Advertisment

୨ ହଜାର ଟଙ୍କିଆ ନୋଟ୍‌ ବଦଳାଇବା ନେଇ କ’ଣ କହିଲେ RBI ଗଭର୍ଣ୍ଣର ?

RBI ଗଭର୍ଣ୍ଣର କହିଛନ୍ତି, ଏଥର ଲୋକଙ୍କ ପାଖରେ ୪ ମାସ ସମୟ ଅଛି। ତେଣୁ ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ ଓ ବ୍ୟାଙ୍କକୁ ଯାଇ ନୋଟ୍‌ ବଦଳାଇବା ପାଇଁ ଭିଡ଼ କରନ୍ତୁ ନାହିଁ।

ଅଦ୍ୟତନ ହୋଇଛି
No Reason To Rush To Banks Says RBI

No Reason To Rush To Banks Says RBI

Advertisment

୨୦୧୬ ମସିହାରେ ହୋଇଥିବା ନୋଟ୍‌ବନ୍ଦୀ ପରେ ଅନେକ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ପୂର୍ବଥର ଭଳି ଏଥର ମଧ୍ୟ କିଛି ଲୋକ ଚିନ୍ତାରେ ଅଛନ୍ତି। ମାର୍କେଟରେ ଆଉ ମିଳିବନି ୨ ହଜାର ଟଙ୍କିଆ ନୋଟ୍। ଏହି ନୋଟ୍‌କୁ ପ୍ରତ୍ୟାହାର କରିନେବାକୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI) ନିଷ୍ପତ୍ତି ନେଇଛି। ଏହି ଖବର ପରେ ଲୋକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ତେବେ ଏହା ସ୍ପଷ୍ଟ ଯେ, ଏଥର ତୁରନ୍ତ କୌଣସି ପ୍ରତିବନ୍ଧକ ଲାଗୁ କରାଯାଇନି। ଏହାସହ ଆଗକୁ ୨୦୦୦ ଟଙ୍କିଆ ନୋଟ୍ ଅଚଳ ହେବ କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ପରବର୍ତ୍ତୀ ସମୟରେ ଏସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

Advertisment

RBI ଗଭର୍ଣ୍ଣର କହିଛନ୍ତି, ଏଥର ଲୋକଙ୍କ ପାଖରେ ୪ ମାସ ସମୟ ଅଛି। ତେଣୁ ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ ଓ ବ୍ୟାଙ୍କକୁ ଯାଇ ନୋଟ୍‌ ବଦଳାଇବା ପାଇଁ ଭିଡ଼ କରନ୍ତୁ ନାହିଁ। ଆପଣମାନେ ସମୟ ବାହାର କରି ଏହି ୪ ମାସ ମଧ୍ୟରେ ବ୍ୟାଙ୍କକୁ ଯାଇ ନୋଟ୍‌ ବଦଳାଇ ପାରିବେ। ‘ଯଦି ଆମେ କୌଣସି ସମୟ ଧାର୍ଯ୍ୟ କରିବୁ ନାହିଁ, ତା’ହେଲେ ଲୋକମାନେ ଏହାକୁ ଗମ୍ଭୀରତାର ସହ ନେବେ ନାହିଁ’ ବୋଲି RBI ଗଭର୍ଣ୍ଣର କହିଛନ୍ତି।

ଏହାସହ ୨ ହଜାର ଟଙ୍କିଆ ନୋଟ୍‌ ବଦଳ ପାଇଁ RBI ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏନେଇ ସବୁ ବ୍ୟାଙ୍କ୍‌ ଚେୟାରମ୍ୟାନ, ଏମ୍‌ଡି ଓ ସିଇଓମାନଙ୍କୁ RBI ଚିଠି କରିଛି।କାଉଣ୍ଟରରେ ୨ ହଜାର ଟଙ୍କିଆ ନୋଟ୍‌ ବଦଳ କରିବା ଲାଗି ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ପ୍ରଚଣ୍ଡ ତାତି ଦୃଷ୍ଟିରୁ ଛାଇ ବ୍ୟବସ୍ଥା ଓ ପିଇବା ପାଣି ଦେବାକୁ ପରାମର୍ଶ ଦିଆଯାଇଛି। ୨ ହଜାର ଟଙ୍କିଆ ଜମା ଓ ବଦଳର ଦୈନିକ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଆର୍‌ବିଆଇ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ଯାହାଙ୍କ ପାଖରେ ୨ ହଜାର ଟଙ୍କିଆ ନୋଟ୍ ଅଛି, ତାକୁ ସେମାନେ ବ୍ୟାଙ୍କକୁ ଯାଇ ବଦଳାଇ ପାରିବେ କିମ୍ବା ନିଜ ଆକାଉଣ୍ଟରେ ଡିପୋଜିଟ ମଧ୍ୟ କରିପାରିବେ। ଏହା ମେ’ ୨୩ରୁ ଆରମ୍ଭ ହେବ। ସେପ୍ଟେମ୍ବର ୩୦ ଯାଏ ୨ ହଜାର ଟଙ୍କିଆ ନୋଟ୍‌କୁ ବଦଳା ଯାଇପାରିବ। ଏସବୁ ଭିତରେ RBI ଗଭର୍ଣ୍ଣର ଗଣମାଧ୍ୟରେ ସମ୍ମୁଖରେ ପ୍ରତିକ୍ରିୟା ରଖି ଅନେକ ପ୍ରଶ୍ନର ଜବାବ ରଖିଛନ୍ତି।

୨ ହଜାର ଟଙ୍କିଆ ନୋଟ୍ ୨୦୧୬ ମସିହା ନଭେମ୍ବରରେ ଆରମ୍ଭ ହୋଇଥିଲା। ନଭେମ୍ବର ୮ରେ କେନ୍ଦ୍ର ସରକାର ୫ ଶହ ଓ ହଜାରେ ଟଙ୍କିଆ ନୋଟ୍‌କୁ ଅଚଳ କରିଦେବା ପରେ ନୋଟ୍ ଅଭାବକୁ ପୂରଣ କରିବା ପାଇଁ ଗୋଲାପୀ ରଙ୍ଗର ୨ ହଜାର ଟଙ୍କିଆ ନୋଟ୍ ଆରମ୍ଭ କରାଯାଇଥିଲା। ମାର୍କେଟରେ ପର୍ଯ୍ୟାପ୍ତ ପରିମାଣର ୫ ଶହ ଟଙ୍କିଆ ନୋଟ୍ ଆସିବା ପରେ ଓ କାରବାର ସ୍ୱାଭାବିକ ହେବା ପରେ ୨୦୧୮-୧୯ରେ ନୂଆ ୨ ହଜାର ଟଙ୍କିଆ ନୋଟ୍ ଛପା ବନ୍ଦ କରିଥିଲା ଆର୍‌ବିଆଇ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ