Advertisment

ବିଶ୍ୱର ସବୁଠୁ ଦାମୀ ଛତୁ...୧ କେଜିର ମୂଲ୍ୟ ଦେଢ଼ ଲକ୍ଷ, ଜାଣନ୍ତୁ ଏହାର ଦାମ୍‌ କାହିଁକି ଅଧିକ...

ମ୍ୟାଟସୁଟେକ୍ ଛତୁକୁ ‘ଛତୁମାନଙ୍କର ରାଜା' କୁହାଯାଏ। ଏହାକୁ 'ପାଇନ୍ ମଶରୁମ୍' ମଧ୍ୟ କୁହାଯାଏ।

ଅଦ୍ୟତନ ହୋଇଛି
Worlds Most Expensive Matsutake mushrooms

Matsutake mushrooms

Advertisment

ଛତୁ ବିଶ୍ୱର ସବୁଠାରୁ ସ୍ୱାସ୍ଥ୍ୟକର ଖାଦ୍ୟ ମଧ୍ୟରୁ ଅନ୍ୟତମ । ତେଣୁ ଏହା ପ୍ରାୟତଃ ଡାଏଟ୍‌ ଚାର୍ଟରେ ରହଥାଏ । ଦୁନିଆରେ ଅନେକ ପ୍ରକାରର ଛତୁ ମିଳୁଛି, କିନ୍ତୁ ଏହାରି ମଧ୍ୟରେ କିଛି କିସମର ଛତୁ ରହିଛି ଯାହାକି ବହୁତ ମହଙ୍ଗା । ଆସନ୍ତୁ ଆଜି ଏମିତି ଏକ ଛତୁ ବିଷୟରେ ଜାଣିବା, ଯାହା ଦୁନିଆର ସବୁଠାରୁ ମହଙ୍ଗା ଛତୁ ଭାବରେ ପରିଗଣିତ ହୁଏ । ଆମେ ଜାପାନର ମ୍ୟାଟସୁଟେକ୍ ଛତୁ ବିଷୟରେ କହୁଛୁ। ଏହି ଛତୁ କୋରିଆ, ଚୀନ ଓ ଆମେରିକାରେ ହୋଇଥାଏ । ମ୍ୟାଟସୁଟେକ୍ ଛତୁ ମୁଖ୍ୟତଃ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ହୋଇଥାଏ ।

Advertisment

ପଢନ୍ତୁ ଏହି ଖବର: ବିଶ୍ୱର ସବୁଠାରୁ ଦାମୀ ଗାଈ, ଦାମ୍ ଜାଣିଲେ ଉଡ଼ିବ ହୋସ୍...

ମ୍ୟାଟସୁଟେକ୍ ଛତୁକୁ ‘ଛତୁମାନଙ୍କର ରାଜା' କୁହାଯାଏ। ଏହାକୁ 'ପାଇନ୍ ମଶରୁମ୍' ମଧ୍ୟ କୁହାଯାଏ। ଏହି ସ୍ୱତନ୍ତ୍ର ମଶରୁମ୍ ସାରା ବିଶ୍ୱରେ ଥିବା ଖାଦ୍ୟପ୍ରେମୀଙ୍କ ହୃଦୟ ଜିତିଛି। ମ୍ୟାଟସୁଟେକ୍ ମଶରୁମ୍ ଯେତିକି ସୁସ୍ୱାଦୁ, ଏହାର ମୂଲ୍ୟ ମଧ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ଛତୁର ମୂଲ୍ୟ ୨୦ ଗ୍ରାମ ସୁନାରୁ ଅଧିକ ।

 

ଅନେକ ଜିନିଷ ମ୍ୟାଟସୁଟେକ୍ ଛତୁକୁ ମୂଲ୍ୟବାନ କରିଥାଏ ।ଏହି ଛତୁର ସୁଗନ୍ଧ ଅନ୍ୟ ଛତୁଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହା ସହ ବରଳତା ପାଇଁ ଏହି ଛତୁର ଦର ଅଧିକ ରହିଥାଏ। ଏଗୁଡ଼ିକ ଅତ୍ୟନ୍ତ ସୂକ୍ଷ୍ମ ଅଟେ । ଏହାର ସ୍ୱାଦ ମଧ୍ୟ ଅନ୍ୟ ଛତୁଠାରୁ ଭିନ୍ନ । ଏକ କିଲୋଗ୍ରାମ ମ୍ୟାଟସୁଟେକ୍ ଛତୁର ମୂଲ୍ୟ ୭୫ ହଜାରରୁ ୧.୫ ଲକ୍ଷ ଟଙ୍କା ମଧ୍ୟରେ ରହିଛି । ଏହା ମଧ୍ୟ ବଜାରରେ ସହଜରେ ଉପଲବ୍ଧ ନୁହେଁ ।

Advertisment

ଜାପାନରେ ପ୍ରାକୃତିକ ପରିବେଶ, ଲାଲ୍ ପାଇନ୍ ଜଙ୍ଗଲ ହ୍ରାସ ହେତୁ ମ୍ୟାଟସୁଟେକ୍ ଛତୁର ମାତ୍ରା କ୍ରମାଗତ ଭାବରେ ହ୍ରାସ ପାଉଛି। ଜାପାନରେ ଏବେ ବାର୍ଷିକ ଅମଳ ୧୦୦୦ ମେଟ୍ରିକ୍ ଟନ୍ ଠାରୁ କମ୍।

ପଢନ୍ତୁ ଏହି ଖବର: ଦୁନିଆର ସବୁଠୁ ଦାମୀ ଚା’ ! କେଜି ପ୍ରତି ବିକ୍ରି ହୁଏ ୧ ଲକ୍ଷ ଟଙ୍କା

Advertisment
Viral News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ