Advertisment

ଚୀନର ହରକତ ଉପରେ ନଜର ରଖିବ ଡ୍ରୋନ୍ ହେରନ୍

ଚୀନ୍ ସେନା ପାଇଁ ଆଉ ଏତେ ସହଜ ହେବନି ଭାରତ ସୀମା ଭିତରକୁ ଅନୁପ୍ରବେଶ । ଭାରତ-ଚୀନ୍ ସୀମାରେ ଏଣିକି ଉଡ଼ିବ ଅତ୍ୟାଧୁନିକ ଡ୍ରୋନ୍ । ଯାହାର ନାଁ ହେରନ୍ ରହିଛି। ଏବେ ଡ୍ରାଗନର ଆଖି ପୁଣି ଅରୁଣାଚଳ ପ୍ରଦେଶ ଉପରେ ପଡ଼ିଥିବା ବେଳେ, ସେହି ଅଞ୍ଚଳରେ PLAର ଗତିବିଧି ଉପରେ ନଜର ରଖିବା ପାଇଁ ହେରନ୍ ଡ୍ରୋନ୍ ମୁତୟନ ହୋଇଛି।

Drones

Drones

Advertisment

ନୂଆଦିଲ୍ଲୀ: ଚୀନ୍ ସେନା ପାଇଁ ଆଉ ଏତେ ସହଜ ହେବନି ଭାରତ ସୀମା ଭିତରକୁ ଅନୁପ୍ରବେଶ । ଭାରତ-ଚୀନ୍ ସୀମାରେ ଏଣିକି ଉଡ଼ିବ ଅତ୍ୟାଧୁନିକ ଡ୍ରୋନ୍ । ଯାହାର ନାଁ ହେରନ୍ ରହିଛି। ଏବେ ଡ୍ରାଗନର ଆଖି ପୁଣି ଅରୁଣାଚଳ ପ୍ରଦେଶ ଉପରେ ପଡ଼ିଥିବା ବେଳେ, ସେହି ଅଞ୍ଚଳରେ PLAର ଗତିବିଧି ଉପରେ ନଜର ରଖିବା ପାଇଁ ହେରନ୍ ଡ୍ରୋନ୍ ମୁତୟନ ହୋଇଛି।

Advertisment

ହେରନ୍ ଜଗିବ ଚୀନର ହର୍କତଷ। ଆକାଶ ମାର୍ଗରୁ ଚୀନ୍ ସୈନ୍ୟଙ୍କ ଗତିବିଧି ଉପରେ ନଜର ରଖିବ ଡ୍ରୋନ୍ ହେରନ୍ ମାର୍କ-ଓ୍ୱାନ୍ । ଆଉ ଏଲ୍ଏସିରେ ଭାରତ ସୀମାକୁ ଅନୁପ୍ରବେଶ କରିପାରିବେନି PLA ଯବାନ। ଭାରତ-ଚୀନ୍ ସୀମାର ଅତି ସମ୍ବେଦନଶୀଳ ଅରୁଣାଚଳ ପ୍ରଦେଶ ଅଞ୍ଚଳରେ ଚୀନ୍ ସୈନ୍ୟଙ୍କ ଅନୁପ୍ରବେଶ ଉପରେ ନଜର ରଖିବାକୁ ସେଠାରେ ସ୍ଥଳସେନାର ଏଭିଏସନ୍ ବେସରେ ହେରନ୍ ଡ୍ରୋନକୁ ମୁତୟନ କରାଯାଇଛି । ଇସ୍ରାଏଲ ନିର୍ମିତ ଏହି ମାନବବିହୀନ ଏୟାରକ୍ରାଫଟ୍‌ ୩୦ ହଜାର ଫୁଟ୍ ଉଚ୍ଚତାରେ ଉଡ଼ି ଚୀନ୍ ସେନାର ସମସ୍ତ ହରକତ୍ ସମ୍ପର୍କରେ ଭାରତୀୟ ସେନାକୁ ବେଳ ଥାଉ ଥାଉ ସତର୍କ କରିପାରିବ । ଏକକାଳୀନ ୨୪ରୁ ୩୦ ଘଣ୍ଟା ଯାଏଁ ଏହା ଆକାଶରେ ଉଡ଼ିପାରିବ ବୋଲି ସୂଚନା ମିଳିଛି । ଏହା ଦିନରେ, ରାତିର ଅନ୍ଧାରରେ, ଏପରିକି ପ୍ରତିକୂଳ ପାଣିପାଗରେ ମଧ୍ୟ କାର୍ଯ୍ୟ କରିପାରିବ।

Advertisment

କେବଳ ହେରନ୍ ଡ୍ରୋନ୍ ନୁହେଁ, ଆସାମର ମିସାମାରି ଆର୍ମି ଏଭିଏସନ୍ ବେସରେ ଆଡଭାନ୍ସ ଲାଇଟ୍ ହେଲିକପ୍ଟର ବା ALH ଧ୍ରୁବ ଓ ଏହାର ସଶସ୍ତ୍ର ରୂପ ରୁଦ୍ର ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ଏୟାରକ୍ରାଫ୍ଟକୁ ସାମିଲ କରାଯାଇଛି । ଏସବୁ ସୀମାରେ ମୁତୟନ ଭାରତୀୟ ସେନାର ଦକ୍ଷତା ବୃଦ୍ଧିରେ ଯଥେଷ୍ଟ ସହାୟକ ହେବ ବୋଲି ଆଶା ରହିଛି।

LACରେ ପୁଣିଥରେ ନିଜର ଗତିବିଧିକୁ ବଢାଇଛି ଚୀନ୍ ସୀମା ନିକଟରେ ଚୀନ୍ ସୈନ୍ୟଙ୍କ ପାଟ୍ରୋଲିଂ ବି ବଢ଼ିଛି ଲଦାଖ ସଂଘର୍ଷ ପରେ ଭାରତ ସୀମାବର୍ତ୍ତି ଅଞ୍ଚଳରେ PLAର ସମରାଭ୍ୟାସ ବି ଜୋର୍ ଧରିଛି ଏଭଳି ଚିନ୍ତାଜନକ ସୂଚନା ଦେଇଛନ୍ତି ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡର୍ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ଚାଇନା ଏବେ ସମନ୍ବିତ ଯୁଗ୍ମ ଅପରେସନ୍ର ଅଭ୍ୟାସ ଆରମ୍ଭ କରିଛି ଏଥିରେ ବିଭିନ୍ନ ପ୍ରକାରର ଯୁଦ୍ଧାସ୍ତ୍ର ଓ ଗାଡ଼ିକୁ ସାମିଲ କରାଯାଉଛି ପୂର୍ବବର୍ଷ ଗୁଡ଼ିକ ତୁଳନାରେ ଚଳିତ ବର୍ଷ ଏଗୁଡ଼ିକ ସଂଖ୍ୟା ଅଧିକ ବୋଲି ସେ କହିଛନ୍ତି...

Advertisment

ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡର୍ ଆହୁରି ମଧ୍ୟ କହିଛନ୍ତି ଯେ, ପିଏଲଏ ପକ୍ଷରୁ ପୂର୍ବାପେକ୍ଷା ଏବେ ସାମାନ୍ୟ ଅଧିକ ପ୍ୟାଟ୍ରୋଲିଂ କରାଯାଉଛି। ତେବେ ସୀମାର କିଛି ର୍ନିଦ୍ଦିଷ୍ଟ ସ୍ଥାନରେ ଏହା ସୀମିତ ରହିଛି କିନ୍ତୁ ପ୍ୟାଟ୍ରୋଲିଂ ଢାଞ୍ଚାରେ ଚାଇନା ପରିବର୍ତ୍ତନ କରିନି। ଏଥିସହ ସୀମା ନିକଟରେ ଚୀନ୍‌ର ଗାଁ ସ୍ଥାପନ ଏହାର ଏକ ରଣନୀତି ଏବଂ ଏହା ଭାରତ ପାଇଁ ଚିନ୍ତାର ବିଶୟ ବୋଲି କହିଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ତେବେ ଚୀନର ସବୁ ଗତିବିଧି ଉପରେ ନଜର ରଖାଯାଇଛି ଏବଂ ଭାରତୀୟ ସେନା ସବୁ ପ୍ରକାରର ପରିସ୍ଥିତି ପାଇଁ ପ୍ରସ୍ତୁତ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

China Drones
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ