Advertisment

ଲୋକଙ୍କ ସାମ୍ନାରେ ମହିଳା MLAଙ୍କୁ ଶକ୍ତ ଚାପୁଡ଼ା ଦେଲେ ସ୍ୱାମୀ

ସ୍ୱାମୀଙ୍କ ନିର୍ଯାତନର ଶିକାର ହୋଇଛନ୍ତି ପଞ୍ଜାବରେ କ୍ଷମତାସୀନ ଆପ୍‌ର ବିଧାୟିକା ବଲଜିନ୍ଦର କୌର। ଘର ଅଗଣାରେ ବଲିଜନ୍ଦରଙ୍କୁ ମାଡ଼ ମାରିଛନ୍ତି ତାଙ୍କ ସ୍ୱାମୀ।

ଅଦ୍ୟତନ ହୋଇଛି
Husband slapped Wife

Husband slapped Wife

Advertisment

ସ୍ୱାମୀ ସ୍ତ୍ରୀ ଝଗଡ଼ାର ଅନେକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ । ଦେଶରେ ମହିଳା ବିରୋଧୀ ହିଂସା ବଢ଼ି ଚାଲିଥିବା ବେଳେ ଏଥିରୁ ବାଦ ପଡ଼ିନାହାନ୍ତି ମହିଳା ବିଧାୟକ । ଯେଉଁଠି ଦେଶର ମହିଳା ବିଧାୟକ ସୁରକ୍ଷିତ ନାହାନ୍ତି, ସେଠି ସାଧାରଣ ମହିଳାଙ୍କ ଅବସ୍ଥା କ’ଣ ହେଉଥିବ, ଆପଣ ଜାଣିପାରୁଥିବେ । ସ୍ୱାମୀଙ୍କ ନିର୍ଯାତନର ଶିକାର ହୋଇଛନ୍ତି ପଞ୍ଜାବରେ କ୍ଷମତାସୀନ ଆପ୍‌ର ବିଧାୟିକା ବଲଜିନ୍ଦର କୌର। ଘର ଅଗଣାରେ ବଲିଜନ୍ଦରଙ୍କୁ ମାଡ଼ ମାରିଛନ୍ତି ତାଙ୍କ ସ୍ୱାମୀ।

Advertisment

ବଲଜିନ୍ଦରଙ୍କୁ ତାଙ୍କ ସ୍ୱାମୀ ମାଡ଼ ମାରୁଥିବାର ଭିଡିଓ ନିକଟରେ ଲାଗିଥିବା ସିସିଟିଭିରେ ଏହା କଏଦ ହୋଇଛି । ସବୁଠାରୁ ଦୁଃଖର କଥା ହେଉଛି, ବଲଜିନ୍ଦର ସ୍ୱାମୀଙ୍କ ଠାରୁ ମାଡ଼ ଖାଇଥିଲେ ମଧ୍ୟ ଜଣେ ସାଧାରଣ ମହିଳାଙ୍କ ଭଳି କୌଣସି ଆପତ୍ତି ନ କରି ଚୁପ ରହିଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ଅସନ୍ତୋଷ ପ୍ରକାଶ ଦେଖାଦେଇଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ବଲଜିନ୍ଦର କୌର ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କିଛି କଥାକୁ ନେଇ ପ୍ରବଳ ଯୁକ୍ତିତର୍କ ଚାଲିଛି । ଘରର ଅଗଣାରେ ଜଣେ ମହିଳା ଓ ଆଉ କିଛି ପୁରୁଷ ମଧ୍ୟ ସେହି ସମୟରେ ଛିଡ଼ା ହୋଇଛନ୍ତି । ସେମାନେ ଉଭୟଙ୍କୁ ଚୁପ ରହିବାକୁ କହୁଥିଲେ ମଧ୍ୟ କେହି କିଛି ଶୁଣିବା ମୁଡ୍‌ରେ ନଥିଲେ। ଯୁକ୍ତିତର୍କ ଏତେ ବଢ଼ି ଯାଇଥିଲା ଯେ ବଲଜିନ୍ଦରଙ୍କୁ ତାଙ୍କ ସ୍ୱାମୀ ଶକ୍ତ ଚାପୁଡ଼ା ମାରିଥିଲେ। ବଲଜିନ୍ଦର ମାଡ଼ ଖାଇ ସ୍ତବ୍ଧ ହୋଇ ଯାଇଥିବା ବେଳେ ସେଠାରେ ଜଣେ ବ୍ୟକ୍ତି ତାଙ୍କୁ ବୁଝାଇଥିଲେ । ସେହିପରି ଅନ୍ୟମାନେ ତାଙ୍କ ସ୍ୱାମୀଙ୍କୁ ଘର ଭିତରକୁ ଭିଡ଼ି ନେଇ ଯାଇଥିଲେ।

Advertisment

ସ୍ୱାମୀଙ୍କ ଠାରୁ ମାଡ଼ ଖାଇଥିଲେ ମଧ୍ୟ ବଲଜିନ୍ଦର କୌଣସି ପ୍ରକାରର ଅଭିଯୋଗ କରିନାହାନ୍ତି । ହେଲେ ପଞ୍ଜାବ ମହିଳା କମିଶନ ଅଧ୍ୟକ୍ଷ ମନିଶା ଗୁଲାଟି ଭିଡିଓକୁ ଦେଖି ନିଜ ଆଡ଼ୁ ଏହାର ବିଚାର କରିବେ ବୋଲି କହିଛନ୍ତି । ଏଥିସହ ଯେଉଁ ମହିଳା ବାହାରେ ଲୋକଙ୍କ ଅଧିକାର ପାଇଁ ସ୍ୱର ଉଠାଉଛନ୍ତି, ସେ ଘର ଭିତରେ ନିର୍ଯାତନାର ଶିକାର ହେବା ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ସେ କହିଛନ୍ତି।

Advertisment
Viral Video AAP MLA Husband Slapped Wife
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ