NMC's New Logo With 'Ayurveda God'
ଜାତୀୟ ଚିକିତ୍ସା ଆୟୋଗ (NMC) ନିଜର ଅଫିସିଆଲ୍ ଲୋଗୋକୁ ସାମାନ୍ୟ ସଂଶୋଧନ କରିଛି । NMCର ଏହି ପରିବର୍ତ୍ତନ ପରେ ବିବାଦ ଆରମ୍ଭ ହୋଇଛି । NMCର ନୂଆ ଲୋଗୋରେ ଇଣ୍ଡିଆ ଶବ୍ଦକୁ ବଦଳାଇ ଭାରତ ରଖାଯାଇଛି । ଏହା ବ୍ୟତୀତ ଆୟୁର୍ବେଦର ଦେବତା ଧନ୍ୱନ୍ତରୀଙ୍କର ଏକ ଫଟୋ ମଧ୍ୟ ଲୋଗୋରେ ଅତିରିକ୍ତ ଯୋଡ଼ା କରାଯାଇଛି ।
ତେବେ ପୁରୁଣା ଲୋଗୋରେ ମଧ୍ୟ ଧନ୍ୱନ୍ତରୀଙ୍କର କଳାଧଳା ଫଟୋ ଥିବା ଏନଏମସି ସଫେଇ ଦେଇଛି । ରିପୋର୍ଟ ଅନୁସାରେ ପୂର୍ବରୁ ଏହି ଲୋଗୋରେ ଲାୟନ୍ କ୍ୟାପିଟାଲ ସ୍ଥାନିତ ଥିଲା । ଏହାକୁ ବେଳେବେଳେ ଆୟୋଗର ପ୍ରତୀକାତ୍ମକ ଚିତ୍ର ଭାବରେ ବ୍ୟବହୃତ କରାଯାଉଥିଲା ।
ବିବାଦ ପରେ କ’ଣ କହିଲେ ମେଡିକାଲ କମିସନ୍ ଅଧ୍ୟକ୍ଷ....
ନ୍ୟାସନାଲ ମେଡିକାଲ କମିସନ୍(ଜାତୀୟ ଚିକିତ୍ସା ଆୟୋଗ)ର କାର୍ଯ୍ୟନିର୍ବାହୀ ଅକ୍ଷ୍ୟକ୍ଷ ବିଏନ୍ ଗଙ୍ଗାଧର କହିଛନ୍ତି, ଘଟଣାକୁ ଅତିରଞ୍ଜିତ କରିବାର ଆଦୌ ଆବଶ୍ୟକତା ନାହିଁ । କାରଣ ଏଥିରେ ସେଭଳି କିଛି ଆଖିଦୃଶିଆ ପରିବର୍ତ୍ତନ କରାଯାଇ ନାହିଁ । କାରଣର ପୂର୍ବରୁ ମଧ୍ୟ ଲୋଗୋରେ ଧନ୍ୱନ୍ତରୀଙ୍କ ଫଟୋ ଥିଲା । ସମସ୍ତ ସଦସ୍ୟଙ୍କ ସର୍ବସମ୍ମତି କ୍ରମେ କଳାଧଳାକୁ ଫଟୋକ ରଙ୍ଗୀନ କରିବାକୁ ନିଷ୍ପତ୍ତି ହୋଇଥିଲା । କାରଣ ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଫଟୋକୁ ପ୍ରିଣ୍ଟ୍ କରାଯାଇ ପାରିବ ନାହିଁ ।
ସେ କହିଛନ୍ତି , ଯେବେ ଏନଏମସି ଗଠନ ହୋଇଥିଲା, ସେବେଠାରୁ ଧନ୍ୱନ୍ତରୀଙ୍କ ଫଟୋକୁ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଅନେକ ଦେଶରେ ଆପୋଲୋଙ୍କୁ ଆରୋଗ୍ୟର ଦେବତା ଏବଂ ଧନ୍ୱନ୍ତରୀଙ୍କୁ ଭାରତର ଆୟୁର୍ବେଦର ଦେବତା କୁହାଯାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701504477.jpg)