Advertisment

ଡାକ୍ତରଖାନାରେ ଅଭାବନୀୟ ଘଟଣା: ନର୍ସଙ୍କ ହାତ, ଗୋଡ଼ ବାନ୍ଧି ଗଣଦୁଷ୍କର୍ମ !

ନର୍ସଙ୍କ ହାତ, ଗୋଡ଼ ବାନ୍ଧି ଗଣଦୁଷ୍କର୍ମ ! ଅପରାହ୍ଣ ୨ଟା ସମୟରେ ନର୍ସଙ୍କୁ ଏକୁଟିଆ ଦେଖି ଅଭିଯୁକ୍ତମାନେ ସ୍ୱାସ୍ଥ୍ୟକେନ୍ଦ୍ର ଭିତରକୁ ପଶି ନର୍ସଙ୍କ ତଣ୍ଟି ଚିପି ଥିଲେ। ଏହାପରେ ନର୍ସଙ୍କୁ ବାନ୍ଧି ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

Nurse Tied And Gang-Raped At Health Centre

Nurse Tied And Gang-Raped At Health Centre

Advertisment

ନର୍ସଙ୍କ ହାତ, ଗୋଡ଼ ବାନ୍ଧି ଗଣଦୁଷ୍କର୍ମ ! ଛତିଶଗଡ଼ର ମନେନନ୍ଦ୍ରଗଡ଼ ଜିଲ୍ଲା ଚିରମିରିରେ ଜଣେ ନର୍ସଙ୍କୁ ୪ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି। ଅଭିଯୁକ୍ତମାନେ ନର୍ସଙ୍କୁ ଗଣଦୁଷ୍କର୍ମ କରିବା ସହ ମୋବାଇଲ୍‌ରେ ଭିଡିଓ କରିଥିବା ଜଣାପଡ଼ିଛି। ଏହାସହ ପୀଡ଼ିତାଙ୍କୁ ଧମକ ମଧ୍ୟ ଦେଇଥିଲେ। ଯଦି ଏସମ୍ପର୍କରେ ସେ ପୋଲିସ୍‌କୁ କିଛି କୁହନ୍ତି ତା’ହେଲେ ଜୀବନରୁ ମାରିଦେବାର ଧମକ ଦିଆଯାଇଥିଲା।

Advertisment

ପୋଲିସ୍‌ ସୂଚନା ଅନୁସାରେ, ଅପରାହ୍ଣ ୨ଟା ସମୟରେ ନର୍ସଙ୍କୁ ଏକୁଟିଆ ଦେଖି ଅଭିଯୁକ୍ତମାନେ ସ୍ୱାସ୍ଥ୍ୟକେନ୍ଦ୍ର ଭିତରକୁ ପଶି ନର୍ସଙ୍କ ତଣ୍ଟି ଚିପି ଥିଲେ। ଏହାପରେ ନର୍ସଙ୍କୁ ବାନ୍ଧି ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ପୀଡ଼ିତା ଜଣକ ପରିବାର ଲୋକଙ୍କୁ କହିବା ପରେ ଥାନାରେ FIR ରୁଜୁ କରାଯାଇଥିଲା। ଘଟଣାର ତଦନ୍ତ କରି ପୋଲିସ୍‌ ଜଣେ ନାବାଳକଙ୍କ ସମେତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଧରିବା ଲାଗି ଛାନ୍‌ଭିନ୍‌ ଚାଲିଛି।

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ସ୍ୱାସ୍ଥ୍ୟକେନ୍ଦ୍ରରେ ସେ ଏକୁଟିଆ ଦେଖି ଏହାର ଯାହାର ସୁଯୋଗ ନେଇ ଅଭିଯୁକ୍ତମାନେ ସ୍ୱାସ୍ଥ୍ୟକେନ୍ଦ୍ର ଭିତରକୁ ପଶି ଏଭଳି ଘଟଣା ଘଟାଇ ଥିଲେ। ଅନ୍ୟପକ୍ଷେ, ଘଟଣାକୁ ନେଇ ଥାନା ବାହାରେ ସ୍ୱାସ୍ଥ୍ୟକର୍ମୀମାନେ ବିରୋଧ ପ୍ରଦର୍ଶନ କରିବା ସହ ସୁରକ୍ଷା ଦାବି କରିଛନ୍ତି। 

Advertisment
Gang Rape
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ