Advertisment

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କି ୟେଦିୟୁରପ୍ପା?

ସୂଚନା ଅନୁସାରେ, କର୍ଣ୍ଣାଟକରେ କ୍ୟାବିନେଟ୍ ପୁନଃନିର୍ମାଣ ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଆଭିମୁଖ୍ୟ ଗ୍ରହଣ କରିପାରନ୍ତି । ଦଳରେ ବଢୁଥିବା ଅସନ୍ତୋଷ ପାଇଁ ୟେଦିୟୁରପ୍ପା ଇସ୍ତଫା ଦେଇପାରନ୍ତି

କିଏ ହେବ କର୍ଣ୍ଣାଟକର ଆଗାମୀ ମୁଖ୍ୟମନ୍ତ୍ରୀ?

CM BS Yediyurappa

Advertisment

ବାଙ୍ଗାଲୁରୁ: ସରଗରମ କର୍ଣ୍ଣାଟକ ରାଜନୀତି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ୟେଦିୟୁରପ୍ପା ଇସ୍ତଫା ଦେବା ନେଇ ଜୋର ଧରିଲା ଚର୍ଚ୍ଚା। କିନ୍ତୁ ଏହାକୁ ସେ ଖଣ୍ଡନ କରିଛନ୍ତି। କିନ୍ତୁ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳୀୟ ନେତାଙ୍କ ମଧ୍ୟରେ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି। ତେଣୁ ତାହାକୁ ଦୂର କରିବା ଲାଗି ୟେଦିୟୁରପ୍ପା ଇସ୍ତଫା ଦେବା ନେଇ ବୈଠକ ହୋଇଛି। ଏଠାରେ କହିରଖୁଛୁ ଯେ, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ ୟେଦିୟୁରପ୍ପା। ମୋଦିଙ୍କୁ ଭେଟିବା ପରେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଥିଲା। ରାଜ୍ୟ ବିଜେପିରେ ୟେଦିୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବାହାର କରିବା ଦାବି ଜୋର୍ ଧରୁଥିବାବେଳେ ୟେଦିୟୁରପ୍ପା ଦିଲ୍ଲୀ ଯାତ୍ରା କରିଥିଲେ। ଯଦିଓ କିଛି କେନ୍ଦ୍ରୀୟ ନେତା ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରେ ବଜାୟ ରହିବେ ବୋଲି କହିଛନ୍ତି କିନ୍ତୁ ଇସ୍ତଫା ଘଟଣାକୁ ନେଇ ଜାତୀୟ ଗଣାମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି।

Advertisment

ସୂଚନା ଅନୁସାରେ, କର୍ଣ୍ଣାଟକରେ କ୍ୟାବିନେଟ୍ ପୁନଃନିର୍ମାଣ ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଆଭିମୁଖ୍ୟ ଗ୍ରହଣ କରିପାରନ୍ତି । ଦଳରେ ବଢୁଥିବା ଅସନ୍ତୋଷ ପାଇଁ ୟେଦିୟୁରପ୍ପା ଇସ୍ତଫା ଦେଇପାରନ୍ତି । କର୍ଣ୍ଣାଟକରେ ନେତୃତ୍ୱର ପରିବର୍ତ୍ତନ ବିଷୟରେ ପଚରାଯିବାରୁ ୟେଦିୟୁରପ୍ପା ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସାକ୍ଷାତ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ସରକାରୀ ଥିଲା ଏଥିରେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ। ବାକି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା କଥା ମଧ୍ୟ ଏକ ଗୁଜବ। ଦଳରେ କୌଣସି ନେତାଙ୍କ ମଧ୍ୟରେ ମତାନ୍ତର ନାହିଁ। କେବଳ ବିରୋଧୀମାନେ ଅଯଥାରେ ଏପରି ଗୁଜବ ପ୍ରଚାର କରୁଛନ୍ତି ବୋଲି ସେ କହିଛନ୍ତି।

ଶରଦ ପାୱାରଙ୍କୁ ନେଇ ପୁଣି ବଢ଼ିଲା ଚର୍ଚ୍ଚା। ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ପୁଣି ଥରେ ଜୋର ଧରିଲା ଚର୍ଚ୍ଚା। ତେବେ ଏନସିପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ଶରଦ ପାୱାର ବ୍ୟାଙ୍କ ନିୟମରେ କେନ୍ଦ୍ର ସରକାର ଯେଉଁ ସବୁ ପରିବର୍ତ୍ତନ କରିଛନ୍ତି ସେନେଇ ମୋଦି-ପାୱାର ଆଲୋଚନା ହୋଇଛି। ଆଜିର ସାକ୍ଷାତ୍‌ରେ କୌଣସି ରାଜନୈତିକ ଆଲୋଚନା ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି। ଏହାସହ ସେ କହିଛନ୍ତି ଯେ, ବ୍ୟାଙ୍କ କ୍ଷେତ୍ରରେ ଯେଉଁ ସବୁ ପରିବର୍ତ୍ତନ ହୋଇଛି ସେଥିଲାଗି ଅନେକ ଲୋକ ପ୍ରଭାବିତ ହେଉଛନ୍ତି। ତେଣୁ ତାହାର ସମାଧାନ ଲାଗି ଶ୍ରୀ ପାୱାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଥିଲେ ଆଉ ଏହା ପରେ ଆଜିର ଦିନ ବୈଠକ ପାଇଁ ଧାର୍ଯ୍ୟ ହୋଇଥିଲା। କେମିତି ଲୋକମାନଙ୍କୁ ବ୍ୟାଙ୍କ କ୍ଷେତ୍ରରେ କୌଣସି ଅସୁବିଧା ନହେବ ସେନେଇ ପ୍ରଧାନମନ୍ତ୍ରୀ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି।

Advertisment
BJP Karnataka Politics CM BS Yediyurappa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ