Advertisment

ଘୋଷଣା ହେଲା ରତନ ଟାଟାଙ୍କ ଉତ୍ତରାଧିକାରୀଙ୍କ ନାଁ; ଜାଣନ୍ତୁ ସେ କିଏ…

ଟାଟା ଟ୍ରଷ୍ଟର ନୂତନ ଚେୟାରମ୍ୟାନ ହେଲେ ନୋଏଲ ଟାଟା। ରତନ ଟାଟାଙ୍କ ମୃତ୍ୟୁ ପରେ ନୋଏଲଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ରତନ ଟାଟାଙ୍କର ସମ୍ଭାବ୍ୟ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ନୋଏଲ ଟାଟା ଆଗରେ ରହିଥିଲେ।

ଅଦ୍ୟତନ ହୋଇଛି
Noel TATA

Noel TATA

Advertisment

ଟାଟା ଟ୍ରଷ୍ଟର ନୂତନ ଚେୟାରମ୍ୟାନ ହେଲେ ନୋଏଲ ଟାଟା। ରତନ ଟାଟାଙ୍କ ମୃତ୍ୟୁ ପରେ ନୋଏଲଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ରତନ ଟାଟାଙ୍କର ସମ୍ଭାବ୍ୟ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ନୋଏଲ ଟାଟା ଆଗରେ ରହିଥିଲେ। ଶେଷରେ କଳ୍ପନାଜଳ୍ପନାର ଅନ୍ତ ଘଟିଛି ଓ ତାଙ୍କୁ ହିଁ ଚେୟାରମ୍ୟାନ କରାଯାଇଛି ।ଆଜିଠାରୁ ସେ ଚେୟାରମ୍ୟାନ୍ ଭାବରେ ଦାୟିତ୍ବ ନିର୍ବାହ କରିବେ।

Advertisment

ନୋଏଲ୍ ଟାଟା ୪୦ ବର୍ଷରୁ ଅଧିକ ସମୟ ଧରି ଟାଟା ଗ୍ରୁପ୍ ର ଅଂଶବିଶେଷ ରହିଛନ୍ତି ଏବଂ ଟାଟା ଇଣ୍ଟରନ୍ୟାସନାଲ୍ ଲିମିଟେଡ୍, ଭୋଲ୍ଟସ୍ ଏବଂ ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନର ଅଧ୍ୟକ୍ଷଙ୍କ ସହିତ ଟାଟା ଗ୍ରୁପ୍ ମଧ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ସେ ଟାଟା ଷ୍ଟିଲ ଏବଂ ଟାଇଟାନ କମ୍ପାନୀ ଲିମିଟେଡର ଉପାଧ୍ୟକ୍ଷ ମଧ୍ୟ ଅଛନ୍ତି।ବିଶାଳ ଟାଟା ଗ୍ରୁପ୍‌ର ହୋଲଡିଂ କମ୍ପାନୀ ଟାଟା ସନ୍ସରେ ୬୬% ନିୟନ୍ତ୍ରଣକାରୀ ଅଂଶଧନ ରଖିଥିବା ଟାଟା ଟ୍ରଷ୍ଟ ଗୋଷ୍ଠୀର ପରିଚାଳନାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ବହୁ ବର୍ଷ ଧରି ଟାଟା ଟ୍ରଷ୍ଟ ଏବଂ ଟାଟା ଗ୍ରୁପ୍‌ର ନେତୃତ୍ୱ ନେଇଥିବା ରତନ ଟାଟାଙ୍କର ସନ୍ତାନ ନ ଥିଲେ ଏବଂ ଟ୍ରଷ୍ଟରେ ତାଙ୍କ ପଦବୀର ଉତ୍ତରାଧିକାରୀ ନାମକରଣ କରିନଥିଲେ। ଫଳସ୍ୱରୂପ, ପରବର୍ତ୍ତୀ ଟେୟାରମ୍ୟାନ କିଏ ହେବେ ସେନେଇ ବୋର୍ଡ ନିଷ୍ପତ୍ତି ନେଇଛି।ବର୍ଷ ବର୍ଷ ଧରି ଟ୍ରଷ୍ଟ ସହିତ ଘନିଷ୍ଠ ଭାବରେ ଜଡିତ ଥିବା ନୋଏଲ୍ ଟାଟାଙ୍କୁ ଏହି ଦାୟିତ୍ବ ଦିଆଯାଇଛି।

Advertisment

ନୋଏଲ୍ ଟାଟା କିଏ?

ନାଭାଲ ଟାଟାଙ୍କ ଦ୍ୱିତୀୟ ପତ୍ନୀ ସିମୋନଙ୍କଠାରୁ ଜନ୍ମ ହୋଇଥିବା ନୋଏଲ ଟାଟା ହେଉଛନ୍ତି ରତନ ଟାଟାଙ୍କର ସାବତ ଭାଇ। ନୋଏଲ୍ ନାଭାଲ୍ ଟାଟା ୧୯୫୭ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଟ୍ରେଣ୍ଟ ଏବଂ ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନର ଚେୟାରମ୍ୟାନ୍, ଟାଟା ଇଣ୍ଟରନ୍ୟାସନାନର ପରିଚାଳନା ନିର୍ଦ୍ଦେଶକ ତଥା ଟାଇଟାନ୍ କମ୍ପାନୀ ତଥା ଟାଟା ଷ୍ଟିଲର ଉପାଧ୍ୟକ୍ଷ ଅଛନ୍ତି।ତାଙ୍କ ପିତାଙ୍କ ନାମ ନାଭାଲ ଟାଟା ଏବଂ ମାତାଙ୍କ ନାମ ସିମୋନ ଟାଟା। ନୋଏଲ୍ ଟାଟା ପଲ୍ଲୋନଜୀ ମିସ୍ତ୍ରୀଙ୍କ ଝିଅ ଆଲୁ ମିସ୍ତ୍ରୀଙ୍କୁ ବିବାହ କରିଥିଲେ, ଯିଏ ଟାଟା ସନସ୍‌ରେ ସବୁଠୁ ବଡ ଅଂଶୀଦାର ଥିଲେ।ତାଙ୍କର ତିନୋଟି ସନ୍ତାନ, ଲିଆ, ମାୟା ଏବଂ ନେଭିଲ୍ । ରତନ ଟାଟାଙ୍କ ମୃତ୍ୟୁ ପରେ ସେ ୧୧ ଅକ୍ଟୋବରରୁ ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହୋଇଛନ୍ତି।

Ratan Tata Tata Group
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ