Advertisment

ଦୁର୍ଗାପୂଜା ଚାଲିଥିବା ସମୟରେ ଗୁଳିମାଡ଼ : ଜଣେ ଯୁବକ ମୃତ, ଦୁଇ ନାବାଳିକା ଗୁରୁତର

ଦୁର୍ଗାପୂଜା ଚାଲିଥିବା ବେଳେ ଫୁଟିଲା ଗୁଳି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଖିବୁଜା ଗୁଳିଚାଳନା କଲେ ଦୁର୍ବୃତ୍ତ । ଅଯୋଧ୍ୟା କୋଟୱାଲିର ଦେବକାଳୀ ଛକ ନିକଟସ୍ଥ କୋରଖାନା ଅଞ୍ଚଳରେ ଦୁର୍ଗାପୂଜା ଚାଲିଥିବା ସମୟରେ ଗୁଳିମାଡ଼ ହୋଇଛି ।

One killed in Ayodhya Durga Puja pandal firing

One killed in Ayodhya Durga Puja pandal firing

Advertisment

ଅଯୋଧ୍ୟା : ଦୁର୍ଗାପୂଜା ଚାଲିଥିବା ବେଳେ ଫୁଟିଲା ଗୁଳି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଖିବୁଜା ଗୁଳିଚାଳନା କଲେ ଦୁର୍ବୃତ୍ତ । ଅଯୋଧ୍ୟା କୋଟୱାଲିର ଦେବକାଳୀ ଛକ ନିକଟସ୍ଥ କୋରଖାନା ଅଞ୍ଚଳରେ ଦୁର୍ଗାପୂଜା ଚାଲିଥିବା ସମୟରେ ଗୁଳିମାଡ଼ ହୋଇଛି । ଅତର୍କିତ ଗୁଳି ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ନାବାଳିକା ଗୁରୁତର ଆହତ ହୋଇଛନ୍ତି । ଆହତ ଦୁଇ ନାବାଳିକାଙ୍କୁ ଜିଲ୍ଲା ଡାକ୍ତରଖାନାରୁ ଲକ୍ଷ୍ନୌ ରେଫର୍ କରାଯାଇଛି।

Advertisment

ଦୁର୍ଗାପୂଜାର ଘଣ୍ଟ ଶଙ୍ଖ ନାଦ ଭିତରେ ରାତି ୧୦.୧୫ ରେ ହଠାତ୍ ଗୁଳିବର୍ଷା ହୋଇଥିଲା । ସେହି ଗୁଳିରେ ମନଜିତ ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ ଏବଂ ୧୧ ବର୍ଷର ଦୁଇ ଜଣ ନାବାଳିକା ଗୁରୁତର ଆହତ ହୋଇଛନ୍ତି । ବର୍ତ୍ତମାନ ଦୁଇ ନାବାଳିକାଙ୍କ ସ୍ଥିତି ଗୁରୁତର ରହିଛି । ଗୁଳିମାଡ଼ ପରେ ପୋଲିସ୍ ଛାଉଣୀରେ ଭରିଯାଇଛି ସହର । ତେବେ ଗୁଳିମାଡ଼ର କାରଣ କ’ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଗୁଳି ଚଳାଇଥିବା ୪ ଜଣ ଯୁବକଙ୍କ ମଧ୍ୟରୁ ଜଣକୁ ଧରିଛି ପୋଲିସ । ଏହାସହ ଅଭିଯୁକ୍ତଙ୍କ ଗାଡି ମଧ୍ୟ ଉଦ୍ଧାର କରାଯାଇଛି । ପୂର୍ବ ଶତ୍ରୁତା ପାଇଁ ଗୁଳିମାଡ଼ ହୋଇଥିଲା ସନ୍ଦେହ କରୁଛି ଅଯୋଧ୍ୟା ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି, ଶୀଘ୍ର ଗିରଫ କରାଯିବ ବୋଲି କୁହାଯାଉଛି ।

Advertisment

ପ୍ରାରମ୍ଭିକ ତଦନ୍ତ ଅନୁସାରେ ଦୁର୍ଗାପୂଜା ସହିତ ଏହି ଘଟଣାର କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କରିଛି ପୋଲିସ୍ । ପୂର୍ବ ଶତ୍ରୁତା କାରଣରୁ ଗୁଳିମାଡ଼ ହୋଇଥିବା କହିଛି ପୋଲିସ୍ । ଜଣଙ୍କୁ ଗିରଫ କରାଯାଇଛି ଏବଂ ବାକି ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି।

Advertisment

ତଦନ୍ତ ପାଇଁ ପୋଲିସ ଦ୍ୱାରା ୪ଟି ଟିମ୍ ଗଠନ କରାଯାଇଛି ଏବଂ ଘଟଣାସ୍ଥଳରୁ ଏକ ଗାଡି ମଧ୍ୟ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଗିରଫ ହୋଇଥିବା ଏକମାତ୍ର ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି । ଆଉ ଗିରଫ ଅଭିଯୁକ୍ତ ମାଧ୍ୟମରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ଏବଂ ଘଟଣାର ପ୍ରକୃତ କାରଣ ଖୋଜିବ ପୋଲିସ୍ ।

Murder Ayodhya Durga Puja Pandal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ