Advertisment

ନିଜେ ଚାଲିଗଲେ କିନ୍ତୁ ୫ ଜଣଙ୍କୁ ଦେଇଗଲେ ନୂଆ ଜୀବନ

ମୃତ୍ୟୁ ପୂର୍ବରୁ ୫ ଜଣଙ୍କୁ ନୂଆ ଜୀବନ ଦେଇଗଲେ ଜଣେ ଓଡ଼ିଆ। ନାଁ ସୁଶୀଲ ସାହୁ ଆଉ ଘର ଗଞ୍ଜାମ ବେଲଗୁଣ୍ଠା ବ୍ଳକ୍ ଅଲାଡିରେ। ପରିବାର ପୋଷଣ ପାଇଁ କାମ କରିବାକୁ ସୁରଟ ଯାଇଥିଲେ ସୁଶୀଲ

Surat

Surat

Advertisment

ଘରକୁ ଶବ ହୋଇ ସିନା ଫେରିଲେ, ହେଲେ ଅଙ୍ଗଦାନ କରି ୫ଟି ଜୀବନ ବଞ୍ଚାଇ ଦେଲେ। ଭୁବନେଶ୍ୱର ବିମାନ ବନ୍ଦରରେ ଗଂଜାମର ସୁଶୀଲ ସାହୁଙ୍କ ମୃତଦେହ ପହଞ୍ଚିବା ପରେ ଏଭଳି ଏକ ମହତ ଘଟଣା ସାମ୍ନାକୁ ଆସିଛି। ସୁରଟରେ ଶ୍ରମିକ ଭାବେ କାମ କରି ପରିବାର ଚଳାଉଥିବା ୩୩ ବର୍ଷୀୟ ସୁଶୀଲ ସାହୁଙ୍କ ମୃତ୍ୟୁ ପରେ ଅଙ୍ଗଦାନ ଖବର ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

Advertisment

ମୃତ୍ୟୁ ପୂର୍ବରୁ ୫ ଜଣଙ୍କୁ ନୂଆ ଜୀବନ ଦେଇଗଲେ ଜଣେ ଓଡ଼ିଆ। ନାଁ ସୁଶୀଲ ସାହୁ ଆଉ ଘର ଗଞ୍ଜାମ ବେଲଗୁଣ୍ଠା ବ୍ଳକ୍ ଅଲାଡିରେ। ପରିବାର ପୋଷଣ ପାଇଁ କାମ କରିବାକୁ ସୁରଟ ଯାଇଥିଲେ ସୁଶୀଲ। ସେଠାରେ ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରି ଚଳାଉଥିଲେ ପରିବାର। ୫ ଦିନ ତଳେ ସୁଶୀଲ କାମ କରୁଥିବା ବେଳେ ଉଚ୍ଚ ରକ୍ତଚାପ ଯୋଗୁ ହଠାତ ଟଳି ପଡିଲେ। ସହକର୍ମୀ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କଲେ । ହେଲେ ଚିକିତ୍ସା ବେଳେ ସୁଶୀଲଙ୍କ ବ୍ରେନ୍ ଡେଡ୍ ହୋଇଯାଇଥିବା କହିଲେ ସୁରଟସ୍ଥିତ ପ୍ରଭୁ ଜେନେରାଲ ହସ୍ପିଟାଲର ଡାକ୍ତର । ତାଙ୍କୁ ୩୬ ଘଣ୍ଟା ଅବଜରଭେସନରେ ରଖାଗଲା ।

ହେଲେ ସ୍ୱାସ୍ଥ୍ୟର କିଛି ଉନ୍ନତି ନହେବାରୁ ସୁଶୀଲଙ୍କ ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଲେ ପରିବାର ଲୋକେ। ଡାକ୍ତରଙ୍କ ପରାମର୍ଶକ୍ରମେ ଚେନ୍ନାଇର ଏମଜିଏମ୍ ହସ୍ପିଟାଲରେ ଜଣେ ରୋଗୀଙ୍କ ଦେହରେ ସୁଶୀଲଙ୍କ ହାର୍ଟ ପ୍ରତିରୋପଣ କରାଗଲା। ସେହିଭଳି ଲିଭର ଏବଂ ଦୁଇଟି କିଡ୍ନୀ ଅହମଦାବାଦର ହସ୍ପିଟାଲରେ ଥିବା ଆଉ ଦୁଇଜଣ ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯାଇଛି। ଦୁଇଟି ଆଖି ମଧ୍ୟ ଦାନ କରିଛନ୍ତି ସୁଶୀଲ। ଫଳରେ ୫ ଜଣଙ୍କୁ ମିଳିଛି ନୂଆ ଜୀବନ।

Advertisment

ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି ସୁଶୀଲଙ୍କ ମୃତଦେହ। ଏହାକୁ ପରିବାର ଲୋକେ ଗ୍ରହଣ କରିବା ବେଳେ କାନ୍ଦ ବୋବାଳିରେ ଫାଟି ପଡୁଥିଲା ବିମାନ ବନ୍ଦର ପରିସର । ଭାଇ ତ ଚାଲିଗଲା କିନ୍ତୁ ତାର ଏହି ଅଙ୍ଗ ଯଦି କାହା ଜୀବନ ବଞ୍ଚାଉଛି ତାଠାରୁ ବଡ କଥା କିଛି ନାହିଁ ବୋଲି ଭାବି ଅଙ୍ଗଦାନ କରିଦେଲୁ ବୋଲି କୋହଭରା କଣ୍ଠରେ କହିଛନ୍ତି ସୁଶୀଲଙ୍କ ଭାଇ। ଏହା ପୂର୍ବରୁ ମଧ୍ୟ ଗଞ୍ଜାମର ସୁରଜ ବେହେରା ନାମକ ଜଣେ ଯୁବକ ସୁରଟରେ ଅଙ୍ଗଦାନ କରି ଚର୍ଚ୍ଚାକୁ ଆସିଥିଲେ।

ଭୁବନେଶ୍ୱରରୁ ଅତୁଲ୍ୟ ବାଉତ ଏବଂ ସୁରଟରୁ ଶୈଳେସ ଚମ୍ପାନାରିଆଙ୍କ ରିପୋର୍ଟ

Organ Donation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ