Advertisment

ଶସ୍ତା ହେଲା ଗ୍ୟାସ ଦର, ୧୯କେଜି ସିଲିଣ୍ଡର ପିଛା ୩୦ଟଙ୍କା ହ୍ରାସ

ଗତ ୩ମାସ ହେଲା ଲଗାତାର କମର୍ସିଆଲ୍ ସିଲିଣ୍ଡର ଦାମ ବଢ଼ୁଥିଲା । ମାତ୍ର ଏବେ ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ଦର ସାମାନ୍ୟ ହ୍ରାସ ପାଇଛି।

ଅଦ୍ୟତନ ହୋଇଛି
LPG Cylinders Price Cut

Commercial Gas Cylinder

Advertisment

ଏପ୍ରିଲ ମାସ ଆରମ୍ଭରୁ କମିଲା କମର୍ସିଆଲ୍ ଗ୍ୟାସ ସିଲିଣ୍ଡର ଦର । ତୈଳ କମ୍ପାନୀମାନେ ୧୯ କେଜି କମର୍ସିଆଲ୍ ସଲିଣ୍ଡର ବ୍ୟତୀତ ୫ କେଜି ଏଫଟିଏଲ ସିଲିଣ୍ଡର ଦର ମଧ୍ୟ ହ୍ରାସ କରିଛନ୍ତି। ୧୯ କେଜି କମର୍ସିଆଲ୍ ସିଲିଣ୍ଡର ପିଛା ଦର ୩୦.୫୦ ଟଙ୍କା ପର୍ଯ୍ୟନ୍ତ କମିଛି । ସେହିପରି ୫ କେ.ଜି ଏଫଟିଏଲ ସିଲିଣ୍ଡର ଦର ୭.୫୦ ଟଙ୍କା ହ୍ରାସ ପାଇଛି।

Advertisment

ଏଏନଆଇ ସୂଚନା ମୁତାବକ, ଏପ୍ରିଲ୍ ପହିଲାରୁ ସାରା ଦେଶରେ ଏହି ନିୟମ ଲାଗୁ କରାଯାଇଛି। ଏହା ଦ୍ବାରା ହୋଟେଲ, ରସ୍ତେରାଁ ମାଲିକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିବ । ସିଲିଣ୍ଡର ମୂଲ୍ୟ ହ୍ରାସ ପାଇବା ପରେ ସିଲିଣ୍ଡର ମୂଲ୍ୟ ୧,୭୬୪.୫୦ ଟଙ୍କା ରହିଛି । କୋଲକାତାରେ ୧,୮୭୯ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ମିଳିବ । ସେହିପରି ମୁମ୍ବାଇରେ ଦର ୧୭୧୭.୫୦ ଟଙ୍କା ଏବଂ ଚେନ୍ନାଇରେ ୧,୯୩୦ ଟଙ୍କା ରହିଛି । ଆଜିଠୁ ନୂଆ ଦର ଲାଗୁ ହୋଇଥିବା ବେଳେ ଘରୋଇ ଗ୍ୟାସ ଦର ଅପରିବର୍ତ୍ତିତ ରହିଛି।

Advertisment

ଗତ ୩ମାସ ହେଲା ଲଗାତାର କମର୍ସିଆଲ୍ ସିଲିଣ୍ଡର ଦାମ ବଢ଼ୁଥିଲା । ମାର୍ଚ୍ଚ ପହିଲାରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ନେଇ ତୈଳ ମାର୍କେଟିଂ କମ୍ପାନୀଗୁଡିକ ପକ୍ଷରୁ ଘୋଷଣା କରାଯାଇଥିଲା। ମାତ୍ର ଏବେ ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ଦର ସାମାନ୍ୟ ହ୍ରାସ ପାଇଛି। ଏହା ପୂର୍ବରୁ ବିଶ୍ବ ମହିଳା ଦିବସରେ ରୋଷେଇ ଗ୍ୟାସ୍ ଦର ହ୍ରାସ କରିଥିଲେ କେନ୍ଦ୍ର ସରକାର ।

୧୪ କେଜି ଏଲପିଜି ସିଲିଣ୍ଡର ପିଛା ଦର ୧୦୦ ଟଙ୍କା ପର୍ଯ୍ୟନ୍ତ କମ୍ କରିଥିଲେ । ମୂଲ୍ୟ କମିବା ପରେ ଦିଲ୍ଲୀରେ ଘରୋଇ ଗ୍ୟାସ୍ ସିଲିଣ୍ଡର ପିଛା ଦର ୮୦୩ ଟଙ୍କା ରହିଛି । ସେହିପରି କୋଲକାତାରେ ୮୦୨.୫୦ ଟଙ୍କା ଏବଂ ଚେନ୍ନାଇରେ ୮୧୮.୫୦ ଟଙ୍କା ରହିଛି ।

Advertisment
LPG Cylinder Gas Cylinder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ