଭାରତୀୟ ଟିମକୁ ଝଟକା ଦେଇଥିଲା। ପ୍ରଥମ କ୍ୱାର୍ଟରରେ ୦-୧ରେ ପଛୁଆ ରହିଥିବା ଭାରତ ଦ୍ୱିତୀୟ କ୍ୱାର୍ଟର ପ୍ରାରମ୍ଭରେ ଗୋଲ କରି ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲା। ହେଲେ ଜର୍ମାନୀ ଦୁଇ ମିନିଟ ବ୍ୟବଧାନରେ ଦୁଇଟି ଗୋଲ ଦେଇ ୩-୧ରେ ଆଗୁଆ ରହିଥିଲା।

ତେବେ ଦ୍ୱିତୀୟ କ୍ୱାର୍ଟର ଶେଷ ବେଳକୁ ଭାରତ ଲଢୁଆ କେଳ ପ୍ରଦର୍ଶନ କରି ଦୁଇଟି ଗୋଲ୍ ଦେବା ସହ ଜବରଦସ୍ତ କମବ୍ୟାକ କରିଥିଲା। ତୃତୀୟ କ୍ୱାର୍ଟରରେ ଭାରତର ଦବଦବା ଜାରି ରଖି ଆଉ ଦୁଇଟି ଗୋଲ ସହ ୫-୩ରେ ଆଗୁଆ ରହିଥିଲା। ଚତୁର୍ଥ କ୍ୱାର୍ଟର ଆରମ୍ଭରୁ ଜର୍ମାନୀ ପେନାଲଟ୍ କର୍ଣ୍ଣରକୁ ଗୋଲରେ ପରିଣତ କରି ମ୍ୟାଚକୁ ୫-୪ ସ୍ଥିତିକୁ ନେଇଯାଇଥିଲା। ସେହିପରି ମ୍ୟାଚ୍ ସରିବାର ମାତ୍ର କେଇ ସେକେଣ୍ଡ ପୂର୍ବରୁ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାକୁ ଭରପୁର ଉଦ୍ୟମ କରିଥିଲା। ତେବେ ଗୋଲ କିପର ଶ୍ରୀଜେଶ ଜର୍ମାନୀ ଟିମର ଉଦ୍ୟମକୁ ପଣ୍ଡ କରିଦେଇଥିଲେ।

Advertisment

ଭାରତୀୟ ହକିର ଗୌରବମୟ ଗଥା ବହନ କରୁଥିବା ଏହି ବିଜୟୀ ମ୍ୟାଚରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଓଡିଆ ପୁଅ ଅମିତ ରୋହିଦାସ। ଜର୍ମାନୀ ଆଟାକରେ ଭାରତ ପାଇଁ ଢାଲ ସାଜିଥିଲେ ଓଡିଶାର ଡିଫେଣ୍ଡେର। ଜର୍ମାନୀର ଅଧିକାଂଶ ଗୋଲ ପେନେଟ୍ରେସନକୁ ଅଟକାଇ ଭାରତର ବିଜୟରେ ହିରୋ ହୋଇଥିଲେ ରୋହିଦାସ।

ରୋହିଦାସଙ୍କୁ ଭୁରି ଭୁରି ପ୍ରଶଂସା କରି ପୂର୍ବତନ ହକି ଅଲିମ୍ପିଆନ୍ ଆଶିଷ ବଲାଲ ତାଙ୍କୁ ସାଇଲେଣ୍ଟ ହିରୋ ଭାବେ ବର୍ଣ୍ଣନା କରିଛନ୍ତି। ଚଳିତ ଅଲିମ୍ପିକ୍ସରେ ସେ ଏକାକୀ ୧୫ଟି ପେନାଲ୍ଟି କର୍ଣ୍ଣରକୁ ରୋକିବାରେ ସମର୍ଥ ହୋଇଥିବା କହିଛନ୍ତି। ସେହିପରି ପୂର୍ବତନ ହକି ଅଲିମ୍ପିଆନ ପି ସୁବୟା ମଧ୍ୟ ଗୋଲକିପର ଶ୍ରୀଜେଶ ଏବଂ ରୋହିଦାସଙ୍କୁ ଏହି ମ୍ୟାଚର ରିଆଲ ହିରୋ ବୋଲି କହିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିମ୍ ଇଣ୍ଡିଆ କ୍ୟାପଟେନ୍ ମନପ୍ରୀତ, ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ ଓ ସହକାରୀ କୋଚ୍ ପୀୟୂଷ ଦୁବେଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି। ଟିମ ଇଣ୍ଡିଆର ଏହି ବିଜୟକୁ ଐତିହାସିକ ବୋଲି କହିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକି ଟିମ୍ ସହ ଭିଡିଓ କନ୍ଫରେନ୍ସିଂରେ କଥା ହୋଇ ଚମତ୍କାର ବିଜୟ ପାଇଁ ଶୁଭେଚ୍ଛା ଜଣାଇବା ସହ ଆସନ୍ତା ଅଗଷ୍ଟ ୧୬ରେ ଭୁବନେଶ୍ୱରରେ ହକି ଟିମକୁ ସ୍ୱାଗତ ପାଇଁ ଅପେକ୍ଷା କରିଛୁ ବୋଲି କହିଛନ୍ତି। ସେହିପରି ଅମିତ ରୋହିଦାସଙ୍କ ପରିବାର ସହ କଥା ହୋଇ ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଦୀର୍ଘ ୪ ଦଶନ୍ଧି ପରେ ହକିରେ ଏହି ଐତିହାସିକ ପଦକ, ବ୍ରୋଞ୍ଜ ଆକାରରେ ହେଲେବି ଭାରତୀୟ ହକିର ସ୍ୱର୍ଣ୍ଣିମ ଜୟଯାତ୍ରାର ପୁଣି ନୂଆ ଅଧ୍ୟାୟ ଆରମ୍ଭ କରିବ ବୋଲି ସାରା ଦେଶ ଆଶା ରଖିଛି ।

Olympic Tokyo Olympics2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ