Advertisment

ଓଡ଼ିଆ ପୁଅଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ, ମହାପ୍ରଭୁଙ୍କ ବିଭିନ୍ନ ବେଶ ପ୍ରସ୍ତୁତ କରିଥାଆନ୍ତି ବସନ୍ତ

ପୁରୀର ଟାହିଆ କାରିଗର ବସନ୍ତ ରଣା ସମ୍ମାନିତ

ଅଦ୍ୟତନ ହୋଇଛି
PM Vishwakarma Scheme

PM Vishwakarma Scheme

Advertisment

ଓଡ଼ିଆ ପୁଅଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ । ପିଏମ୍ ବିଶ୍ୱକର୍ମା ଯୋଜନା ଶୁଭାରମ୍ଭ ଅବସରରେ ପୁରୀର ଟାହିଆ କାରିଗର ବସନ୍ତ ରଣାଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମହାପ୍ରଭୁଙ୍କ ବିଭିନ୍ନ ପ୍ରକାରର ବେଶ ପ୍ରସ୍ତୁତ କରିଥାନ୍ତି ବସନ୍ତ । ନାଗାର୍ଜୁନ ବେଶ, ମହାପ୍ରଭୁଙ୍କ ଟାହିଆ ଓ ହାତୀ ବେଶ ପ୍ରସ୍ତୁତ କରିଥାନ୍ତି । ଆଜି ବସନ୍ତ ରଣାଙ୍କୁ ନୂଆଦିଲ୍ଲୀ ଦ୍ୱାରକାର ଯଶୋଭୂମି ପରିସରରେ ସମ୍ମାନିତ କରାଯାଇଛି ।

Advertisment

ବସନ୍ତ ରଣା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ପଦ୍ମବେଶ,ପହଣ୍ଡି ଟାହିଆ,ହାତୀ ବେଶ ଓ ବିଭିନ୍ନ ବେଶ ପାଇଁ ଫୁଲ ଓ ସୋଲ ଜରିରେ ପ୍ରସ୍ତୁତ କାରିଗରୀ କରିଥାନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତବେଳେ ସେ ମହାପ୍ରଭୁଙ୍କ ପାଇଁ ବନେଇଥିବା ବୃହତ ତୁଳସୀର ହାରକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ । ସମ୍ମାନ ପାଇବା ପରେ ବସନ୍ତ ରଣା ବେଶ ଖୁସି ବ୍ୟକ୍ତ କରିଛନ୍ତି । ବିଶ୍ୱକର୍ମା ଯୋଜନାରେ କୌଳିକ ବୃତ୍ତି କରୁଥିବା ସବୁ ବର୍ଗର ଲୋକଙ୍କୁ ସହାୟତା ମିଳିବା ଗୋଟିଏ ଭଲ ପଦକ୍ଷେପ ବୋଲି ମଧ୍ୟ ସେ କହିଛନ୍ତି।

ସେହିପରି ତାମିଲନାଡୁର ଜଣେ ବିଶ୍ୱକର୍ମାଙ୍କୁ ମୋଦି ସମ୍ମାନିତ କରିଛନ୍ତି। ତାମିଲନାଡୁର ଏହି ବୃଦ୍ଧ ଜଣକ ମାଛ ଜାଲ ତିଆରି କରିଥାନ୍ତି। ଆଜି ପ୍ରଧାନମନ୍ତ୍ରୀ ସମ୍ମାନିତ କରିବା ବେଳେ ସେ ମୋଦିଙ୍କୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ