Advertisment

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ରାଜସ୍ଥାନରୁ ୬ କ୍ୱିଣ୍ଟାଲ ଗୁଆ ଘିଅ ଧରି ପହଞ୍ଚିଲା ରଥ

୩ ହଜାର ଆବେଦନ ଆସିଥିଲା, ୨ଶହ ନାଁ ସର୍ଟଲିଷ୍ଟ ପରେ ସରିଛି ଚୟନ। ଅଯୋଧ୍ୟାରେ ସମସ୍ତଙ୍କ ରହଣୀ ପାଇଁ ନିର୍ମାଣ ଚାଲିଛି ସ୍ୱତନ୍ତ୍ର ନଗର ।

Ram Mandir

Ram Mandir

Advertisment

ସନାତନ ସଂସ୍କୃତି, ହିନ୍ଦୁ ଉପସାନା ପଦ୍ଧତି । ସେଇ ଆଧାରରେ ହେବ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ବିଧି । ବିଶ୍ୱର କୋଣ ଅନୁକୋଣରୁ ନିମନ୍ତ୍ରିତ ହୋଇ ଅଯୋଧ୍ୟ ଆସିବେ ୪ ହଜାର ସାଧୁସନ୍ଥଙ୍କ ସହ ୭ ହଜାର ଅତିଥି। ରାଜନୀତି, ଶିଳ୍ପ, କ୍ରୀଡ଼ା, ସିନେମା ଓ ପଦ୍ମ ପୁରସ୍କାରରେ ସମ୍ମାନିତ ପ୍ରତିଷ୍ଠିତ ବ୍ୟକ୍ତି ବି ସାମିଲ ହେବେ। ଭିଭିଆଇପି ତାଲିକାରେ ଅଛନ୍ତି ଶିଳ୍ପପତି ମୁକେଶ ଅମ୍ବାନି, ଗୌତମ ଆଦାନୀ ଓ ରତନ ଟାଟା ପ୍ରମୁଖ। ସେମିତି ସୁପରଷ୍ଟାର ଅମିତାଭ ବଚ୍ଚନ, କଣ୍ଠଶିଳ୍ପୀ ଆଶା ଭୋଁସଲେ ବି ଆସିବେ। କ୍ରିକେଟର ସଚିନ ତେନ୍ଦୁଲକର, ବିରାଟ କୋହଲି, ରୋହିତ ଶର୍ମାଙ୍କୁ ବି ନିମନ୍ତ୍ରଣ ଯାଇଛି ।

Advertisment

ତେବେ ଆକର୍ଷଣର କେନ୍ଦ୍ର ହେବେ ରାମାୟଣ ଟିଭି ସିରିଏଲ୍ ର ରାମ ଓ ସୀତା ଚରିତ୍ରରେ ଜୀବନ୍ତ ଅଭିନୟ କରି କୋଟି ଭାରତୀୟଙ୍କ ହୃଦୟ ଜିଣିଥିବା କଳାକାର ଅରୁଣ ଗୋଭିଲ ଓ ଦୀପିକା ଚିଖଲିୟା। ଏହାବାଦ୍ ସ୍ୱତନ୍ତ୍ର ଅତିଥି ହେବେ ରାମ ମନ୍ଦିର ଆନ୍ଦୋଳନରେ ଝାସ ଦେଇ ପ୍ରାଣବଳୀ ଦେଇଥିବା ୫୦ କରସେବକଙ୍କ ପରିବାର। ମକର ସଂକ୍ରାନ୍ତିର ଠିକ୍ ୨ ଦିନ ପରେ ଜାନୁଆରୀ ୧୬ରୁ ଆରମ୍ଭ ହେବ ବିଶାଳ ହୋମ-ଯଜ୍ଞ।

୨୨ ତାରିଖ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯଜମାନ ହେବେ ପ୍ରଧାନମନ୍ତ୍ରୀ ମୋଦି। ଯଜ୍ଞାନୁଷ୍ଠାନ ପାଇଁ କେବଳ କାଶୀରୁ ଆସିବେ ୪୦ ବିଦ୍ବାନ। ବିଖ୍ୟାତ ପଣ୍ଡିତ ଲକ୍ଷ୍ମୀକାନ୍ତ ଦିକ୍ଷୀତଙ୍କ କାନ୍ଧରେ ରହିବ ସଂପୂର୍ଣ୍ଣ ଯଜ୍ଞାନୁଷ୍ଠାନ ଭାର। ୨ ମଣ୍ଡପ ଓ ୯ ଯଜ୍ଞ କୁଣ୍ଡରେ ଅହରହ ଆହୂତି ପ୍ରଦାନ କରିବେ ୧୨୧ ବ୍ରାହ୍ମଣ। ଏଥିପାଇଁ ୩ ହଜାର ଆବେଦନ ଆସିଥିଲା, ୨ଶହ ନାଁ ସର୍ଟଲିଷ୍ଟ ପରେ ସରିଛି ଚୟନ। ଅଯୋଧ୍ୟାରେ ସମସ୍ତଙ୍କ ରହଣୀ ପାଇଁ ନିର୍ମାଣ ଚାଲିଛି ସ୍ୱତନ୍ତ୍ର ନଗର ।

Advertisment

ଏପଟେ ଅଯୋଧ୍ୟାରୁ ଓଡ଼ିଶା ଆସି ପହଞ୍ଚିଛି ଅକ୍ଷତ କଳସ। ରାମ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ସହଭାଗିତା ନିମନ୍ତେ ଆସିଥିବା ଏହି କଳସକୁ ଭୁବନେଶ୍ବର ହଂସପାଳ ଛକରୁ ୟୁନିଟ୍ ଥ୍ରୀ ରାମ ମନ୍ଦିର ଯାଏଁ ବିଭିନ୍ନ ସ୍ଥାନରେ ହୋଇଛି ଭବ୍ୟ ସ୍ୱାଗତ ।

ତେଣେ ଦୃତ ଗତିରେଆଗେଇଚାଲିଛି ଭବ୍ୟ ରାମ ମନ୍ଦିର ନିର୍ମାଣ। ପ୍ରଥମ ମହଲା ସରିବା ପରେ ଦ୍ୱିତୀୟ ମହଲା ସହ ପ୍ରାଙ୍ଗଣ କାମ ଚାଲିଛି। ଯାହାର ନୂଆ ନୂଆ ଭିଡିଓ ଏବଂ ଫଟୋ ଆସୁଛି। ଏଣେ ପ୍ରତିଷ୍ଠା ଉତ୍ସବ ପାଇଁ ଆରମ୍ଭ ହେଲାଣି ଭକ୍ତଙ୍କ ଭେଟି। ଗର୍ଭଗୃହରେ ଜଳିବାକୁ ଥିବା ଅଖଣ୍ଡ ଜ୍ୟୋତି ପାଇଁ ରାଜସ୍ଥାନ ଯୋଦ୍ଧପୁରସ୍ଥିତ ସନ୍ଦୀପନି ଗୋ-ସେବା ଟ୍ରଷ୍ଟ ପକ୍ଷରୁ ପହଞ୍ଚିଛି ଦେଶୀ ଗୁଆ ଘିଅ। ୧୦୮ କଳସ ଭର୍ତ୍ତୀ ୬ଶହ କେଜି ଓଜନର ଗାଈ ଘିଅ ଧରି ୨୭ ନଭେମ୍ବରରେ ବାହାରିଥିଲା ସୁସଜ୍ଜିତ ୫ଟି ରଥ।

Advertisment

ସେପଟେ ସଂଗମ କ୍ଷେତ୍ର ପ୍ରୟାଗରାଜରେ ଅବିକଳ ୧ ଲକ୍ଷ ରାମ ମନ୍ଦିର ପ୍ରତିକୃତି ତିଆରି ଚାଲିଛି, ଯାହାକୁ ଲୋକେ ନିଜ ଘରେ ବିରାଜମାନ କରାଇବେ ଓ ଉପହାର ଆକାରରେ ବି ଦେଇ ପାରିବେ।

Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ