Advertisment

ଓଡ଼ିଶାରେ ଆତ୍ମହତ୍ୟା ହାର ଉଦବେଗଜନକ : ଦେଶରେ ୧୨ ପ୍ରତିଶତ,ରାଜ୍ୟରେ ୧୨.୩ ପ୍ରତିଶତ

ଯୁବବର୍ଗଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆତ୍ମହତ୍ୟା ହାର ...

ଅଦ୍ୟତନ ହୋଇଛି
suicide

suicide

Advertisment

ଓଡ଼ିଶାରେ ଉଦବେଗଜନକ ଭାବେ ବଢ଼ିଚାଲିଛି ଆତ୍ମହତ୍ୟା ହାର। ସାରା ଦେଶରେ ଏହା ୧୨ ପ୍ରତିଶତ ଥିବାବେଳେ ଜାତୀୟ ହାରକୁ ଟପି ଓଡିଶାରେ ରହିଛି ୧୨.୩ ପ୍ରତିଶତ। ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ଆତ୍ମହତ୍ୟା ହାର ବୃଦ୍ଧି ପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣ ଅନୁସାରେ ସାରା ବିଶ୍ୱରେ ପ୍ରତିବର୍ଷ ଦଶଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି । ଅର୍ଥାତ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରି ପ୍ରାଣ ହରାଉଥିବାବେଳେ ପ୍ରତି ୩ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ।

Advertisment

ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ-NCRBର ସର୍ବଶେଷ ତଥ୍ୟ ଅନୁସାରେ ୨୦୨୧ରେ ଭାରତରେ ୧ ଲକ୍ଷ ୬୪ ହଜାର ଲୋକ ଆତ୍ମହତ୍ୟା କରି ପ୍ରାଣ ହରାଇଛନ୍ତି। ତା’ମଧ୍ୟରେ ଜାତୀୟ ହାର ଠାରୁ ଓଡ଼ିଶାରେ ଆତ୍ମହତ୍ୟା ହାର ଅଧିକ ରହୁଛି। ଓଡ଼ିଶାରେ ୫ ହଜାର ୬ଶହ ୫୧ ଜଣ ଲୋକ ଆତ୍ମହତ୍ୟା କରିପ୍ରାଣ ହରାଇଛନ୍ତି। ଏଥିରେ ରହିଛନ୍ତି ୪ ହଜାର ୪ଶହ ୧୨ ପୁରୁଷ ଓ ୧୨ଶହ ୩୯ ମହିଳା। ଅର୍ଥାତ ରାଜ୍ୟରେ ପ୍ରତିଦିନ ହାରାହାରି ୧୫ ଜଣ ଲୋକ ଆତ୍ମହତ୍ୟା କରୁଛନ୍ତି।

ସାରା ଦେଶରେ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରେ ୩.୪% ଲୋକ ହେଉଛନ୍ତି ଓଡ଼ିଶାର। ପୂର୍ବ ବର୍ଷ ତୁଳନାରେ ୨୦୨୧ରେ ଓଡ଼ିଶାରେ ଆତ୍ମହତ୍ୟା ସଂଖ୍ୟା ଦୁଇ ପ୍ରତିଶତ ବୃଦ୍ଧି ପାଇଛି। ପାରିବାରିକ କଳହ ଯୋଗୁଁ ଓଡ଼ିଶାରେ ସର୍ବାଧିକ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି। ପାରିବାରିକ କଳହ ଯୋଗୁଁ ୭୧% ଲୋକ ଆତ୍ମହତ୍ୟା କରୁଛନ୍ତି ଓଡ଼ିଶାରେ। ଆଜିର ଦିନଟିକୁ ସାରା ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ଭାବେ ପାଳନ କରୁଥିବାବେଳେ ବଢୁଥିବା ଏଭଳି ଆତ୍ମହତ୍ୟାଜନିତ ମାମଲାକୁ ନେଇ ଉଦବେଗ ପ୍ରକାଶ ପାଇଛି।....

Advertisment
NCRB Report
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ