Advertisment

ବଦଳୁଛି ଲାଇଫ୍‌ ଷ୍ଟାଇଲ୍: ଏଣିକି ଘଣ୍ଟାଏ ପାଇଁ କରିପାରିବେ ବୟଫ୍ରେଣ୍ଡ୍‌

ଅଫିସ୍‌ ଛୁଟି ଥିବା ସମୟରେ ବିଶେଷ କରି ୱିକେଣ୍ଡ୍‌ରେ ଅଧିକ ବୋର୍‌ ଲାଗିଥାଏ। ତେବେ ବେଙ୍ଗାଲୁରୁରେ ଯେଉଁମାନେ ରହୁଛନ୍ତି, ସେମାନଙ୍କ ପାଇଁ ଖୁସି ଖବର। ଯଦି ଆପଣ ଉଦାସ କିମ୍ବା ଦୁଃଖରେ ଅଛନ୍ତି ଓ ମନ ହାଲ୍‌କା କରିବା ପାଇଁ ଚାହୁଁଛନ୍ତି ତା’ହେଲେ ଆପଣ ଭଡ଼ାରେ ବୟଫ୍ରେଣ୍ଡ୍‌ କରି ପାରିବେ।

ଅଦ୍ୟତନ ହୋଇଛି
Now, you can hire a boyfriend on hourly basis

Now, you can hire a boyfriend on hourly basis

Advertisment

ଦେଶର ସିଲିକନ୍‌ ଭ୍ୟାଲି କୁହାଯାଉଥିବା ବେଙ୍ଗାଲୁରୁ IT(Information Technology) ହବ୍‌ ଭାବେ ବେଶ୍‌ ଜଣାଶୁଣା। ଖାଲି IT ହବ୍‌ ଭାବେ ଏହି ସହର ଜଣାଶୁଣା ନୁହେଁ ବରଂ ଫୁଡ୍‌, ପାର୍କ ଓ ଏଠାକାର ରାତ୍ରି ଜୀବନଯାପନ ଶୈଳୀ ଯୁବପିଢ଼ିଙ୍କୁ ବେଶ୍‌ ଆତ୍କୃଷ୍ଟ କରିଥାଏ। ହେଲେ ବେଙ୍ଗାଲୁରୁରେ ଏକାକୀ ରହିବା ଏତେଟା ସହଜ ନୁହେଁ। କାରଣ ଏଠାରେ ସମସ୍ତେ ନିଜ ନିଜ କାର୍ଯ୍ୟରେ ବହୁତ ବ୍ୟସ୍ତ ଥାନ୍ତି। 

Advertisment

ଅଫିସ୍‌ ଛୁଟି ଥିବା ସମୟରେ ବିଶେଷ କରି ୱିକେଣ୍ଡ୍‌ରେ ଅଧିକ ବୋର୍‌ ଲାଗିଥାଏ। ତେବେ ବେଙ୍ଗାଲୁରୁରେ ଯେଉଁମାନେ ରହୁଛନ୍ତି, ସେମାନଙ୍କ ପାଇଁ ଖୁସି ଖବର। ଯଦି ଆପଣ ଉଦାସ କିମ୍ବା ଦୁଃଖରେ ଅଛନ୍ତି ଓ ମନ ହାଲ୍‌କା କରିବା ପାଇଁ ଚାହୁଁଛନ୍ତି ତା’ହେଲେ ଆପଣ ଭଡ଼ାରେ ବୟଫ୍ରେଣ୍ଡ୍‌ କରି ପାରିବେ। ଶୁଣିକି ଅଜବ ଲାଗୁଥିଲେ ମଧ୍ୟ, ଘଟଣାଟି ସତ। ବେଙ୍ଗାଲୁରୁର ଇଞ୍ଜିନିୟରମାନେ ଏମିତି ଏକ ଆପ୍‌ ବାହାର କରିଛନ୍ତି, ଯାହା ମାଧ୍ୟମରେ ଆପଣ ଭଡ଼ାରେ ବୟଫ୍ରେଣ୍ଡ୍‌ କରିପାରିବେ। ଏହି ଆପ୍‌ର ନାଁ ‘ToyBoy’।

Advertisment

ଏହି ଆପ୍‌ ମାଧ୍ୟମରେ ଆପଣ ମଡେଲ୍‌, ସେଲିବ୍ରେଟି ଓ ସାଧାରଣ ଲୋକଙ୍କୁ ବୟଫ୍ରେଣ୍ଡ୍‌ କରିପାରିବେ। କିନ୍ତୁ ଏଥିପାଇଁ ଆପଣଙ୍କୁ ଭଡ଼ା ଦେବାକୁ ପଡ଼ିବ। ଏହି ଆପ୍‌ Google Play ଷ୍ଟୋର୍‌ ଉପଲ୍ଲବ୍ଧ ନାହିଁ। ଯଦି ଆପଣ ଭଡ଼ାରେ ବୟଫ୍ରେଣ୍ଡ୍‌ ଚାହୁଁଛନ୍ତି, ତା’ହେଲେ ଆପଣ ‘ToyBoy’ ର ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲ୍‌କୁ ଯାଇ ସବିଶେଷ ତଥ୍ୟ ପାଇପାରିବେ। ଏଥିରେ ଆପଣଙ୍କୁ ଘଣ୍ଟିକିଆ ଅର୍ଥାତ୍‌ ୧ ଘଣ୍ଟା ପାଇଁ ଭଡ଼ାରେ ବୟଫ୍ରେଣ୍ଡ୍‌ ପାଇପାରିବେ। 

Advertisment

ଯଦି ଆପଣ ଭଡ଼ାରେ ବୟଫ୍ରେଣ୍ଡ୍‌ ଚାହୁଁଛନ୍ତି, ତା’ହେଲେ ଏହି ଆପ୍‌କୁ ଯାଇ ନିଜର ଏକ ଆକାଉଣ୍ଟ ଖୋଲିବେ। ଏହାପରେ ନିଜ ପସନ୍ଦର ବ୍ୟକ୍ତିଙ୍କୁ ଚୟନ କରିବେ। ପରେ ନିଜ ଲୋକେସନ୍‌ ଓ କାହାକୁ ଭେଟିବାକୁ ଚାହୁଁଛନ୍ତି ସେସମ୍ପର୍କରେ ତଥ୍ୟ ଦେବେ। 

Bangalore Boyfriend On Rent Dating Apps
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ