Advertisment

ଏଣିକି WhatsAppରେ ଲୁଚାଇ ପାରିବେ ଅନ୍‌ଲାଇନ୍‌ ଷ୍ଟାଟସ୍‌

ଆହୁରି ସୁରକ୍ଷତ ରହିବ ୟୁଜର୍ସଙ୍କ ତଥ୍ୟ। ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟକୁ ଆହୁରି ସୁରକ୍ଷିତ ରଖିବା ଲାଗି ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌ରେ ଏହିସବୁ ଫିଚର ସାମିଲ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି।

ଅଦ୍ୟତନ ହୋଇଛି
Now You Can Hide Your WhatsApp Online Status

Now You Can Hide Your WhatsApp Online Status

Advertisment

ଆହୁରି ସୁରକ୍ଷତ ରହିବ ୟୁଜର୍ସଙ୍କ ତଥ୍ୟ। ଖୁବ୍‌ଶୀଘ୍ର ହ୍ୱାଟ୍ସଆପ୍‌(WhatsApp)ରେ ନୂଆ ଫିଚର ସାମିଲ ହେବାକୁ ଯାଉଛି। ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟକୁ ଆହୁରି ସୁରକ୍ଷିତ ରଖିବା ଲାଗି ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌ରେ ଏହିସବୁ ଫିଚର ସାମିଲ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି। ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବା ଲାଗି ନୂଆ ଫିଚର ଇଣ୍ଟ୍ରୋଡ୍ୟୁସ୍‌ ପାଇଁ ହ୍ୱାଟ୍ସଆପ୍‌ ପକ୍ଷରୁ ସବୁବେଳେ କିଛି ନା କିଛି ଚେଷ୍ଟା ଚାଲିଥାଏ।

Advertisment

ଜାଣନ୍ତୁ, WhatsAppର ନୂଆ ଫିଚର...

  • ଏଣିକି ଆପଣ ଚାହିଁଲେ କୌଣସି ଗ୍ରୁପ୍‌ରୁ ବାହାରି ପାରିବେ, ଯାହା ଅନ୍ୟମାନେ ଜାଣିପାରିବେ ନାହିଁ। ଅର୍ଥାତ୍‌ ଯଦି ଆପଣ କୌଣସି ଗ୍ରୁପ୍‌ରୁ Exit ହେଉଛନ୍ତି, ତା’ହେଲେ ଏହା ଗ୍ରୁପ୍‌ରେ ଥିବା ଅନ୍ୟମାନେ ଦେଖିପାରନ୍ତି। ହେଲେ ହ୍ୱାଟ୍ସଆପ୍‌ ଏମିତି ଏକ ଫିଚର ଆଣୁଛି, ଯେଉଁଥିରେ ଆପଣ ଗ୍ରୁପ୍‌ରୁ Exit ହେଲେ ମଧ୍ୟ କେହିବି ଏସମ୍ପର୍କରେ ଜାଣିପାରିବେ ନାହିଁ।
  • ଯଦି ଆପଣ କୌଣସି ମେସେଜ୍‌ର ସ୍କ୍ରିନ୍‌ଶଟ୍‌ ନେବାକୁ ଚାହୁଁଛନ୍ତି ତା’ହେଲେ ଏଣିକି ଆପଣ ଏସବୁ ଆଉ କରିପାରିବେ ନାହିଁ। ତେବେ ଏହି ସୁବିଧା କେବଳ ‘ଭିୟୁ ୱାନ୍ସ ମେସେଜ’ ପାଇଁ ଉଦ୍ଦିଷ୍ଟ । ଏହା ଦ୍ୱାରା ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଆହୁରି ସୁରକ୍ଷିତ ରହିପାରିବ।
  • ସବୁଠାରୁ ବଡ଼ କଥା ହେଲା, ଏଣିକି ଆପଣ ଅନ୍‌ଲାଇନ୍‌ ଷ୍ଟାଟସ୍‌ ଲୁଚାଇ ପାରିବେ। ଏବେ ୟୁଜର୍ସଙ୍କ ପାଇଁ ସେମାନଙ୍କର ଷ୍ଟାଟସ୍‌, ପ୍ରୋଫାଇଲ୍‌ ପିକ୍‌ଚର୍‌, ଲାଷ୍ଟ୍‌ ସିନ୍‌ ଲୁଚାଇବା ପାଇଁ ଅପସନ୍‌ ରହିଛି। ହେଲେ ଅନ୍‌ଲାଇନ୍‌ ଷ୍ଟାଟସ୍‌ ଲୁଚାଇବା ପାଇଁ କୌଣସି ଅପସନ୍‌ ନାହିଁ। ଅନ୍‌ଲାଇନ୍‌ ଆସିଲେ ଚାଟ୍‌ ବକ୍ସରେ ଏହା “Online” ଦେଖାଇ ଥାଏ। ହେଲେ ଏଣିକି ଆପଣ ଅନ୍‌ଲାଇନ୍‌ ଷ୍ଟାଟସ୍‌ ଲୁଚାଇ ପାରିବେ। ଫଳରେ ଆପଣ ‘Online’ କିମ୍ବା ‘Offline’ ଥିଲେ ମଧ୍ୟ ତାହା ଅନ୍ୟମାନେ ଜାଣିପାରିବେନି।
  • ଯେଉଁ ୟୁଜର୍ସ ଚାହିଁବେ Online ଷ୍ଟାଟସ୍‌କୁ ପ୍ରାଇଭେଟ୍‌ କରିବା ପାଇଁ ସେମାନେ ଏହି ଫିଚରର ବ୍ୟବହାର କରିପାରିବେ। ଚଳିତ ମାସରେ ଏହି ଫିଚର କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ହ୍ୱାଟ୍ସଆପ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଜାଣନ୍ତୁ, କେମିତି ଲୁଚାଇବେ ଅନ୍‌ଲାଇନ୍‌ ଷ୍ଟାଟସ୍‌(Online Status)...

  • ପ୍ରଥମେ ହ୍ୱାଟ୍ସଆପ୍‌ ଓପନ୍‌ କରନ୍ତୁ, ଏହାପରେ Settings > Account > Privacyକୁ ଯାଆନ୍ତୁ। ଏଠାରେ ଆପଣ “Last Seen And Online” ଅପ୍‌ସନ୍‌ ପାଇବେ। ଏହି ଅପ୍‌ସନ୍‌ ଉପରେ କ୍ଲିକ୍‌ କରି ଆପଣ ଅନ୍‌ଲାଇନ୍‌ ଷ୍ଟାଟସ୍‌ ସେଟିଙ୍ଗ୍‌ ବଦଳାଇପାରିବେ।
  • Last Seen ସେକ୍ସନରେ Everyone, My Contacts, My Contacts except, Nobody ଅପ୍‌ସନ୍‌ ରହିଛି। ହେଲେ ଅନ୍‌ଲାଇନ୍‌ ଷ୍ଟାଟସ୍‌ ସେକ୍ସନରେ ଆପଣଙ୍କୁ ୨ଟି ଅପ୍‌ସନ୍‌ ମିଳିବ। ଗୋଟିଏ Everyone ଓ ଅନ୍ୟଟି ହେଲା Same As Last Seen।
Advertisment
WhatsApp WhatsApp Status WhatsApp Online Status WhatsApp Online Status Hide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ