Advertisment

ୱାନ୍ ନେସନ୍ ୱାନ୍ ଇଲେକ୍ସନକୁ କ୍ୟାବିନେଟ୍ ମଂଜୁରୀ, ଶୀତ ଅଧିବେଶନରେ ଉପସ୍ଥାପନ ହେବ ବିଲ୍

ଦେଶରେ ଦୁଇଟି ପର୍ଯ୍ୟାୟରେ ହେଉ ନିର୍ବାଚନ। ପ୍ରଥମେ ଏକକାଳୀନ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଏବଂ ତାର ଶହେ ଦିନ ଭିତରେ ସମସ୍ତ ପୌରାଞ୍ଚଳ ଏବଂ ପଂଚାୟତ ନିର୍ବାଚନ କରାଯାଉ।

undefined

One Nation One Election

Advertisment

ଏକ ରାଷ୍ଟ୍ର, ଏକ ନିର୍ବାଚନ ପାଇଁ ଫିଟିଲା ବାଟ । ଦେଶରେ ଏକାସଙ୍ଗେ ଲୋକସଭା ଓ ବିଧାନସଭାଗୁଡ଼ିକର ନିର୍ବାଚନ ପାଇଁ ଆଉ ପାଦେ ବଢିଲା ମୋଦି ସରକାରଙ୍କ ପ୍ରୟାସ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ରିପୋର୍ଟକୁ ଆଜି କ୍ୟାବିନେଟର ଅନୁମୋଦନ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ସମର୍ବସମ୍ମତି କ୍ରମେ ଏକକ ନିର୍ବାଚନ ନେଇ କମିଟି ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛି ।

Advertisment

ଏବେ ଆସନ୍ତୁ ଜାଣିବା ଏକକ ନିର୍ବାଚନ ନେଇ କମିଟି କ’ଣ ସୁପାରିଶ କରିଛି...

୧. ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରାଯାଉ
୨. ପ୍ରଥମ ପର୍ଯ୍ୟାୟରେ ଏକକାଳୀନ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ହେଉ
୩. ଦ୍ବିତୀୟ ପର୍ଯ୍ୟାୟରେ ସମସ୍ତ ପୌରାଞ୍ଚଳ ଏବଂ ପଂଚାୟତ ନିର୍ବାଚନ କରାଯାଉ। ସାଧାରଣ ନିର୍ବାଚନର ଶହେ ଦିନ ଭିତରେ ଶେଷ ହେଉ ନିର୍ବାଚନ ପ୍ରକ୍ରିୟା ।

କ୍ୟାବିନେଟ୍ ଦ୍ବାରା ଅନୁମୋଦିତ କମିଟିର ଏହି ରିପୋର୍ଟ ଉପରେ ସାରା ଦେଶରେ ସବୁ ବର୍ଗର ଲୋକ ବିତର୍କ କରିବାକୁ ଆହ୍ବାନ ଦେଇଛନ୍ତି ସରକାର । ଏହାପରେ ୱାନ୍ ନେସନ୍, ୱାନ୍ ଇଲେକ୍ସନ ବିଲ୍‌କୁ ସଂସଦର ଶୀତ ଅଧିବେଶନରେ ଆଗତ କରାଯିବ । ପରେ କାର୍ଯ୍ୟକାରୀ ଗ୍ରୁପ୍ ଗଠନ ହେବ ଏବଂ ରୂପରେଖ ପ୍ରସ୍ତୁତ କରାଯିବ । ଏଥିପାଇଁ ସମ୍ବିଧାନ ସଂଶୋଧନ ସହ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ସମର୍ଥନ ବି ଆବଶ୍ୟକ ।

Advertisment

ବିଜେପିର ନିର୍ବାଚନ ଇସ୍ତାହାରରେ 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ପ୍ରସଙ୍ଗ ସ୍ଥାନ ପାଇଥିଲା । ବାରମ୍ବାର ନିର୍ବାଚନ ଦେଶର ପ୍ରଗତିରେ ଅନ୍ତରାୟ ସୃଷ୍ଟି କରୁଥିବା ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ବି କହିଥିଲେ । ଏକକ ନିର୍ବାଚନ ହେଲେ ଦେଶର ଅର୍ଥନୀତି ମଜବୁତ ହେବ, ଆଇନ ଶୃଙ୍ଖଳା ବଜାୟ ରହିବ, ଦେଶର ବିକାଶ ବଢିବା ସହ କଳାଧନକୁ ବି ରୋକାଯାଇପାରିବ ବୋଲି ବିଜେପି କହିଛି। ତେବେ ଗଣତନ୍ତ୍ରରେ ଏହା ସମ୍ଭବ ନୁହେଁ ଏବଂ କଂଗ୍ରେସ ଏହାକୁ କଦାପି ଗ୍ରହଣ କରିବନି ବୋଲି କହିଛନ୍ତି କଂଗ୍ରେସ ସଭାପତି ମଲ୍କିକାର୍ଜୁନ ଖଡଗେ ।

ଦେଶରେ ୧୯୫୧ରୁ ୧୯୬୭ ଯାଏଁ ଏକାସଙ୍ଗେ ହେଉଥିଲା ନିର୍ବାଚନ । ୨୦୧୫ରେ ସଂସଦୀୟ ଦଳ କମିଟି ଦେଶରେ ଦୁଇଟି ପର୍ଯ୍ୟାୟରେ ଏକାସଙ୍ଗେ ନିର୍ବାଚନ କରିବାକୁ ଦେଇଥିଲା ପ୍ରସ୍ତାବ। ଏଥିପାଇଁ ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲା। ଏହି କମିଟି ୬୨ଟି ଛୋଟ ବଡ ରାଜନୈତିକ ଦଳଙ୍କ ସହ ଆଲୋଚନା କରିଥିଲା। ଯେଉଁଥିରୁ ୩୨ଟି ଦଳ ଏହାକୁ ସମର୍ଥନ କରିଥିବା ବେଳେ ୧୫ଟି ଦଳ ବିରୋଧ କରିଥିଲେ। ଅନ୍ୟ ୧୫ଟି ଦଳ ଏହା ଉପରେ ବିତର୍କ କରିନଥିଲେ। ସାଧାରଣ ନିର୍ବାଚନ ପୂର୍ବରୁ ଗତ ମାର୍ଚ୍ଚରେ କମିଟି ଏହି ରିପୋର୍ଟକୁ ସରକାରଙ୍କୁ ପ୍ରଦାନ କରିଥିଲା ।

Advertisment

Cabinet Meeting Narendra Modi One Nation-one Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ