Advertisment

କମାଣ୍ଡର ସ୍ତରୀୟ ଆଲୋଚନା ବିଫଳ ନେଇ ଭାରତ-ଚୀନ ଦୋଷ ଲଦାଲଦି

ଏମିତିକି ଚୀନ କହିଛି ଉପୁଜିଥିବା ପରିସ୍ଥିତିକୁ ଭାରତ ସରକାର ହୃଦବୋଧ କରୁ ନ ଥିବା ଭଳି ଲାଗୁଛି। ଚୀନର ଏଭଳି ଆରରଣ ପରେ ପୂର୍ବ ଲଦାଖର ଉଭୟ ପଟେ ଦୁଇ ଦେଶ ୫୦ ହଜାର ଲେଖାଏଁ ସୈନ୍ୟ ମୁତୟନ କରିଛନ୍ତି। ଆଗକୁ ପୂର୍ବ ଲଦାଖରେ ତାପମାତ୍ରା ମାଇନସ ୩୦ ଡିଗ୍ରୀ ହେବାକୁ ଥିବାରୁ ଏହା ସମସ୍ୟା ସୃଷ୍ଟି କରିପାରେ।

Indo China Talk

Indo China Talk

Advertisment

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ରବିବାର ହୋଇଥିବା କମାଣ୍ଡର ସ୍ତରୀୟ ଆଲୋଚନା  ଏକ ପ୍ରକାର ବିଫଳ ହୋଇଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ଆରମ୍ଭ ହୋଇଛି ଦୋଷ ଲଦାଲଦି।  ଆଲୋଚନାରେ ଚୀନ କୌଣସି ଗଠନମୂଳକ ପ୍ରସ୍ତାବକୁ ଗ୍ରହଣ କରି ନ ଥିଲା। ଏପରିକି ଚୀନ ମଧ୍ୟ କୌଣସି ଗଠନମୂଳକ ପ୍ରସ୍ତାବ ଦେଇ ନଥିଲା। ଭାରତର ଏହି ଅଭିଯୋଗ ପରେ ଅନୁରୂପ ଅଭିଯୋଗ ଆଣିଛି ଡ୍ରାଗନ। ୧୭ ମାସ ଧରି ଲଦାଖରେ ଚାଲିଥିବା ମୁହାଁମୁହିଁ ସ୍ଥିତିକୁ ହଟାଇବା ପାଇଁ ହୋଇଥିବା ଆଲୋଚନାରୁ କୌଣସି ନିର୍ଯାସ ବାହାରି ନାହିଁ।

Advertisment

ଏମିତିକି ଚୀନ କହିଛି ଉପୁଜିଥିବା ପରିସ୍ଥିତିକୁ ଭାରତ ସରକାର ହୃଦବୋଧ କରୁ ନ ଥିବା ଭଳି ଲାଗୁଛି। ଚୀନର ଏଭଳି ଆରରଣ ପରେ ପୂର୍ବ ଲଦାଖର ଉଭୟ ପଟେ ଦୁଇ ଦେଶ ୫୦ ହଜାର ଲେଖାଏଁ ସୈନ୍ୟ ମୁତୟନ କରିଛନ୍ତି। ଆଗକୁ ପୂର୍ବ ଲଦାଖରେ ତାପମାତ୍ରା ମାଇନସ ୩୦ ଡିଗ୍ରୀ ହେବାକୁ ଥିବାରୁ ଏହା ସମସ୍ୟା ସୃଷ୍ଟି କରିପାରେ। ଗତ ରବିବାର ୯ ଘଣ୍ଟା ଧରି ଭାରତ-ଚୀନ ମଧ୍ୟରେ କୋର କମାଣ୍ଡର ସ୍ତରୀୟ ବୈଠକ ହୋଇଥିଲେ ବି ସୀମାରେ ଶାନ୍ତି ବଜାୟ ରଖିବା ନେଇ ଭାରତର ପ୍ରସ୍ତାବ ଉପରେ ଚୀନ କୌଣସି ପ୍ରତିକ୍ରିୟା ରଖିନଥିଲା।

କମାଣ୍ଡସ୍ତରୀୟ ଆଲୋଚନାକୁ ନେଇ କଣ କହିଛି ଭାରତ?

ମୁଖ୍ୟତଃ ପାଟ୍ରୋଲିଂ ପଏଣ୍ଟ୍-୧୫ ବା ହଟସ୍ପ୍ରିଙ୍ଗ ଅଞ୍ଚଳରୁ ଉଭୟ ଦେଶର ସୈନ୍ୟ ପ୍ରତ୍ୟାହାର ତଥା ଲଦାଖ ସେକ୍ଟରରେ ଜାରି ରହିଥିବା ଗତିରୋଧକୁ ସମାପ୍ତ କରିବାକୁ ଏଥିରେ ଆଲୋଚନା ହୋଇଥିଲା । ଭାରତ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି- ରବିବାର ଚୁସୁଲ-ମୋଲଡୋରେ ହୋଇଥିବା ବୈଠକରେ ଭାରତ ପକ୍ଷରୁ ପୂର୍ବ ଲଦାଖରେ (de-escalation) ବିଷୟରେ ଆଲୋଚନା ହୋଇଥିଲା, ଯେଉଁଥିରେ ଚୀନ୍ ଆଦୌ ରାଜି ହୋଇନଥିଲା । ଏହାର ଅର୍ଥ ଭୂମାଫିଲା ଚୀନ୍ ପୂର୍ବ ପରି ଭାରତ ମାଟିକୁ କବଜା କରିବାକୁ ଚେଷ୍ଟା ଜାରି ରଖିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ