ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରୁଛନ୍ତି। କାହାକୁ ସେ କ’ଣ ଦେବେ, ତା ଉପରେ ସାରା ଦେଶର ନଜର ରହିଛି। ଏହି ଅବସରରେ ସ୍କୁଲ୍ ପିଲାଙ୍କ ପାଇଁ ପିଏମ୍ ଇ-ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।
- ସ୍କୁଲ୍ ପିଲାଙ୍କ ପାଇଁ ପିଏମ୍ ଇ-ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ ହେବ
- ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଟିଭି ଜରିଆରେ ହେବ
- ଆଞ୍ଚଳିକ ଭାଷାରେ ପିଲାଙ୍କ ପାଠପଢ଼ା ପାଇଁ ୨ଶହ ଚ୍ୟାନେଲ ହେବ
- ନ୍ୟାସନାଲ୍ ଟେଲି ମେଣ୍ଟାଲ ହେଲ୍ଥ କାର୍ଯ୍ୟକ୍ରମ ଆରମ୍ଭ କରାଯିବ
- ନିମହାନ୍ସ ସହାୟତାରେ ଆରମ୍ଭ କରାଯିବ ଟେଲି ମେଣ୍ଟାଲ ହେଲ୍ଥ
- ଅଙ୍ଗନବାଡ଼ିକୁ ଅଧିକ ସୁଦୃଢ଼ କରାଯିବ
- ଏହି ଯୋଜନାରେ ଦେଶରେ ୨ ଲକ୍ଷ ଅଙ୍ଗନବାଡ଼ିକୁ ଅପଗ୍ରେଡ କରାଯିବ