Advertisment

ଅଗ୍ନିପଥକୁ ନେଇ ଡୋଭାଲଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ, ‘ଯୁଦ୍ଧ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଡ଼କୁ ଯାଉଛୁ’

ଧିରେ ଧିରେ ଆମେ ସିଧାସଳଖ ଯୋଗାଯୋଗ ବିହୀନ ଯୁଦ୍ଧ ଆଡ଼କୁ ଯାଉଛୁ । ଯୁଦ୍ଧ, ପ୍ରତିରକ୍ଷାରେ ବୈଷୟିକ ଜ୍ଞାନକୌଶଳ ନିର୍ଣ୍ଣାୟକ ହେବାକୁ ଯାଉଛି ।

ଅଦ୍ୟତନ ହୋଇଛି
Ajit Doval

Ajit Doval

Advertisment

ଅଗ୍ନିପଥକୁ ନେଇ NSAଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ । କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ସମ୍ପର୍କରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ବା ଏନଏସଏ ଅଜିତ ଡୋଭାଲ । ‘ଯୁଦ୍ଧ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଡ଼କୁ ଆମେ ଅଗ୍ରସର ହେଉଛୁଧିରେ ଧିରେ ଆମେ ସିଧାସଳଖ ଯୋଗାଯୋଗବିହୀନ ଯୁଦ୍ଧ ଆଡ଼କୁ ବି ଅଗ୍ରସର ହେଉଛେ । ଯୁଦ୍ଧ, ପ୍ରତିରକ୍ଷାରେ ବୈଷୟିକ ଜ୍ଞାନକୌଶଳ ନିର୍ଣ୍ଣାୟକ ହେବାକୁ ଯାଉଛି । ଏଣୁ ଯଦି ଆମକୁ କାଲି ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ, ତେବେ ପରିବର୍ତ୍ତନ ଜରୁରୀ ବୋଲି କହିଛନ୍ତି ଅଜିତ ଡୋଭାଲ ।’

Advertisment

ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବାକୁ ଯାଇ ଏନଏସଏ କହିଛନ୍ତି ଯେ, ପିଏମ୍ ମୋଦି କ୍ଷମତାକୁ ଆସିବା ପରେ ପ୍ରତିରକ୍ଷାକୁ ପ୍ରାଥମିକତା ଦେଇଛନ୍ତି । କେମିତି ଦେଶ ସୁରକ୍ଷିତ ଓ ଦୃଢ଼ ରହିବ, ସେନେଇ ଅଗ୍ରାଧିକାର ଦେଇଛନ୍ତି । ସୁରକ୍ଷା ବ୍ୟବସ୍ଥା ଏକ ପରିବର୍ତ୍ତନଶୀଳ ପ୍ରକ୍ରିୟା । ପରିବେଶ ଓ ପରିସ୍ଥିତି ଦେଖି ଦେଶ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ପଡ଼ିବ । ଭବିଷ୍ୟତକୁ ଦୃଷ୍ଟିରେ ରଖି ଇକ୍ୟୁପ୍‌ମେଣ୍ଟ, ଷ୍ଟ୍ରକଚରରେ ପରିବର୍ତ୍ତନ ଜରୁରୀ ବୋଲି ସେ କହିଛନ୍ତି ।

Ajit Doval Union Government Agnipath Agniveer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ