Advertisment

Mann Ki Baat: ୨୬/୧୧ ମୁମ୍ବାଇ ଆକ୍ରମଣକୁ ମନେ ପକାଇଲେ ମୋଦି

ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ...ଆକ୍ରମଣରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ..୧୫ ବର୍ଷ ତଳେ ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ହୋଇଥିଲା.. ନାହିଁ''ଆକ୍ରମଣରୁ ଆମେ ଅନେକ ଶିକ୍ଷା ଲାଭ କରିଛୁ..

ଅଦ୍ୟତନ ହୋଇଛି
Mann Ki Baat

Mann Ki Baat

Advertisment

ମନ କି ବାତ୍ କାର୍ଯ୍ୟକ୍ରମରେ ୨୬/୧୧ ମୁମ୍ବାଇ ଆକ୍ରମଣକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆକ୍ରମଣରେ ସହିଦଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ୧୫ ବର୍ଷ ତଳେ ହୋଇଥିବା ସେହି ଜଘନ୍ୟ ଆତଙ୍କବାଦୀ ଆକ୍ରମଣକୁ ଦେଶ କେବେ ଭୁଲିପାରିବ ନାହିଁ ବୋଲି କହିଛନ୍ତି। ଆକ୍ରମଣରୁ ଆମେ ଅନେକ ଶିକ୍ଷା ଲାଭ କରିଛୁ ବୋଲି ମୋଦି କହିଛନ୍ତି।

Advertisment

ମନ କି ବାତ୍ କାର୍ଯ୍ୟକ୍ରମରେ ଭୋକାଲ୍ ଫର୍ ଲୋକାଲକୁ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଦେଶୀ ଉତ୍ପାଦ ଉପରେ ଗୁରୁତ୍ୱ ଦେବାକୁ ମୋଦି ଆହ୍ଁନ ଦେଇଛନ୍ତି। ଭୋକାଲ ଫର୍ ଲୋକାଲର ସଫଳତା ବିକଶିତ ଭାରତ,ସମୃଦ୍ଧ ଭାରତର ଦ୍ୱାର ଖୋଲିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ ଡିଜିଟାଲ ପେମେଣ୍ଟର ସଫଳତାକୁ ମଧ୍ୟ ମୋଦି ପ୍ରଶଂସା କରିଛନ୍ତି।

ରାଷ୍ଟ୍ର ନିର୍ମାଣର କମାଣ ଯେତେବେଳେ ସାଧାରଣ ଜନତା ନେଇଥାନ୍ତି ସେତେବେଳେ ଦୁନିଆର କୌଣସି ବି ଶକ୍ତି ତାକୁ ରୋକିପାରିନଥାଏ। ଆଜି ଭାରତରେ ମଧ୍ୟ ସେହି ସ୍ଥିତି ଦେଖାଦେଇଛି। ଅନେକ ପରିବର୍ତ୍ତନର ନେତୃତ୍ୱ ଦେଶର ୧୪୦ କୋଟି ଜନତା ହିଁ କରୁଥିବା ମୋଦି କହିଛନ୍ତି। ...

Advertisment
Mann Ki Baat PM Modi Terrorism
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ