Advertisment

ଗୋଷ୍ଠୀ ସଂକ୍ରମଣ ମୁହାଁ ଓମିକ୍ରନ୍‌!କିଛି ଦିନ ମଧ୍ୟରେ ଭାରତରେ ବିସ୍ଫୋରକ ଭାବେ ବୃଦ୍ଧି ପାଇପାରେ ଓମିକ୍ରନ୍‌ କେସ୍‌

କୌଣସି ସ୍ଥାନକୁ ଯାତ୍ରା ନକରି ଅର୍ଥାତ୍‌ ଟ୍ରାଭେଲ୍‌ ହିଷ୍ଟ୍ରି ନଥାଇ ମଧ୍ୟ ଲୋକମାନେ କରୋନାର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ଆକ୍ରାନ୍ତ ହେଉଛନ୍ତି। ଏହାର ଅର୍ଥ ଧୀରେ ଧୀରେ ଏହା ଗୋଷ୍ଠୀ ସଂକ୍ରମଣ ମୁହାଁ ହେଉଛି ବୋଲି ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏହା କହିଛନ୍ତି।

ଅଦ୍ୟତନ ହୋଇଛି
Omicron Gradually Spreading In Community

Omicron Gradually Spreading In Community

Advertisment

ନୂଆଦିଲ୍ଲୀ: କୌଣସି ସ୍ଥାନକୁ ଯାତ୍ରା ନକରି ଅର୍ଥାତ୍‌ ଟ୍ରାଭେଲ୍‌ ହିଷ୍ଟ୍ରି ନଥାଇ ମଧ୍ୟ ଲୋକମାନେ କରୋନାର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ଆକ୍ରାନ୍ତ ହେଉଛନ୍ତି। ଏହାର ଅର୍ଥ ଧୀରେ ଧୀରେ ଏହା ଗୋଷ୍ଠୀ ସଂକ୍ରମଣ ମୁହାଁ ହେଉଛି ବୋଲି ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏହା କହିଛନ୍ତି। ତେଣୁ ଲୋକମାନେ ସତର୍କ ରହିବା ସହ ମାସ୍କ ପିନ୍ଧିବା ଓ କୋଭିଡ୍‌ ଗାଇଲାଇନ୍ସକୁ ପାଳନ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି। 

Advertisment

ଦେଶରେ ୯୬୧ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଦିଲ୍ଲୀରୁ କେବଳ୨୬୩ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ମହାରାଷ୍ଟ୍ରରେ ୨୫୭, ଗୁଜରାଟରେ ୯୭, ରାଜସ୍ଥାନରେ ୬୯ ଓ କେରଳରେ ୬୫ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି।  ଗତ ୨୪ ଘଣ୍ଟାରେ ଓମିକ୍ରନ୍‌ ମାମଲା ୨୩% ବୃଦ୍ଧି ପାଇଛି। ଯାହାକି ଚିନ୍ତାଜନକ ବିଷୟ। 

ବ୍ରିଟେନର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ସତର୍କବାଣୀ ଦେଇ କହିଛନ୍ତି, ‘କିଛି ଦିନ ମଧ୍ୟରେ ଭାରତରେ ଓମିକ୍ରନ୍‌ କେସ୍‌ ବିସ୍ଫୋରକ ଭାବେ ବୃଦ୍ଧି ପାଇବ। ତେବେ ସର୍ବାଧିକ ଦିନକ ଭିତରେ କେତେ ଆକ୍ରାନ୍ତ ଚିହ୍ନଟ ଏହା ପୂର୍ବାନୁମାନ କରିବା କଷ୍ଟକର। 

Advertisment

ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଜିର ସଂଖ୍ୟାକୁ ମିଶାଇବା ପରେ ଦେଶର ୨୨ ରାଜ୍ୟକୁ ବ୍ୟାପି ସାରିଲାଣି ଓମିକ୍ରନ୍। ସେପଟେ ଆଜି ପୁଣି ଥରେ ଦେଶରେ ଦୈନିକ କରୋନା ସଂକ୍ରମଣ ୧୦ ହଜାର ଟପିଛି। ଗତ ୨୪ ଘଣ୍ଟାରେ ୧୩ ହଜାର ୧୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟା ଗତକାଲି ୯,୧୫୫ ଚିହ୍ନଟ ଥିଲା। ଗତକାଲିଠୁ ଆଜି ପ୍ରାୟ ୪୪% ଅଧିକ ଆକ୍ରାନ୍ତ ବୃଦ୍ଧି ହୋଇଛି। ସେହିପରି ଆଜି ଦେଶରେ ୨୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

COVID19 Omicron Omicron Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ