Advertisment

ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ମିଳିଛି। ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବେ ହେଲେ ନିଯୁକ୍ତ। ପ୍ରଥମ ଓଡ଼ିଆ ଭାବେ ଏହି ଦାୟିତ୍ୱ ପାଇଲେ ଏୟାର ମାର୍ଶାଲ ଦିଲୀପ। ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବେ ଏୟାର ମାର୍ଶାଲ ଦିଲୀପ। ଫାଇଟର ଜେଟ୍ ମିରେଜ୍ ପାଇଲଟ୍ ଭାବେ ଦିଲୀପଙ୍କ ଦକ୍ଷତା ମଧ୍ୟ ରହିଛି

ଅଦ୍ୟତନ ହୋଇଛି
 Dilip Patnaik

Dilip Patnaik

Advertisment

ବାୟୁସେନାରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଓଡ଼ିଆ ଅଧିକାରୀ । ବାୟୁସେନାର ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ର କମାଣ୍ଡିଂ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକ । ଆସନ୍ତାକାଲି ସେ ଏହି ଦାୟିତ୍ୱ ଗ୍ରହଣ କରିବେ । ପ୍ରଥମ ଓଡ଼ିଆ ବାୟୁସେନା ଅଧିକାରୀ ଭାବେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହେବାକୁ ଯାଉଛନ୍ତି ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକ । 

Advertisment

୧୯୯୯ କାର୍ଗିଲ ଯୁଦ୍ଧ ସମୟରେ ବୀରତ୍ୱ ପ୍ରଦର୍ଶନ କରିଥିବା ଏହି ଓଡ଼ିଆ ଅଧିକାରୀ ଜଣଙ୍କ ବାୟୁସେନା ମେଡାଲରେ ସମ୍ମାନିତ ହୋଇଛନ୍ତି । ୨୦୨୦ରେ ସେ ଅତି ବିଶିଷ୍ଟ ସେବା ସମ୍ମାନରେ ସମ୍ମାନିତ ହୋଇଛନ୍ତି । ୧୯୮୪ ମସିହା ଜୁନ୍ ୮ ତାରିଖରେ ସେ ବାୟୁସେନାରେ ଭର୍ତ୍ତି ହୋଇଥିଲେ ଏହି ଫାଇଟର ପାଇଲଟ। ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକ ମିରାଜ ଟୁ ଥାଉଜାଣ୍ଡ, ମିଗ୍-ଟ୍ବେଣ୍ଟି ଓ୍ୱାନ୍ ଭଳି ବିଭିନ୍ନ ପ୍ରକାର ଲଢୁଆ ବିମାନ ଉଡ଼ାଇରେ ମାହିର । ଆକାଶରେ ୨୫ ଶହ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ହାସଲ କରିଛନ୍ତି ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକ।

Advertisment
India Indian Air Force
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ