Advertisment

ପଞ୍ଚାୟତରୁ ପାର୍ଲାମେଣ୍ଟ ଯାଏ ଗୋଟିଏ ସଂକଳ୍ପ: ଦେଶର ବିକାଶ, ଲୋକଙ୍କ ବିକାଶ

ଭାରତୀୟ ଗଣତନ୍ତ୍ର ପାଇଁ ଐତିହାସିକ ଦିନ: ଦେଶବାସୀଙ୍କ ଉଦ୍ଦେଶ୍ୟରେ ନୂଆ ଅତ୍ୟାଧୁନିକ ସଂସଦ ଭବନକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ...

ଅଦ୍ୟତନ ହୋଇଛି
New Parliament Building

New Parliament Building

Advertisment

ଭାରତୀୟ ଇତିହାସରେ ଯୋଡି ହୋଇଛି ନୂଆ ଅଧ୍ୟାୟ । ସଂସଦର ନୂତନ ଭବନକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପାରମ୍ପରିକ ପୂଜାର୍ଚ୍ଚନା ଓ ବେଦ ମନ୍ତ୍ର ଉଚ୍ଚାରଣ ପରେ ପ୍ରଧାନମନ୍ତ୍ରୀଙ୍କୁ ସେଙ୍ଗୋଲ ପ୍ରଦାନ କରିଥିଲେ ତାମିଲନାଡୁ ଧର୍ମପୁରମ୍ ଅଧିନମ୍। ପ୍ରଧାନମନ୍ତ୍ରୀ ସେଙ୍ଗୋଲକୁ ସାଷ୍ଟାଙ୍ଗ ପ୍ରଣାମ କରିବା ସହ ଅଧିନମ୍ ମାନଙ୍କ ଆଶୀର୍ବାଦ ଲୋଡିଥିଲେ । ଏହି ଐତିହାସିକ ମୁହୂର୍ତ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ।

Advertisment

ସଂସଦ ଭବନ ଉଦ୍‌ଘାଟନ ସମାରୋହରେ ମୋଦିଙ୍କ ସମ୍ବୋଧନ:

  • ଅମୃତ ମହୋତ୍ସବରେ ନୂଆ ସଂସଦ ଭବନ ଉପହାର ମିଳିଲା
  • ସଂସଦ ଭବନ ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନର ପ୍ରତିବିମ୍ବ
  • ନୂଆ ସଂସଦ ଭବନ ଲୋକତନ୍ତ୍ରର ମନ୍ଦିର
  • ମୋଦି -ଆଜି ନୂଆ ଭାରତ ନୂଆ ଲକ୍ଷ୍ୟ ନିର୍ଦ୍ଧାରଣ କରୁଛି
  • ଭାରତ କେବଳ ଲୋକତାନ୍ତ୍ରିକ ରାଷ୍ଟ୍ର ନୁହେଁ, ଗଣତନ୍ତ୍ରର ଜନନୀ ମଧ୍ୟ
  • ଏକବିଂଶ ଶତାବ୍ଦୀର ଭାରତ ଦୃଢ଼ ଉତ୍ସାହରେ ଭରା
  • ପରାଧୀନତାର ଚିହ୍ନକୁ ଚାଢ଼ି ଆମେ ଆଗକୁ ବଢୁଛେ
  • ନୂଆ ସଂସଦରେ ସଂସ୍କୃତି ଓ ସମ୍ବିଧାନର ସ୍ବର ଅଛି ବହୁତ ବର୍ଷ ହେଲା
  • ନୂଆ ସଂସଦ ଭବନର ଆବଶ୍ୟକତା ଥିଲା ଭବ୍ୟ ସଂସଦ
  • ଭବନ ଅତ୍ୟାଧୁନିକ ସୁବିଧାରେ ପରିପୂର୍ଣ୍ଣ ସଂସଦ
  • ଭବନ ନିର୍ମାଣରେ ୬୦ ହଜାର ଶ୍ରମିକ ଶ୍ରମଦାନ କରିଛନ୍ତି
  • ସଂସଦ ଭବନ ନିର୍ମାଣ ସହ ଗରିବ କଲ୍ୟାଣ ବି ହୋଇଛି
  • ୯ ବର୍ଷରେ ୧୧ କୋଟି ଶୌଚାଳୟ, ୩୦ ହଜାର ପଞ୍ଚାୟତ ଭବନ ନିର୍ମିତ
  • ଗାନ୍ଧିଙ୍କ ସମୟରେ ସ୍ବାଧୀନତାର ଚେତନା ଜାଗ୍ରତ ହୋଇଥିଲା
  • ଅନ୍ୟ ଦେଶ ବି ଏଥିରୁ ପ୍ରେରଣା ପାଇ ସ୍ବାଧୀନତା ପାଇଁ ସଂଘର୍ଷ କରିଥିଲେ
  • 'ଦେଶ ପ୍ରଥମ' ଭାବନାରେ ଆମକୁ ଆଗକୁ ବଢ଼ିବାକୁ ହେବ
  • ୨୫ ବର୍ଷରେ ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେବ
  • ଲୋକକଲ୍ୟାଣକୁ ଜୀବନର ମନ୍ତ୍ର କରିବାକୁ ହେବ
  • ଲକ୍ଷ୍ୟ ବଡ଼ ଓ କଠିନ; କିନ୍ତୁ କଷ୍ଟକର ନୁହେଁ
  • ନୂଆ ସଂସଦ ଭବନ ନୂଆ ଭାରତର ଆଧାର ହେବ
  • ନୂଆ ସଂସଦ ଭବନ କର୍ତ୍ତବ୍ୟ ପଥରେ ଚାଲିବାକୁ ପ୍ରେରିତ କରିବ
  • ସଂସଦର ନିର୍ଣ୍ଣୟ ଦେଶର ଉଜ୍ବଳ ଭବିଷ୍ୟତର ଆଧାର ହେବ
  • ସଂସଦ ଭବନର ପ୍ରତ୍ୟେକଟି କାନ୍ଥ ଗରିବ କଲ୍ୟାଣ ପାଇଁ ସମର୍ପିତ
PM Modi New Parliament Building
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ