Dating App
ଆମେ ଅନେକ ସମୟରେ ଅନେକ ଲୋକଙ୍କୁ ଡେଟିଂ ଓ ଚାଟିଂ ଆପରେ ନିଜର ସମୟ ଅତିବାହିତ କରି ଏବଂ ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁତା ବା ସମ୍ପର୍କ ଆରମ୍ଭ କରି ଅନେକ ଅର୍ଥ ହାନୀ ସହ ସମ୍ମାନ ହାନୀ ଭଳି ଖବର ଆମେ ଶୁଣିଛେ । ଯେଉଁ ସମ୍ପର୍କ ନା ଆଗକୁ ବଢି ପାରେ ନା ସେ ସମ୍ପର୍କର କୌଣସି ପ୍ରମାଣ ଥାଏ । ହେଲେ ବାରମ୍ବାର ଏପରି ଖବର ସାମନାକୁ ଆସୁଥିଲେ ମଧ୍ୟ କିଛି ଅଜ୍ଞାତ ବ୍ୟକ୍ତି ଏଥିରେ ଫସି ଯାଉଛନ୍ତି ଓ ନିଜ ଅର୍ଥହାନୀ ହେଉଛି ।
ଅଧିକ ପଢ଼ନ୍ତୁ: ମାଗଣାରେ କରିପାରିବେ Ghibli ଷ୍ଟାଇଲ୍ AI ଇମେଜ୍; ଆପଣଙ୍କ ପାଇଁ ୫ ଟୁଲ୍ସ
ଠିକ୍ ସେହିଭଳି ଏକ ଖବର ସାମନାକୁ ଆସିଛି ପଶ୍ଚିମବଙ୍ଗରୁ । ଫସି ଯାଇଛନ୍ତି ଜଣେ ବୃଦ୍ଧ ବ୍ୟକ୍ତି । ପଶ୍ଚିମବଙ୍ଗର ସଲ୍ଟ ଲେକ୍ ଅଞ୍ଚଳର ଜଣେ ୬୩ ବର୍ଷୀୟ ବୃଦ୍ଧ ବ୍ୟକ୍ତି ଅନଲାଇନ ଡେଟିଂ ଆପରେ ଠକେଇର ଶିକାର ହୋଇଛନ୍ତି । ଡେଟିଂ ଆପରେ ଜଣେ ମହିଳାଙ୍କ ସହ ପରିଚିତ ହୋଇ ତାଙ୍କ ପିଛାରେ ୬୬.୬ ଲକ୍ଷ ଟଙ୍କା ହରାଇବା ପରେ ବିଧାନନଗର ସାଇବରକ୍ରାଇମ ପୋଲିସ୍ ଷ୍ଟେସନରେ ଗୁରୁବାର ଅଭିଯୋଗ କରିବା ପରେ ଏହି ଘଟଣା ସାମନାକୁ ଆସିଛି ।
ସୂଚନା ମୁତାବକ, ବୃଦ୍ଧ ଜଣଙ୍କ ଏପ୍ରିଲ ୧୪ ତାରିଖରେ ଅନଲାଇନ ଡେଟିଂ ଆପରେ ଜଣେ ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ । ଏହା ପରେ ସେ ହ୍ୱାଟ୍ସଆପ ଯୋଗେ ତାଙ୍କ ସହ ବାର୍ତ୍ତାଳାପ କରିବା ଆରମ୍ଭ କଲେ । ଗୋଟିଏ ସପ୍ତାହ ମଧ୍ୟରେ ଉକ୍ତ ମହିଳା ଜଣଙ୍କ ବୃଦ୍ଧଙ୍କୁ ଅନଲାଇନରେ ଟଙ୍କା ନିବେଶ କରିବାକୁ ପ୍ରବର୍ତ୍ତାଇଥିଲେ, ଯେଉଁଥିରେ ସେ ଭଲ ଫେରସ୍ତ ପାଇବେ ବୋଲି ଆଶ୍ୱାସନା ଦେଇଥିଲେ । ଏହା ପରେ ସେ ଟେଲିଗ୍ରାମରେ ଏକ ଗ୍ରୁପରେ ତାଙ୍କୁ ଯୋଡିଲେ ।
ପ୍ରାଥମିକ ଭାବେ ବୃଦ୍ଧ ବ୍ୟକ୍ତି ଜଣଙ୍କ ୨୦ ହଜାର ଟଙ୍କା ନିବେଶ କରିଥିଲେ, ଏବଂ ଏଥିରେ ସ୍ୱଳ୍ପ ଫେରସ୍ତ ପାଇଥିଲେ । ଯାହାପରେ ସେ ଏଥିରେ ବିଶ୍ୱାସ କରିଥିଲେ । ଦିନକୁ ଦିନ ସେ ଏଥିରେ ବେଶୀ ବେଶୀ ନିବେଶ କଲେ । ଏପରିକି ତାଙ୍କ ଜୀବନର ସବୁ ସବୁ ସଞ୍ଚୟ ସେ ଏଥିରେ ଲଗାଇଥିଲେ । ସେ ତାଙ୍କ ଆପାର୍ଟମେଣ୍ଟ ବିକ୍ରି କରିବା ସହ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ କରି ସେ ନିବେଶ କରିଥିଲେ । ଉକ୍ତ ମହିଳାଙ୍କ ପରାମର୍ଶରେ ସେ ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ନିବେଶ କରିଥିଲେ । ଏଥିରେ ସେ ତାଙ୍କ ଜୀବନ ସାରା ସଞ୍ଚୟ କରି ରଖିଥିବା ୬୬.୬ ଲକ୍ଷ ଟଙ୍କା ହରାଇ ଦେଇଥିଲେ ।
ଏହି ଘଟଣାକୁ ନେଇ ବିଧାନନଗର କମିଶନରେଟ ପୋଲିସ୍ କହିଛନ୍ତି, ଏଭଳି ଅନଲାଇନ ନିବେଶ ଠକେଇ ମାମଲା ଦିନକୁ ଦିନ ବୃଦ୍ଧି ପାଉଛି । ଆମେ ନିୟମିତ ଭାବେ ଲୋକଙ୍କୁ ସାବଧାନ ରହିବାକୁ ପରାମର୍ଶ ଦେଉଛୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Dating_App_1751102003.jpg)