‘୩ ସର୍ତ୍ତ ମାନିବ ତ ଭାରତ ସହ କଥାବାର୍ତ୍ତା ହେବ’

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଟିପ୍ପଣୀ ଉପରେ ଭାରତର ପ୍ରତିକ୍ରିୟା । ସବୁ ପଡୋଶୀ ଦେଶଙ୍କ ସହ ସ୍ବାଭାବିକ ସମ୍ପର୍କ ପାଇଁ ଭାରତ ଆଗ୍ରହୀ ।

India Pakistan Relationship

ପାକିସ୍ତାନ ସହ ଭାରତ ସବୁବେଳେ ଉନ୍ନତ ସମ୍ପର୍କ ଚାହୁଁଛି । ଏଥିପାଇଁ ଭାରତ ସବୁବେଳେ ଆଗ୍ରହୀ ଏବଂ ଉଦ୍ୟମ ମଧ୍ୟ କରୁଛି । ତେବେ ଭାରତ ସହ ଭଲ ସମ୍ପର୍କ ରଖିବାକୁ ହେଲେ ପାକିସ୍ତାନ ପାଇଁ ପ୍ରଥମେ ଆତଙ୍କ ଓ ଶତ୍ରୁତାମୁକ୍ତ ବାତାବରଣ ଜରୁରୀ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଟିପ୍ପଣୀ ଉପରେ ଆଜି ଏଭଳି ଭାବେ ନିଜ ମତ ସ୍ପଷ୍ଟ କରିଛି ଭାରତ ।

ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗଚୀ ଏକ ପ୍ରେସମିଟରେ ସ୍ପଷ୍ଟ କରିଛନ୍ତି ଯେ, କେବଳ ପାକିସ୍ତାନ କାହିଁକି ସବୁ ପଡୋଶୀ ଦେଶ ସହ ସ୍ୱାଭାବିକ ସମ୍ପର୍କ ପାଇଁ ଭାରତ ସବୁବେଳେ ଆଗ୍ରହୀ । ଗତ ମଙ୍ଗଳବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପରୋକ୍ଷରେ ଭାରତ ସହ କଥାବାର୍ତ୍ତା ଲାଗି ନୂଆ ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଫଳପ୍ରଦ ଆଲୋଚନା ନହେବା ଯାଏଁ ଭାରତ-ପାକିସ୍ତାନ କେବେ ବି ଭଲ ପଡୋଶୀ ହୋଇପାରିବେ ନାହିଁ।

ଶେହବାଜ ସରିଫ ଆହୁରି କହିଛନ୍ତି ଯେ, ପାକିସ୍ତାନ ଭାରତ ସହ ଆଲୋଚନା ପାଇଁ ପ୍ରସ୍ତୁତ । କାରଣ ଦୁଇଦେଶ ପୂର୍ବରୁ ହିଁ ୩ ଥର ଯୁଦ୍ଧ ଲଢିଛନ୍ତି ଓ ତାବଦଳରେ ଦାରିଦ୍ର୍ୟ, କ୍ଷୁଧା ଆଦି ପାଇଛନ୍ତି । ଏଣୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଏକ ବିକଳ୍ପ ନୁହେଁ ।