ଅସମ୍ଭବକୁ ସମ୍ଭବ କଲେ ଟିଙ୍କେଶ; ଏଭରେଷ୍ଟ ଚଢ଼ି କଲେ ବିଶ୍ୱ ରେକର୍ଡ

 ସମୟ ସଜାଇ ଦେଲା ଭିନ୍ନକ୍ଷମ । ଏବେ ଦୁଇ ଗୋଡ ନାହିଁ । କି ଗୋଟିଏ ହାତ ମଧ୍ୟ ନାହିଁ । ତଥାପି ରଚିଛନ୍ତି ବିଶ୍ୱ ରେକର୍ଡ ।

Divyang Tinkesh Kaushik

ଜନ୍ମରୁ ଦିବ୍ୟାଙ୍ଗ ନଥିଲେ । ହେଲେ ସମୟ ସଜାଇ ଦେଲା ଭିନ୍ନକ୍ଷମ । ଏବେ ଦୁଇ ଗୋଡ ନାହିଁ । କି ଗୋଟିଏ ହାତ ମଧ୍ୟ ନାହିଁ । ତଥାପି ରଚିଛନ୍ତି ବିଶ୍ୱ ରେକର୍ଡ । କୃତ୍ରିମ ଅଙ୍ଗ ଦ୍ୱାରା ଏଭରେଷ୍ଟ ଚଢ଼ି ବିଶ୍ୱ ରେକର୍ଡ କରିଛନ୍ତି ଟିଙ୍କେଶ କୌଶିକ । ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ ବୋଲି ସେ ପ୍ରମାଣିତ କରିଛନ୍ତି । ଆଉ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । 

ଦୁନିଆର ପ୍ରଥମ 'ଟ୍ରିପଲ୍ ଆମ୍ପ୍ୟୁଟି' ଭାବରେ ରେକର୍ଡ କରିଛନ୍ତି ଟିଙ୍କେଶ । ଏବେ ତାଙ୍କୁ ବୟସ ୩୦ ବର୍ଷ । ଟିଙ୍କେଶଙ୍କୁ ଯେତେବେଳେ ୯ ବର୍ଷ ବୟସ ହୋଇଥିଲା । ସେହି ସମୟରେ ବିଦ୍ୟୁତ୍‌ ଆଘାତରେ ଦୁଇଟି ଗୋଡ଼ ଓ ଗୋଟିଏ ହାତ ହରାଇଥିଲେ । ଯାହାକୁ ନେଇ ପରିବାର ଚିନ୍ତାରେ ଥିଲେ । ହେଲେ ସେହି ପୁଅର ଏତେ ବଡ଼ ସଫଳତା ପରେ ଏବେ ସବୁଠି ଚର୍ଚ୍ଚା । 

ଟିଙ୍କେଶ ବିଦ୍ୟୁତ୍‌ ଆଘାତରେ ଆସି ଭିନ୍ନକ୍ଷମ ହେବା ପରେ କୃତ୍ରିମ ଅଙ୍ଗ ବ୍ୟବହାର କରିଥିଲେ । ତାଙ୍କର ସୁନେଲି ସ୍ୱପ୍ନକୁ ସାକାର କରିବାକୁ ଚେଷ୍ଟା କରୁଥିଲେ । ହେଲେ ଟିଙ୍କେଶଙ୍କ ବାରମ୍ବାର ପ୍ରୟାସ ପାଇଁ ତାଙ୍କୁ ଅନେକ ସମୟରେ ବହୁ ଲୋକଙ୍କ ଠାରୁ ନାନା କଥା ଶୁଣିବାକୁ ମିଳୁଥିଲା ।  

ଲୋକମାନେ ତାଙ୍କୁ ଥଟ୍ଟା କରିବାକୁ ମଧ୍ୟ ପଛାଉନଥିଲେ । ହେଲେ ତାଙ୍କର ଦୃଢ଼ ଇଚ୍ଛା ଶକ୍ତି ଓ ମନୋବଳ ଆଜି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚିପାରିଛି । ସମସ୍ତଙ୍କ ପାଇଁ ଟିଙ୍କେଶ ଉଦାହରଣ ପାଲଟିଛନ୍ତି ।