Advertisment

‘ଏସବୁ ଟଙ୍କା ମୋର ନୁହେଁ’, ଅର୍ପିତାଙ୍କ ଘରୁ କୋଟି କୋଟି ଟଙ୍କା ମିଳିବା ପରେ ପ୍ରତିକ୍ରିୟା ରଖିଲେ ବହିଷ୍କୃତ ମନ୍ତ୍ରୀ

ପାର୍ଥ ଗଣମାଧ୍ୟମକୁ କହିଛନ୍ତି ଯେ, ‘ସମୟ ଆସିଲେ ସବୁକିଛି ଜାଣିପାରିବେ’। ଅର୍ପିତାଙ୍କ ଘରୁ ଜବତ ହୋଇଥିବା ଟଙ୍କା ତାଙ୍କର କି ନୁହେଁ ବୋଲି ପ୍ରଶ୍ନରେ ପାର୍ଥ କହିଛନ୍ତି, ‘ଏସବୁ ଟଙ୍କା ମୋର ନୁହେଁ’।

ଅଦ୍ୟତନ ହୋଇଛି
Not My Money Says Sacked Bengal Minister

Not My Money Says Sacked Bengal Minister

Advertisment

ଅର୍ପିତା ମୁଖାର୍ଜୀଙ୍କ ଘରୁ କୋଟି କୋଟି ଟଙ୍କା ଜବତ ପରେ ନିକଟରେ ମନ୍ତ୍ରିମଣ୍ଡଳରୁ ବହିଷ୍କୃତ ହୋଇଥିବା ପାର୍ଥ ଚାଟାର୍ଜୀ ପ୍ରତିକ୍ରିୟା ରଖିଛନ୍ତି। ଏସବୁ ଟଙ୍କା ତାଙ୍କର ନୁହେଁ ବୋଲି ପାର୍ଥ କହିଛନ୍ତି। ପାର୍ଥଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ୨ଟି ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୫୦ କୋଟି ଟଙ୍କା ଜବତ କରିଛି। 

Advertisment

ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ପାର୍ଥ ଓ ଅର୍ପିତାଙ୍କୁ ଗିରଫ କରାଯାଇଛି। ଏହାପରେ ମନ୍ତ୍ରିମଣ୍ଡଳରୁ ପାର୍ଥ ଚାଟାର୍ଜୀଙ୍କୁ ବହିଷ୍କାର କରାଯାଇଥିଲା। କିଏ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି କି ପ୍ରଶ୍ନରେ ପ୍ରତିକ୍ରିୟା ରଖି ପାର୍ଥ ଗଣମାଧ୍ୟମକୁ କହିଛନ୍ତି ଯେ, ‘ସମୟ ଆସିଲେ ସବୁକିଛି ଜାଣିପାରିବେ’। ଅର୍ପିତାଙ୍କ ଘରୁ ଜବତ ହୋଇଥିବା ଟଙ୍କା ତାଙ୍କର କି ନୁହେଁ ବୋଲି ପ୍ରଶ୍ନରେ ପାର୍ଥ କହିଛନ୍ତି, ‘ଏସବୁ ଟଙ୍କା ମୋର ନୁହେଁ’। 

ଟଙ୍କା ବ୍ୟତୀତ ଅର୍ପିତାଙ୍କ ଘରୁ ବୈଦେଶିକ ମୁଦ୍ରା, ୩ଟି କେଜିକିଆ ସୁନା ଇଟା, ଅଧ କିଲୋ ଓଜନ ଲେଖାଏଁ ୩ଟି ବଳା ଓ ଗୋଟିଏ ସୁନା କଲମ ୫ କିଲୋ ସୁନା ଜବତ କରାଯାଇଥିଲା।ଅର୍ପିତାଙ୍କ ଦ୍ୱିତୀୟ ଆପାର୍ଟମେଣ୍ଟରୁ ଏସବୁ ଜିନିଷ ବ୍ୟତୀତ ୨୮ କୋଟି ୯୦ ଲକ୍ଷ ନଗଦ ଟଙ୍କା ମିଳିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅର୍ପିତା କହିଥିଲେ, ଏସବୁ ଟଙ୍କା ଓ ସୁନା ମୋର ନୁହେଁ। ଏହା ପାର୍ଥଙ୍କର। ମୋ ଘରକୁ ଏକ ମିନି ବ୍ୟାଙ୍କରେ ପରିଣତ କରିଥିଲେ ପାର୍ଥ।’ ହେଲେ ପାର୍ଥ ଏବେ କହିଛନ୍ତି, ଏସବୁ ଟଙ୍କା ତାଙ୍କର ନୁହେଁ। 

Advertisment

ପାର୍ଥ ଚାଟାର୍ଜୀ ଏତେ ଟଙ୍କା ଓ ସୁନା ରଖିଥିବା ସମ୍ପର୍କରେ ତାଙ୍କୁ ଜଣାନଥିବା ଅର୍ପିତା କହିଥିଲେ। ପାର୍ଥ ହିଁ ସେହି ଘରକୁ ବ୍ୟବହାର କରୁଥିଲେ। ଟଙ୍କା, ସୁନା ରଖା ଯାଇଥିବା ଘରେ ପ୍ରବେଶ ଲାଗି ତାଙ୍କୁ ଅନୁମତି ନଥିଲା ବୋଲି ଅର୍ପିତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ କହିଥିଲେ। ତାଙ୍କ ଦ୍ୱିତୀୟ ଆପାର୍ଟମେଣ୍ଟରେ ଏତେ ସୁନା ଓ ଟଙ୍କା ରଖାଯାଇଥିବା କଥା ଅର୍ପିତା ବି ଇଡିକୁ ଜଣାଇନଥିଲେ। ତେବେ ପାର୍ଥଙ୍କ ସମ୍ପତ୍ତି ସମ୍ପର୍କରେ ସବିଶେଷ ମିଳିବା ପରେ ଇଡି ପକ୍ଷରୁ ରେଡ୍ କରାଯାଇଥିଲା।

ପଶ୍ଚିମବଙ୍ଗ ସ୍କୁଲ୍‌ ସର୍ଭିସ କମିଶନ ଏବଂ ପଶ୍ଚିମବଙ୍ଗ ପ୍ରାଇମେରୀ ଏଜୁକେଶନ ବୋର୍ଡ଼ ନିଯୁକ୍ତି ପରୀକ୍ଷାରେ ହୋଇଥିବା ମହାଘୋଟାଲାରେ ଅଭିଯୋଗ ଆସିବା ପରେ ଇଡି ପକ୍ଷରୁ ରେଡ୍‌ ହୋଇଥିଲା। ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ରେଡ୍‌ ହୋଇଥିବା ବେଳେ, କେବଳ ଅର୍ପିତାଙ୍କ ଘରୁ ଆଖି ତରାଟିଲା ଭଳି ଟଙ୍କା ମିଳିଥିଲା। ସର୍ଚ୍ଚ ଅପରେସନ ବେଳେ ଅର୍ପିତାଙ୍କ ଘରୁ କୋଟି କୋଟି ଟଙ୍କା ଜବତ କରାଯାଇଥିଲା। SSC ସ୍କାମରେ ଏହି ଟଙ୍କା ଆଦାୟ କରାଯାଇଥିବା ସନ୍ଦେହ କରାଯାଉଛି।

Advertisment
Teacher Job Scam Raid Bengal Minister Arrest Bengal Minister Partha Chatterjee Teacher Job Scam Minister Partha Chatterjee Arpita Mukherjee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ