Odia girl Manisha Padhi
ଓଡ଼ିଆ ଝିଅ ବାୟୁସେନା ଅଧିକାରୀ ମନୀଷା ପାଢ଼ୀ ହୋଇଛନ୍ତି ଦେଶର ପ୍ରଥମ ADC । ମିଜୋରାମ ରାଜ୍ୟପାଳ ହରିବାବୁ କାମଭାମପତି ତାଙ୍କୁ ADC ଭାବେ ନିଯୁକ୍ତି ଦେଇଛନ୍ତି । ସ୍କ୍ୱାର୍ଡନ ଲିଡର ମନୀଷା ହେଉଛନ୍ତି ୨୦୧୫ ବ୍ୟାଚର ବାୟୁସେନା ଅଧିକାରୀ । ସେ ଏହି ପଦବୀରେ ନିଯୁକ୍ତ ହୋଇଥିବା ଦେଶର ପ୍ରଥମ ମହିଳା । ଏହି ନିଯୁକ୍ତି ଏକ ମାଇଲ ଖୁଣ୍ଟ ଓ ମହିଳା ସଶକ୍ତୀକରଣ ଉପରେ ବଡ଼ ଉପଲବ୍ଧି ବୋଲି କହିଛନ୍ତି ରାଜ୍ୟପାଳ ।
ସ୍କ୍ୱାର୍ଡନ ଲିଡର ମନୀଷା ପାଢୀ ଏହା ପୂର୍ବରୁ ବିଦାର, ପୁନେ ଓ ଭଟିଣ୍ଡା ଭଳି ଗୁରୁତ୍ୱପୂର୍ଣ୍ଣ ଏୟାରଫୋର୍ସ ଷ୍ଟେସନରେ ନିଯୁକ୍ତ ଥିଲେ । ଗତକାଲି ମନୀଷା ନିଜ ପଦବୀରେ ଯୋଗଦେଇଛନ୍ତି । କାର୍ଯ୍ୟରେ ଯୋଗଦେବା ପରେ ମିଜୋରାମ ରାଜଭବନର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହ ପରିଚୟ କରାଯାଇଥିଲା । ...
ସ୍କ୍ୱାର୍ଡନ ଲିଡର ମନୀଷା ପାଢୀଙ୍କ ଘର ବ୍ରହ୍ମପୁରରେ । ତେବେ ତାଙ୍କ ପରିବାର ଭୁବନେଶ୍ୱରରେ ରୁହନ୍ତି । ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701320671.jpg)