Advertisment

ଫ୍ଲିପ୍‌କାର୍ଟରେ ଅର୍ଡରକଲେ ଆଇଫୋନ୍; ଆସିଲା ନିର୍ମା ସାବୁନ୍

ଆଜିକାଲି ଅନ୍‌ଲାଇନ୍ ମାର୍କେଟିଂ ଟ୍ରେଣ୍ଡ୍ ହୋଇଛି। ଫ୍ଲିପ୍‌କାର୍ଟରେ ଚାଲିଛି ମେଗା ସେଲ୍। ନିକଟରେ ଏହି ବିକ୍ରିରେ ଅନେକ ଉତ୍ପାଦ ଉପରେ ରିହାତି ଦିଆଯାଉଥିଲା। ଏହି ସେଲ୍‌ରେ, ଆଇଫୋନ୍ ୧୨ ମଧ୍ୟ ବହୁତ କମ୍ ଦାମ୍‌ରେ ବିକ୍ରି ହେଉଥିଲା। ଏନେଇ ଅନେକ ଗ୍ରାହକ ଆଇଫୋନ୍ ୧୨ ଅର୍ଡର କରିଥିଲେ କିନ୍ତୁ ଜଣେ ଫ୍ଲିପ୍‌କାର୍ଟ ଗ୍ରାହକଙ୍କୁ ଆଇଫୋନ୍ ୧୨ ବଦଳରେ ଦୁଇଟି ନିର୍ମା ସାବୁନ୍ ମିଳିଛି। ଫ୍ଲିପ୍‌କାର୍ଟ ଗ୍ରାହକ ସିମ୍‌ରନ୍‌ପାଲ୍‌ ସିଂଙ୍କ ସହ ଏମିତି ଘଟିଛି।

Ordered iphone 12 on flipkart but got Nirma Soap

Ordered iphone 12 on flipkart but got Nirma Soap

Advertisment

ନୂଆଦିଲ୍ଲୀ : ଆଜିକାଲି ଅନ୍‌ଲାଇନ୍ ମାର୍କେଟିଂ ଟ୍ରେଣ୍ଡ୍ ହୋଇଛି। ଫ୍ଲିପ୍‌କାର୍ଟରେ ଚାଲିଛି ମେଗା ସେଲ୍। ନିକଟରେ ଏହି ବିକ୍ରିରେ ଅନେକ ଉତ୍ପାଦ ଉପରେ ରିହାତି ଦିଆଯାଉଥିଲା। ଏହି ସେଲ୍‌ରେ, ଆଇଫୋନ୍ ୧୨ ମଧ୍ୟ ବହୁତ କମ୍ ଦାମ୍‌ରେ ବିକ୍ରି ହେଉଥିଲା। ଏନେଇ ଅନେକ ଗ୍ରାହକ ଆଇଫୋନ୍ ୧୨ ଅର୍ଡର କରିଥିଲେ କିନ୍ତୁ ଜଣେ ଫ୍ଲିପ୍‌କାର୍ଟ ଗ୍ରାହକଙ୍କୁ ଆଇଫୋନ୍ ୧୨ ବଦଳରେ ଦୁଇଟି ନିର୍ମା ସାବୁନ୍ ମିଳିଛି। ଫ୍ଲିପ୍‌କାର୍ଟ ଗ୍ରାହକ ସିମ୍‌ରନ୍‌ପାଲ୍‌ ସିଂଙ୍କ ସହ ଏମିତି ଘଟିଛି। ସେ ଅନ୍‌ଲାଇନ୍‌ରେ ଆପଲ୍ ଆଇଫୋନ୍ ୧୨ ଅର୍ଡର କରିଥିଲେ। ତାଙ୍କ ପାଖକୁ ପାର୍ସଲ୍ ଆସିଲା। କିନ୍ତୁ ସେଥିରେ ଆଇଫୋନ୍ ବଦଳରେ ମିଳିଲା ୫ ଟଙ୍କିଆ ଦୁଇଟି ସାବୁନ୍। କିନ୍ତୁ ସୌଭାଗ୍ୟବଶତଃ ଅର୍ଡର ସମୟରେ ସେ ଓପନ୍ ବକ୍ସ ଡେଲିଭରୀ ସିଲେକ୍ଟ କରିଥିଲେ। ଏହି କାରଣରୁ ତାଙ୍କ ଟଙ୍କା ଏବଂ ସମୟ ବଞ୍ଚିଯାଇଥିଲା।

Advertisment

ତେବେ ଏଠାରେ ଆମେ କହି ରଖୁ ଯେ ଯଦି ଆପଣ ଇ-କମର୍ସ ସାଇଟ୍‌ରୁ ମହଙ୍ଗା ଦ୍ରବ୍ୟ କିଣୁଛନ୍ତି, ତେବେ ନିଶ୍ଚିତ ଓପନ୍ ବକ୍ସ ଡେଲିଭରୀ ସିଲେକ୍ଟ କରନ୍ତୁ। ସିମ୍‌ରନ୍‌ପାଲ୍‌ ସିଂ ମଧ୍ୟ ଏହି ବକ୍ସ ଖୋଲିବା ସମୟରେ ଏକ ଭିଡିଓ କରିଥିଲେ। ଏହି ଭିଡିଓ ଗୋ ଆଣ୍ଡ୍ରଏଡ୍ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଅପ୍‌ଲୋଡ୍ ହୋଇଛି। ବାକ୍ସରେ ସାବୁନ ଦେଖି ସେ ଡେଲିଭରୀ ବୟକୁ OTP ଦେବାକୁ ମନା କରିଥିଲେ। ତେବେ ସେହି ଡେଲିଭରୀ ବୟ ତାଙ୍କୁ ବାରମ୍ବାର ଫୋନ୍ କରି ଓଟିପି ମାଗୁଥିବା ସେ କହିଛନ୍ତି। ତେବେ ଫ୍ଲିପକାର୍ଟ କଷ୍ଟମର୍ କେୟାର ସହିତ ଫୋନରେ ଅନେକ କଥା ହେବା ପରେ ତାଙ୍କ ଡେଲିଭରୀକୁ ଫେଲ୍ କରାଯାଇଥିଲା। ଏହା ପରେ ଅର୍ଡର ବାତିଲ ହୋଇ ଫେରସ୍ତ ପ୍ରକ୍ରିୟା କରାଯାଇଥିଲା। ଆମେ ଏପରି ଅନେକ ମାମଲା ଶୁଣିବାକୁ ପାଉ ଯେଉଁଠାରେ ଦାମୀ ମୋବାଇଲ୍ ବଦଳରେ ଡେଲିଭରି ବକ୍ସରେ ସାବୁନ୍ ଆସେ। ଏପରି ସ୍ଥିତିକୁ ଏଡାଇବା ପାଇଁ ଗ୍ରାହକମାନେ ଚେକ୍‌ଆଉଟ୍ ସମୟରେ ଓପନ୍ ବକ୍ସ ଡେଲିଭରୀର ବିକଳ୍ପ ଚୟନ କରିବା ଉଚିତ। ଯେପର୍ଯ୍ୟନ୍ତ ଆପଣଙ୍କୁ ଡେଲିଭରୀରେ ଠିକ୍ ଜିନିଷ ନ ମିଳିଛି ଡେଲିଭରି ବୟ କିମ୍ବା ଫ୍ଲିପ୍‌କାର୍ଟ ୱିସମାଷ୍ଟରଙ୍କୁ OTP ଶେୟାର କରନ୍ତୁ ନାହିଁ।

Advertisment

ପ୍ରକାଶଥାଉ ଯେ ଫ୍ଲିପ୍‌କାର୍ଟ ବିଗ୍ ବିଲିୟନ ଡେସ ବିକ୍ରୟ ସମୟରେ ଇ-କମର୍ସ କମ୍ପାନୀ ଆଇଫୋନ୍ ୧୨ ସିରିଜ୍ ଉପରେ ଅନେକ ରିହାତି ପ୍ରଦାନ କରୁଥିଲା। ଏଥିରେ ଆଇଫୋନ୍‌ଗୁଡିକ ଲଞ୍ଚ ମୂଲ୍ୟଠାରୁ ବହୁତ କମ୍ ମୂଲ୍ୟରେ ବିକ୍ରି ହେଉଥିଲା। ବିକ୍ରି ସମୟରେ ଆଇଫୋନ୍ ୧୨ ମିନି ୩୪,୯୯୯ ଟଙ୍କାରେ ବିକ୍ରି ହେଉଥିଲା। ଆଇଫୋନ୍ ୧୨ର ମୂଲ୍ୟ ୫୦,୦୦୦ରୁ କମ୍ ମୂଲ୍ୟରେ ବିକ୍ରି ହେଉଥିଲା। ଏହା ସହିତ ଅନ୍ୟାନ୍ୟ ଅଫର ମଧ୍ୟ ଦିଆଯାଉଥିଲା।

Flipkart New Delhi Flipkart Deliery
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ