Advertisment

ଦିଲ୍ଲୀ ହିଂସା ଘଟଣା: କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଲେ ଅମିତ ଶାହା

ଦିଲ୍ଲୀ ଜାହାଙ୍ଗୀରପୁରୀ ଅଞ୍ଚଳର ସାମ୍ପ୍ରଦାୟିକ ହିଂସା ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

On Delhi Violence, Amit Shah Asks Police To Take Strict Action

On Delhi Violence, Amit Shah Asks Police To Take Strict Action

Advertisment

ଦିଲ୍ଲୀ ଜାହାଙ୍ଗୀରପୁରୀ ଅଞ୍ଚଳର ସାମ୍ପ୍ରଦାୟିକ ହିଂସା ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ୍‌ ଉପରେ ଗୁଳି ଚଳାଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ପୋଲିସ୍‌କୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ହନୁମାନ ଜୟନ୍ତୀ ଉପରେ ନିଆଯାଇଥିବା ଶୋଭାଯାତ୍ରାରେ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଥିଲା । ଏହି ପ୍ରସଙ୍ଗରେ ଏବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନା କହିଛନ୍ତି ଯେ, ହିଂସାତ୍ମକ ସଂଘର୍ଷରେ ଜଡିତ ଥିବା ଲୋକଙ୍କୁ କୌଣସି ପ୍ରକାରରେ ମଧ୍ୟ ରକ୍ଷା କରାଯିବ ନାହିଁ ।

ସୂଚନା ଅନୁସାରେ, ଗତ ୧୬ ତାରିଖ ଦିନ ଦିଲ୍ଲୀ ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା । ଶୋଭାଯାତ୍ରା ବେଳେ ପଥରମାଡ଼ ଓ ଭଙ୍ଗାରୁଜା ବି ହୋଇଥିଲା । ହିଂସାକାଣ୍ଡରେ ଅନେକ ପୋଲିସ୍ କର୍ମଚାରୀଙ୍କ ସମେତ ସାଧାରଣ ଲୋକ ଆହତ ହୋଇଥିବାର ଜଣାପଡିଥିଲା । ଏମିତିକି ପଥରମାଡ଼ରେ ଅନେକ ଗାଡ଼ି ମଧ୍ୟ ଭାଙ୍ଗି ମଧ୍ୟ ଯାଇଥିଲା ।

Advertisment
Jahangirpuri Violence Violene At Hanuman Jayanti Rally Delhi Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ